‘ପାର୍ଟି ଚାଲିଛି, ଅଫିସ ଆସିପାରିବି ନାହିଁ’…ସିଇଓଙ୍କୁ ମେସେଜ କଲେ କର୍ମଚାରୀ, ଚମତ୍କାର ଉତ୍ତର ଦେଲେ ବସ୍‌

ଅଧିକାଂଶ ସମୟରେ ଆପଣ ଶୁଣିଥିବେ ବିଶେଷ କରି କର୍ପୋରେଟିଭ ଚାକିରୀରେ କର୍ମଚାରୀଙ୍କୁ ଛୁଟି ମିଳିବାରେ ଅସୁବିଧା ହୁଏ। ଛୁଟି ପାଇଁ ଲୋକଙ୍କୁ ଦୁର୍ଘଟଣା କିମ୍ବା ଦେହ ଖରାପ ହେବା ଠାରୁ ଆରମ୍ଭ କରି ବଡ ବଡ ମିଛ କହିବାକୁ ପଡେ। ତେବେ ପାର୍ଟି କରୁଥିବାର କହି କେଉଁ କର୍ମଚାରୀଙ୍କୁ ଛୁଟି ନେଉଥିବାର ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଛି ନା! ନିକଟରେ ଏପରି ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ କର୍ମଚାରୀ ତାଙ୍କ କମ୍ପାନୀର ସିଇଓଙ୍କୁ ଏପରି କହି ଛୁଟି ନେଇଥିବାର ହ୍ବାଟସଆପ୍‌ ସ୍କ୍ରିନସଟ୍‌ ଭାଇରାଲ ହୋଇଛି।

ଏକ ବଡ କମ୍ପାନୀର ସିଇଓ ଅଙ୍କିତ ଅଗ୍ରଓ୍ବାଲ ଲିଙ୍କଡିନ୍‌ରେ ଏକ ହ୍ବାଟସଆପ୍‌ ମେସେଜ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ କମ୍ପାନୀର ଜଣେ କର୍ମଚାରୀ ତାଙ୍କୁ ହ୍ବାଟସଆପରେ ମେସେଜ କରି ଛୁଟି ମାଗିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଥିଲା କି, କର୍ମଚାରୀଜଣକ ଛୁଟି ପାଇଁ କୌଣସି ବାହାନା ନ କରି ବିନ୍ଦାସ ଭାବରେ ନିଜର ଛୁଟିର କାରଣ ଜଣାଇଛନ୍ତି।

ସୂଚନାଯୋଗ୍ୟ,ଗୁରବାର ସକାଳ ୪.୫୩ରେ କର୍ମଚାରୀଜଣକ ବସ୍‌ଙ୍କୁ ମେସେଜ କରିଥିଲେ। ସେ ଲେଖିଥିଲେ, ହାଏ ଅଙ୍କିତ, ଦୀର୍ଘଦିନ ପରେ ମୁଁ ପାର୍ଟିକୁ ଆସିଛି। ପାର୍ଟି ଏବେ ପର୍ଯ୍ୟନ୍ତ ଚାଲୁ ରହିଛି। କ୍ଷମା କରିବ ଶୁକ୍ରବାର ଅଫିସ ଆସି ପାରିବି ନାହିଁ। ଟିମ୍‌ ସହ ସାବେଳେ ମୁଁ କଥା ହୋଇଯିବି।
ଏହାର ଉତ୍ତରରେ ଅଙ୍କିତ ଲେଖିଥିଲେ, ଠିକ୍‌ ଅଛି। ଆଶା କରୁଛି କନସର୍ଟ ଜବରଦସ୍ତ ରହିବ। କେବେ ଆମକୁ ବି ନେଇଯାଅ। ଏହାକୁ ନେଇ କର୍ମଚାରୀଜଣକ କହିଥିଲେ, ଯେତେବେଳେ କହିବେ।

ଏହି ମଜାଳିଆ ବାର୍ତ୍ତାଳାପର ସ୍କ୍ରିନସଟ୍‌କୁ ଅଙ୍କିତ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କହିଛନ୍ତି, ଆଜି ସକାଳେ ଜଣେ କର୍ମଚାରୀଙ୍କ ମେସେଜ ମୋ ହ୍ବାଟସଆପ୍‌କୁ ଆସିଥଲା। ଯେଉଁଥିରେ କର୍ମଚାରୀଜଣକ ପାର୍ଟି ବିଷୟରେ କହି ଛୁଟି ମାଗିଥିଲେ। ଟିମ୍‌ ସହ ଏହିଭଳି ବନ୍ଧୁତ୍ୱପୂର୍ଣ୍ଣ ଭାବ ରହିବା ଜରୁରୀ। କାରଣ ସେମାନଙ୍କୁ ଅନୁଭବ ହେବ ଯେ, ଆମେ ତାଙ୍କ ସାଙ୍ଗରେ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri