Posted inଖେଳ

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ ବନାମ ଆରଆର ମ୍ୟାଚ ଆରମ୍ଭ ପୂର୍ବରୁ ଚାହଲ ୧୫୨ ମ୍ୟାଚରେ ୧୯୯ ଉଇକେଟ ନେଇଥିଲେ ଏବଂ ଇତିହାସ ସୃଷ୍ଟି କରିବାକୁ ତାଙ୍କୁ ମାତ୍ର ଗୋଟିଏ ଉଇକେଟ ନେବାକୁ ପଡିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ମହମ୍ମଦ ନବୀଙ୍କୁ ଆଉଟ୍‌ କରି ତାଙ୍କ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ଚହଲ ପ୍ରଥମ ବୋଲର୍‌ ଭାବେ ଏମିତି କାରନାମା କରିଛନ୍ତି। ଆଇପିଏଲରେ ଦ୍ୱିତୀୟ ସର୍ବାଧିକ ଉଇକେଟ ନେଇଥିବା ବୋଲର ହେଉଛନ୍ତି ଡ୍ବେନ ବ୍ରାଭୋ, ଯିଏକି ତାଙ୍କ କ୍ୟାରିୟରରେ ୧୮୩ ଉଇକେଟ ନେଇଥିଲେ।
ୟୁଜବେନ୍ଦ୍ର ଚହଲ ୨୦୧୩ରେ ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଥମ ମ୍ୟାଚ ଖେଳିଥିଲେ ଏବଂ ଶେଷ ୧୨ ବର୍ଷ ମଧ୍ୟରେ ସେ ୩ଟି ଦଳ ପାଇଁ ଖେଳିଛନ୍ତି। ଚହଲ ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମାତ୍ର ଗୋଟିଏ ମ୍ୟାଚ ଖେଳି କୌଣସି ଉଇକେଟ ନେଇପାରି ନ ଥିଲେ। ଏହା ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ୮ଟି ସିଜିନ୍‌ ଖେଳିଥିଲେ। ଚହଲ ଆଇପିଏଲରେ ଆରସିବି ପାଇଁ ୧୧୩ ମ୍ୟାଚ ଖେଳିଥିଲେ, ଏଥିରେ ସେ ୧୩୯ ଉଇକେଟ ନେଇଥିଲେ। ୨୦୨୨ରେ, ଲେଗ ସ୍ପିନ ଯାଦୁଗର ଚହଲ ରାଜସ୍ଥାନ ରୟାଲ୍ସରେ ପ୍ରବେଶ କରିଥିଲେ। ଚାହଲ ବର୍ତ୍ତମାନ ପର୍ଯ୍ୟନ୍ତ ଆରଆର ପାଇଁ ୩୯ଟି ମ୍ୟାଚ ଖେଳିଛନ୍ତି, ଏଥିରେ ତାଙ୍କ ସ୍ପିନ ବଲରେ ୬୧ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆରେ ଏମିତି କ’ଣ କଲେ ବିରାଟ ହସ ରୋକି ପାରିଲେନି ଅନୁଷ୍କା, କ୍ୟାମେରାରେ କଏଦ ହେଲା…

ନୂଆଦିଲ୍ଲୀ,୨୯।୩: କ୍ରିକେଟ ପଡ଼ିଆରେ ବିରାଟ କୋହଲିଙ୍କ ଚପଳତା ଏବଂ ଫଇଲ୍ଡିଂ ଦକ୍ଷତାକୁ ପ୍ରାୟତଃ ମାନଦଣ୍ଡ ଭାବରେ ଉଦ୍ଧୃତ କରାଯାଏ; ତଥାପି, IPL 2026 ର ପ୍ରଥମ ମ୍ୟାଚରେ,…

ବିମାନବନ୍ଦରରେ କେମିତି ପାଇବେ ଚାକିରି? ଜାଣନ୍ତୁ କ’ଣ ପଢ଼ିଲେ ମିଳିବ ଏହି ସୁଯୋଗ, କେତେ ପାଇବେ ଦରମା…

ନୂଆଦିଲ୍ଲୀ,୨୯ା୩: ବିମାନବନ୍ଦରରେ ଚାକିରି ପାଇବା ଅନେକ ଯୁବତୀ ଯୁବକଙ୍କ ସ୍ବପ୍ନ। ବିମାନବନ୍ଦରରେ କାମ କଲେ ଅନେକ ସୁବିଧା ମିଳିଥାଏ। ଯେଉଁଥିରେ ଭଲ ଦରମା, ବୃତ୍ତିଗତ ପରିବେଶ, ସ୍ମାର୍ଟ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

ସକାଳୁ ସକାଳୁ ଭଞ୍ଜନଗରରେ ଘଟିଛି ଏମିତି କିଛି ଅଘଟଣ: ଜଣଙ୍କୁ ହାଣିଲେ, ଆଉ ଜଣଙ୍କୁ…

ଭଞ୍ଜନଗର,୨୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ କୋକଲବା ନିକଟରେ ଜଣେ ଯୁବକଙ୍କୁ ରବିବାର ପ୍ରତ୍ୟୁଷରେ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ…

ଶେଷ ହେବ ଯୁଦ୍ଧ! ନିଜ ଦେଶ ସହ ୟୁରୋପରେ ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କୁ କରାଗଲାଣି ଘୋର ବିରୋଧ

ଓ୍ବାଶିଂଟନ,୨୯।୩: ଗତ ୩୦ ଦିନ ଧରି ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଚାଲିଛି। ସମଗ୍ର ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବୁଡ଼ି ରହିଛି। ସାରା ବିଶ୍ୱରେ ଉତ୍ତେଜନାର ବାତାବରଣ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ରେମଣ୍ଡର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାନିଆଙ୍କ ପରଲୋକ, ପଛରେ ଛାଡି ଗଲେ ଏତେ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବାଇ,୨୯।୩: ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ଜଣେ ପ୍ରବୀଣ ଶିଳ୍ପପତି ବିଜୟପତ ସିଂଘାନିଆଙ୍କର ଶନିବାର ସାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ…

ଓକିଲ ସଂଘ ନିର୍ବାଚନ: ସଭାପତି ହେଲେ ନିର୍ବାଚନ କେଶରୀ ଭୋଇ…

ଜି.ଉଦୟଗିରି,୨୯।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): ସ୍ଥାନୀୟ ଜେଏମଏଫସି କୋର୍ଟ ପରିସରରେ ଶନିବାର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଇନଜୀବୀ ରାମାରାଓ ନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri