Posted inଜାତୀୟ

କେନ୍ଦ୍ର ଲୋଡୁଛି ମସ୍‌ଜିଦ ତଥ୍ୟ: ହ୍ବାଇଟ୍‌ କଲାର ଆତଙ୍କବାଦର ଚେର ଖୋଜିବା ପାଇଁ ପୋଲିସ ପ୍ରୋଫାଇଲିଂ

ଶ୍ରୀନଗର/ଜମ୍ମୁ,୧୫ା୧:୨୦୨୫ ନଭେମ୍ବର ୧୦ରେ ନୂଆଦିଲ୍ଲୀସ୍ଥିତ ଲାଲ୍‌କିଲ୍ଲା ନିକଟରେ ଆତ୍ମଘାତୀ ବିସ୍ଫୋରଣ ଘଟି ୧୫ ଜଣଙ୍କ ମୃତ୍ୟୁ ଘଟିବା ସହ ଜାତୀୟ ରାଜଧାନୀ ଦୋହଲି ଯାଇଥିଲା। ଭାରତରେ ଏହା ପୂର୍ବରୁ ଏତେବଡ଼ ହ୍ବାଇଟ୍‌ କଲାର ଆତଙ୍କବାଦୀ ଆକ୍ରମଣ ଦେଖାଯାଇ ନ ଥିଲା। ଆକ୍ରମଣରେ ବ୍ୟବହୃତ ବିସ୍ଫୋରକ ଭର୍ତ୍ତି କାର୍‌ ହରିୟାଣାର ଅଲ୍‌ ଫଲାହ ୟୁନିଭର୍ସିଟିରେ ପ୍ରାଧ୍ୟାପନା କରୁଥିବା ଡାକ୍ତର ଉମର ନବୀଙ୍କର ଥିଲା। ଡାକ୍ତର ନବୀ ପୁଲଓ୍ବାମା ବାସିନ୍ଦା ବୋଲି ଜଣାପଡ଼ିବା ପରେ ବିଭିନ୍ନ ଦିଗକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ତଦନ୍ତ ଆଗକୁ ବଢ଼ିଥିଲା। ତଦନ୍ତ ବେଳେ ସୁରକ୍ଷା ଏଜେନ୍ସିଗୁଡ଼ିକ ହାତରେ ହ୍ବାଇଟ୍‌ କଲାର ଆତଙ୍କବାଦ ସହ ଜଡ଼ିତ କେତେକ ତଥ୍ୟ ଲାଗିଛି। ତଦନୁସାରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ୨୦୨୬ ଜାନୁଆରୀ ୧୩ରୁ ମସ୍‌ଜିଦ ପ୍ରୋଫାଇଲିଂ ଆରମ୍ଭ ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିକଟରେ ସିଧା ରିପୋର୍ଟ କରୁଥିବା ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ପ୍ରଶାସନ ପକ୍ଷରୁ ଏହି ପ୍ରକ୍ରିୟାରେ ସ୍ଥାନୀୟ ପୋଲିସ ଓ ଗ୍ରାମ କର୍ମଚାରୀମାନଙ୍କୁ ସାମିଲ କରାଯାଇଛି। ପୋଲିସ ରାଜସ୍ବ କର୍ମଚାରୀମାନଙ୍କ ଜରିଆରେ ସମଗ୍ର ଉପତ୍ୟକାରେ ଥିବା ମସ୍‌ଜିଦ, ମଦ୍ରାସାଗୁଡ଼ିକ ସମେତ ଇମାମ୍‌, ଶିକ୍ଷକ ଓ ପରିଚାଳନା କମିଟି ସଦସ୍ୟ ଭଳି ଧର୍ମୀୟ ବ୍ୟକ୍ତିତ୍ୱମାନଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରୁଛି।
କେଉଁଠୁ ପାଣ୍ଠି ଆସୁଛି, ଟଙ୍କାର ଉତ୍ସ, ଢାଞ୍ଚା, ସହଅନୁବନ୍ଧନ (ଦେଓବନ୍ଦୀ, ହନାଫି, ଅହଲେ-ହଦିସ୍‌), ବୈଠକ, ଦୈନନ୍ଦିନ ଖର୍ଚ୍ଚ ଆଦିର ତଥ୍ୟ ସଂଗ୍ରହ ଚାଲିଛି। ସେହିପରି ମସ୍‌ଜିଦର ଇମାମ୍‌ ଓ କମିଟି ସଦସ୍ୟମାନଙ୍କ ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟ ଓ କାର୍ଡ ବିବରଣୀ, ପାସ୍‌ପୋର୍ଟ ଡାଟା, ସୋସିଆଲ ମିଡିଆ ହାଣ୍ଡଲ, ଟ୍ରାଭେଲ ହିଷ୍ଟ୍ରି, ଫୋନ୍‌ ଆଇଏମ୍‌ଇଆଇ ନମ୍ବର ଓ ଅନ୍ୟ ପରିଚୟ ମଧ୍ୟ ୪ ପୃଷ୍ଠା ସମ୍ବଳିତ ଏକ ନିର୍ଦ୍ଧାରିତ ଫର୍ମରେ ମଗାଯାଉଛି। ପୋଲିସ ପ୍ରଶାସନର କହିବା ହେଲା, ତଦନ୍ତରେ ଏକ ହ୍ବାଇଟ୍‌ କଲାର ଟେରର ମୋଡ୍ୟୁଲର ପର୍ଦ୍ଦାଫାଶ ହେବା ପରେ ମଦ୍ରାସା ଶିକ୍ଷକ, ତତ୍ୱାବଧାରକ ଏବଂ ସେମାନଙ୍କ ସୋସିଆଲ ମିଡିଆ ଲିଙ୍କ୍‌ ଜରିଆରେ କଠୋରପନ୍ଥୀ ଜିହାଦୀ ପାଠ ପଢ଼ାଯାଉଥିବା ବିଷୟ ସାମ୍ନାକୁ ଆସିଛି। ସମ୍ଭାବ୍ୟ ରେଡିକାଲାଇଜେଶନ୍‌ର ଟ୍ରେଣ୍ଡ୍‌କୁ ଧରିବା ସହ ନିରାପତ୍ତା ଉପରେ ଏକ ଡାଟାବେସ୍‌ ତିଆରି କରିବା ପାଇଁ ଏସବୁ କରାଯାଉଛି ବୋଲି ଜଣେ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି। ମୌଲବୀ ଇରଫାନ୍‌ଙ୍କ ଭଳି କେତେଜଣ ଇମାମ୍‌ଙ୍କ ଭୂମିକା ମଧ୍ୟ ସେମାନଙ୍କୁ ସ୍କାନର ତଳକୁ ନେଇଆସିଛି। ଏଥିଯୋଗୁ ଇମାମ୍‌, ଶିକ୍ଷକ ଓ ମ୍ୟାନେଜମେଣ୍ଟ କମିଟି ସଦସ୍ୟମାନଙ୍କୁ ସେମାନଙ୍କ ଅତୀତ ସମ୍ପର୍କରେ ତଥ୍ୟ ମଗାଯାଇଛି। ପୂର୍ବରୁ କିଏ କେଉଁ ଆତଙ୍କବାଦୀ ସଙ୍ଗଠନ ବା ବିଧ୍ୱଂସକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ କି, କାହା ବିରୋଧରେ ମାମଲା ବିଚାରାଧୀନ ଅଛି ବା କିଏ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ସେହି ତଥ୍ୟ ମଧ୍ୟ ପ୍ରଦାନ କରିବାକୁ କୁହାଯାଇଛି ବୋଲି ଅଧିକାରୀ ଜଣକ ପ୍ରକାଶ କରିଛନ୍ତି। ଦିଲ୍ଲୀ ବିସ୍ଫୋରଣ ପରେ ଜମ୍ମୁ-କଶ୍ମୀରରୁ ନେଇ ହରିୟାଣା ଓ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଏବଂ ଅନ୍‌ସାର ଘଜଓ୍ବାତ-ଉଲ୍‌-ହିନ୍ଦ୍‌ର ଟେରର୍‌ ମୋଡ୍ୟୁଲର ୯ ଜଣଙ୍କୁ ଗିରଫ କରାଯିବା ସହ ଆମୋନିୟମ୍‌ ନାଇଟ୍ରେଟ୍‌ ସମେତ ୨,୯୦୦ କେଜିର ବିସ୍ଫୋରକ ଜବତ ହୋଇଥିଲା। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୩ ଜଣ ଡାକ୍ତର (ଶାହରନପୁରରୁ ଆଦିଲ ରାଠେର, ଫରିଦାବାଦରୁ ମୁଜାମ୍ମିଲ ଗନାଇଏ ଏବଂ ଲକ୍ଷ୍ନୌରୁ ଶାହିନ୍‌) ଥିବାରୁ ହ୍ବାଇଟ୍‌ କଲାର ଆତଙ୍କବାଦ ସୁରକ୍ଷା ଏଜେନ୍ସିଗୁଡ଼ିକର ଦୃଷ୍ଟି ଆକର୍ଷଣ କରିଥିଲା। ହ୍ବାଇଟ୍‌ କଲାର ଆତଙ୍କବାଦର ନେଟ୍‌ଓ୍ବର୍କରେ ଥିବା କେତେଜଣ ପ୍ରଫେସନାଲ ଓ ଛାତ୍ର ବିଦେଶୀ ବିଶେଷକରି ପାକିସ୍ତାନୀ ହାଣ୍ଡଲର୍ସଙ୍କ ଯୋଗସୂତ୍ରରେ ଥିବା ବିଷୟ ଜଣାପଡ଼ିଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଦେଶବିରୋଧୀ ଓ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଜାନୁଆରୀ ୧୩ରେ ଉପରାଜ୍ୟପାଳ ମନୋଜ ସିହ୍ନା ଜମ୍ମୁ-କଶ୍ମୀରର ୫ ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରିଛନ୍ତି। ଏଭଳି ସମୟରେ ଉପରୋକ୍ତ କଥା ସାମ୍ନାକୁ ଆସିଛି।
ଧର୍ମୀୟ ନେତା ଓ ମୁତାହିଦା ମଜ୍‌ଲିସ-ଇ-ଉଲେମା ଭଳି ସଙ୍ଗଠନଗୁଡ଼ିକ ଏହି ପ୍ରକ୍ରିୟାକୁ କଡ଼ା ସମାଲୋଚନା କରିଛନ୍ତି। ଧର୍ମୀୟ ସ୍ବାଧୀନତା ଓ ପ୍ରିଭେସି ଅଧିକାର ଉପରେ ଏହା ଏକ ହସ୍ତକ୍ଷେପ ଦର୍ଶାଇ ସେମାନେ ବିରୋଧ କରିଛନ୍ତି। ଏପରି କି ଉପତ୍ୟକାର ଅନେକ ନେତା ମଧ୍ୟ ଧର୍ମୀୟ ବ୍ୟାପାରରେ ହସ୍ତକ୍ଷେପ ତଥା ଅତ୍ୟଧିକ ସର୍ଭିଲାନ୍ସକୁ ନିନ୍ଦା କରିଛନ୍ତି।

କଶ୍ମୀରୀ ମୁସଲମାନଙ୍କ ଧର୍ମୀୟ ସ୍ବାଧୀନତାରେ ହସ୍ତକ୍ଷେପ

ମସ୍‌ଜିଦ ଓ ଇମାମ୍‌ମାନଙ୍କ ସମ୍ପର୍କରେ ଗୋପନୀୟ ତଥ୍ୟ ସଂଗ୍ରହ ମୁସଲମାନଙ୍କ ଧର୍ମୀୟ ବ୍ୟାପାରରେ ଏକ ହସ୍ତକ୍ଷେପ। ଯଦି ଧର୍ମାନୁଷ୍ଠାନଗୁଡ଼ିକର ପ୍ରୋଫାଇଲିଂ ଆବଶ୍ୟକ ପଡ଼ୁଛି, ତେବେ ସାରା ଦେଶର ମନ୍ଦିର, ଗୁରୁଦ୍ୱାରା ଓ ଚର୍ଚ୍ଚଗୁଡ଼ିକରୁ ଏହା ଆରମ୍ଭ ହେବା ଉଚିତ। ଏପରି କି ମନ୍ଦିରଗୁଡ଼ିକୁ ପ୍ରବେଶ ପାଇଁ ଦିଆଯାଉଥିବା ଅର୍ଥ ସମ୍ପର୍କରେ ମଧ୍ୟ ଖୋଳତାଡ଼ କରାଯାଉ।
-ମେହବୁବା ମୁଫ୍‌ତି, ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ
ଭାରତୀୟ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ନିର୍ଭୟରେ ନିଜ ଧର୍ମ ଅନୁଶରଣର ଗ୍ୟାରେଣ୍ଟି ପ୍ରଦାନ କରିଥାଏ। ଜମ୍ମୁ-କଶ୍ମୀରରେ ମସ୍‌ଜିଦ ଓ ଇମାମ୍‌ମାନଙ୍କ ଉପରେ ଚାଲିଥିବା ସର୍ଭିଲାନ୍ସ ତଥା ନିୟନ୍ତ୍ରଣ ଧର୍ମୀୟ ସ୍ବାଧୀନତାରେ ହସ୍ତକ୍ଷେପ, ଯାହାକି ସମ୍ବିଧାନ ବିରୋଧୀ।
-ଆଗା ରୁହୁଲ୍ଲାହ ମେହଦି, ଶ୍ରୀନଗର ଏମ୍‌ପି, ଏନ୍‌ସି
ଉପତ୍ୟକାରେ ପୋଲିସ ଜରିଆରେ ଏକ ବିସ୍ତୃତ ଫର୍ମ ବଣ୍ଟାଯାଉଛି। ସେଥିରେ ମସ୍‌ଜିଦ, ମଦ୍ରାସା ସହ ଜଡ଼ିତ ବ୍ୟକ୍ତିଙ୍କ ଅତ୍ୟନ୍ତ ଗୋପନୀୟ ଓ ସମ୍ବେଦନଶୀଳ ତଥ୍ୟ ମଗାଯାଉଛି। ଏହା ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିବାରୁ ଇମାମ୍‌ମାନେ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି।
-ମିରଓ୍ବାଇଜ୍‌ ଉମର ଫାରୁକ୍‌, ମୁତାହିଦା ମଜଲିସ୍‌ ଉଲେମା ଅଧ୍ୟକ୍ଷ
ଧର୍ମକୁ ସନ୍ଦେହ ଚକ୍ଷୁରେ ଦେଖିବା ଏକ ବିପଜ୍ଜନକ ପଦକ୍ଷେପ। ଦେଶ ପାଇଁ ଜୀବନ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନେକ ମୁସଲମାନ ରହିଛନ୍ତି। ସେମାନଙ୍କ ସମାଧି ନିକଟକୁ କେହି ଯାଇ କାନରେ କହିବେ କି ଯେ, ସେମାନେ ଯେଉଁ ମସ୍‌ଜିଦକୁ ପ୍ରାର୍ଥନା କରିବାକୁ ଯାଉଥିଲେ, ସେହି ମସ୍‌ଜିଦର ପ୍ରୋଫାଇଲିଂ କରାଯାଉଛି?
-ସଜାଦ୍‌ ଲୋନ୍‌, ପିପୁଲ୍ସ କନ୍‌ଫରେନ୍ସ ଅଧ୍ୟକ୍ଷ
ଭାରତରେ ଧର୍ମଗତ ବା ଜାତିଗତ ପ୍ରୋଫାଇଲିଂ କରାଯିବା ଅନୁଚିତ। ନାଗରିକଙ୍କ ମୌଳିକ ଅଧିକାରକୁ ହନନ କରି ସରକାରୀ କଳର ଦୁରୁପଯୋଗ ଅତ୍ୟନ୍ତ ନିନ୍ଦନୀୟ। ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆମେ ସମ୍ବିଧାନକୁ ନିଲମ୍ବନ କରିପାରିବା ନାହିଁ।
-ଜୁନୈଦ ମାଟ୍ଟୁ, ଶ୍ରୀନଗରର ପୂର୍ବତନ ମେୟର


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri