ସିଇଟି ହେବ ଅନୁବନ୍ଧିତ ମହାବିଦ୍ୟାଳୟ

ଭୁବନେଶ୍ୱର, ୪ା୪ (ବ୍ୟୁରୋ): ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଆଇନ-୨୦୦୨କୁ ସଂଶୋଧନ କରାଯାଇଛି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଆଗତ ଏହି ସଂଶୋଧନ ବିଲ୍‌ ଶନିବାର ବିରୋଧୀଙ୍କ ଅନୁପସ୍ଥିତିରେ ପାରିତ କରାଯାଇଛି। ଏହି ସଂଶୋଧନ ଆଇନ ଅନୁଯାୟୀ ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକର ସୁପରିଚାଳନା ପାଇଁ ବିପିୟୁଟି ଆଇନରେ ଥିବା ସଂଘଟକ ମହାବିଦ୍ୟାଳୟ ସଂଜ୍ଞାର ପୁନଃ ନିରୂପଣ କରାଯାଇଛି। ଏହି ସଂଶୋଧନ ଆଇନ କାର୍ଯ୍ୟକାରୀ ହେବା ପରଠାରୁ ଭୁବନେଶ୍ୱର ସିଇଟି ଆଉ ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବ ନାହିଁ। ଏହା କେବଳ ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟ ଭାବେ ରହିବ। ଏହା ନିଜସ୍ବ ବୋର୍ଡ ଅଫ୍‌ ଗଭନର୍‌ସ ଦ୍ୱାରା ପରିଚାଳିତ ହେବ। ପ୍ରଚଳିତ ସର୍ବଭାରତୀୟ ବ୍ୟବସ୍ଥା ଓ ଏଆଇସିଟିଇ ନିର୍ଦ୍ଦେଶ ଅନୁଯାୟୀ ପ୍ରଫେସର, ରିଡର୍‌ ଓ ଅଧ୍ୟାପକ ପଦବୀଗୁଡ଼ିକୁ ଯଥାକ୍ରମେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ପୁନଃ ନାମିତ କରାଯିବ। କୁଳପତି କିମ୍ବା ବିଶ୍ୱବିଦ୍ୟାଳୟର କୌଣସି ଅଧିକାରୀଙ୍କ କାର୍ଯ୍ୟରେ କୌଣସି ଭୁଲ୍‌ ପରିଲକ୍ଷିତ ହେଲେ କୁଳାଧିପତି ଏହାର ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇପାରିବେ। ରାଜ୍ୟର ଅନ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ସହିତ ସମାନତା ଆଣିବା ସକାଶେ ବିପିୟୁଟି କୁଳପତିଙ୍କ କାର୍ଯ୍ୟକାଳ ୫ ବର୍ଷ ପରିବର୍ତ୍ତେ ୪ ବର୍ଷକୁ ହ୍ରାସ କରାଯାଇଛି। ଛାତ୍ରୀଛାତ୍ରଙ୍କ ବିଶୃଙ୍ଖଳା ନିୟନ୍ତ୍ରଣ ସକାଶେ କୁଳପତିଙ୍କ ଦ୍ୱାରା ଜଣେ ପ୍ରଫେସରଙ୍କ ଅଧ୍ୟକ୍ଷତାରେ ତିନିଜଣ ସଦସ୍ୟ ବିଶିଷ୍ଟ ଏକ ଅନୁଶାସନ କମିଟି ଗଠନ କରିବା ପାଇଁ ଏହି ଆଇନରେ ବ୍ୟବସ୍ଥା କରାଯାଇଛି। କମିଟି ଆଦେଶ ବିରୋଧରେ କୁଳପତିଙ୍କୁ ଅପିଲ କର୍ତ୍ତୃପକ୍ଷ କରାଯାଇଛି। ଏଥିସହିତ ବିଶ୍ୱବିଦ୍ୟାଳୟ କୁଳସଚିବ ପଦବୀ ଓଡ଼ିଶା ପ୍ରଶାସନିକ ସେବାର ଯୁଗ୍ମଶାସନ ସଚିବ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ପୂରଣ କରିବାକୁ ବ୍ୟବସ୍ଥା ହୋଇଛି।

ସେହିପରି ବିଶ୍ୱବିଦ୍ୟାଳୟ ବିତ୍ତ ଅଧିକାରୀ ପଦବୀ ଓଡ଼ିଶା ଅର୍ଥ ସେବାର ଯୁଗ୍ମ ଶାସନ ସଚିବ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ପୂରଣ କରାଯିବ। ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ନିମନ୍ତେ କୁଳପତିଙ୍କ ଦ୍ୱାରା ଚୟନ କମିଟି ଗଠନ ହେବ। ଏଥିପୂର୍ବରୁ ସରକାରଙ୍କ ଅନୁମୋଦନ ନେବା ବ୍ୟବସ୍ଥା ହୋଇଛି। ବିଶ୍ୱବିଦ୍ୟାଳୟର ବୋର୍ଡ ଅଫ୍‌ ଗଭନର୍‌ସକୁ ଯେକୌଣସି ଏକ ସରକାରୀ ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କୁ ସରକାରଙ୍କ ଦ୍ୱାରା ସଦସ୍ୟ ଭାବେ ମନୋନୀତ କରାଯିବ। ବିଶ୍ୱବିଦ୍ୟାଳୟର ବାର୍ଷିକ ରିପୋର୍ଟ ଆର୍ଥିକବର୍ଷ ଶେଷ ହେବାର ୬ ମାସ ମଧ୍ୟରେ ପ୍ରସ୍ତୁତ କରି ସରକାରଙ୍କ ନିକଟକୁ ପଠାଯିବ। ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri