କୋଚିଂ ସେଣ୍ଟର ପାଇଁ ଗାଇଡଲାଇନ୍‌ ଆଣିଲେ କେନ୍ଦ୍ର ସରକାର, ୧୬ ବର୍ଷରୁ କମ୍‌ ପିଲାଙ୍କୁ କୋଚିଂ ମନା

ନୂଆଦିଲ୍ଲୀ,୧୮ା୧: ଛତୁ ଫୁଟିଲା ଭଳି ଦେଶରେ କୋଚିଂ ସେଣ୍ଟର ଗୁଡ଼ିକ ଗଢି ଉଠିବାରେ ଲାଗିଛି। ଏଗୁଡିକ ଉପରେ ନିୟନ୍ତ୍ରଣ ରଖିବା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଆଣିଛନ୍ତି କେନ୍ଦ୍ର ସରକାର। ନୂଆ ନିୟମ ଅନୁଯାୟୀ ଏଣିକି ବୃତ୍ତିଗତ ପାଠ୍ୟକ୍ରମ ପାଇଁ ତାଲିମ ପ୍ରଦାନ କରୁଥିବା କୋଚିଂ ପ୍ରତିଷ୍ଠାନଗୁଡିକ ବର୍ତ୍ତମାନ ପଞ୍ଜୀକୃତ ହେବା ଆବଶ୍ୟକ। ସେହିପରି ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇ ପାରିବେ ନାହିଁ କିମ୍ବା ଅତିରିକ୍ତ ଫି ଆଦାୟ କରିପାରିବେ ନାହିଁ ଏବଂ ନୂତନ ନିର୍ଦ୍ଦେଶାବଳୀରେ କୁହାଯାଇଛି।

ମଙ୍ଗଳବାର ପ୍ରସ୍ତୁତ ହୋଇଥିବା କୋଚିଂ ସେଣ୍ଟର ୨୦୨୪ ରେଜିଷ୍ଟ୍ରେସନ ଏବଂ ରେଗୁଲେସନ ପାଇଁ ନିର୍ଦ୍ଦେଶାବଳୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଛି। ହାତଗଣତି କେତେକ ରାଜ୍ୟରେ କୋଚିଂ ପ୍ରତିଷ୍ଠାନଗୁଡିକୁ ନିୟନ୍ତ୍ରଣ କରୁଥିବା ଆଇନ ଥିବାବେଳେ ଜାତୀୟ ସ୍ତରରେ ଅନିୟମିତ ବେସରକାରୀ କୋଚିଂ ସେଣ୍ଟରଗୁଡ଼ିକର ବୃଦ୍ଧି ହେତୁ ଅଧିକ ଫି ଆଦାୟ କରାଯାଉଥିବା ଏବଂ ଛାତ୍ରଙ୍କ ଉପରେ ଅଯଥା ଚାପ ସୃଷ୍ଟି ହେବା ନେଇ ଏକ ଚିନ୍ତା ପ୍ରକାଶ ପାଇଥିଲା।

ଗତ ବର୍ଷ ନଭେମ୍ବରରେ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟଙ୍କ ପାଖରେ ପହଞ୍ଚିଥିଲା ଯେତେବେଳେ ଦୁଃଖି ଅଭିଭାବକ ଅନିରୁଦ୍ଧ ନାରାୟଣ ମାଲପାନି ଶୀର୍ଷ ଅଦାଲତ ନିକଟକୁ ଯାଇ ରାଜସ୍ଥାନର କୋଟା ଠାରେ ବହୁମୂଲ୍ୟ ଯୁବ ଜୀବନ ନଷ୍ଟ ହେବା ପାଇଁ ନିର୍ଦ୍ଦେଶନାମା କିମ୍ବା କୌଣସି ପ୍ରକାର ନିୟମାବଳୀ ମାଗିଥିଲେ। କେବଳ ୨୦୨୩ରେ ୨୬ ଜଣ ଆତ୍ମହତ୍ୟା କରିଥିଲେ, ଯାହା ୨୦୧୫ ଠାରୁ ସର୍ବାଧିକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri