ଓଡ଼ିଶାରେ ପଞ୍ଚାୟତରାଜ ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ରରୁ ମିଳିଲା ୨୮୪ କୋଟିରୁ ଅଧିକ ଅନୁଦାନ

ଭୁବନେଶ୍ୱର,୨୬।୮: କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପଞ୍ଚଦଶ ଅର୍ଥ ଆୟୋଗ (XV FC) ଅନ୍ତର୍ଗତ ଓଡ଼ିଶା, ମିଜୋରାମ ଓ ତ୍ରିପୁରାର ଗ୍ରାମୀଣ ସ୍ଥାନୀୟ ସଂସ୍ଥା (RLBs) ପାଇଁ ୨୮୪ କୋଟି ଟଙ୍କାରୁ ଅଧିକ ଅନୁଦାନ ମଞ୍ଜୁର କରିଛନ୍ତି।

ଓଡ଼ିଶାକୁ ୬,୦୮୫ଟି ଯୋଗ୍ୟ ଗ୍ରାମ ପଞ୍ଚାୟତ ଓ ୬୩ଟି ଯୋଗ୍ୟ ବ୍ଲକ ପଞ୍ଚାୟତ ପାଇଁ ୨୪୦.୮୧୪୯ କୋଟି ଟଙ୍କା, ମିଜୋରାମକୁ ୮୨୭ଟି ଯୋଗ୍ୟ ଗ୍ରାମ ପରିଷଦ ପାଇଁ ୧୪.୨୭୬୧ କୋଟି ଟଙ୍କା ଏବଂ ତ୍ରିପୁରାକୁ ୬୦୬ଟି ଗ୍ରାମ ପଞ୍ଚାୟତ, ୩୫ଟି ବ୍ଲକ ପଞ୍ଚାୟତ, ୮ଟି ଜିଲ୍ଲା ପରିଷଦ, ୫୮୭ଟି ଗ୍ରାମ କମିଟି ଓ ୪୦ଟି ବ୍ଲକ ଉପଦେଷ୍ଟା କମିଟି ପାଇଁ ୨୯.୭୫ କୋଟି ଟଙ୍କା ମଞ୍ଜୁର ହୋଇଛି।

ପଞ୍ଚାୟତୀ ରାଜ ଓ ଜଳ ଶକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ଏହି ଅନୁଦାନ ଦୁଇଟି କିସ୍ତିରେ ପ୍ରଦାନ କରେ। ଅନ୍ଟାଇଡ୍‌ ଗ୍ରାଣ୍ଟ ସ୍ଥାନୀୟ ଆବଶ୍ୟକତା ପାଇଁ ବ୍ୟବହୃତ ହେବ, କିନ୍ତୁ ଦରମା ଓ ପ୍ରତିଷ୍ଠାନିକ ଖରଚ ପାଇଁ ନୁହେଁ। ଟାଇଡ୍‌ ଗ୍ରାଣ୍ଟ ସ୍ୱଚ୍ଛତା, ଓଡିଏଫ୍‌ ସ୍ଥିତି ରକ୍ଷଣାବେକ୍ଷଣ, ଗୃହସ୍ଥ ବର୍ଜ୍ୟ ପରିଚାଳନା, ପାନୀୟ ଜଳ ଯୋଗାଣ, ବର୍ଷା ଜଳ ସଂରକ୍ଷଣ ଓ ଜଳ ପୁନଃଚକ୍ରଣ ପାଇଁ ବ୍ୟବହୃତ ହେବ।

ଏହାପୂର୍ବରୁ ମାର୍ଚ୍ଚରେ କର୍ଣ୍ଣାଟକ ଓ ତ୍ରିପୁରା ପାଇଁ ୪୩୬ କୋଟି ଟଙ୍କାର ଦ୍ୱିତୀୟ କିସ୍ତି ମଞ୍ଜୁର ହୋଇଥିଲା। ଏହା ସହ ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ୍‌ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା (PMKSY) ପାଇଁ ୬,୫୨୦ କୋଟି ଟଙ୍କା ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳଙ୍କ, କନ୍ଦଳରୁ କେବେ ମୁକୁଳିବ କଂଗ୍ରେସ

ଭୁବନେଶ୍ୱର, ୨୦|୧ (ରବିନାରାୟଣ ଜେନା):  ରାଜ୍ୟରେ ଗୋଟିଏ ପରେ ଗୋଟିଏ ସାଧାରଣ ନିର୍ବାଚନ, ରାଜ୍ୟ ସଭା ନିର୍ବାଚନ, ଉପନିର୍ବାଚନ ଓ ଅନ୍ୟାନ୍ୟ ନିର୍ବାଚନ ଯାଉଛି ଏବଂ...

ବଢୁଛି ପାରଦ କମୁଛି ଶୀତ, ୨୪ ପର୍ଯ୍ୟନ୍ତ କୁହୁଡ଼ି

ଭୁବନେଶ୍ୱର,  ୨୦|୧  (ବନ୍ଦନା ସେଠୀ): ରାଜ୍ୟରେ ଏବେ ଋତୁ ବଦଳୁଛି । ରାତିରେ ଶୀତ କମିଥିବାବେଳେ ଦିନରେ ଖରାତାତି ବଢ଼ୁଛି । ତେବେ ଭୋର୍‌ ସମୟରେ...

ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪୦ ଦୋକାନ ଘର ପୋଡି ଧ୍ବଂସ

ଭୁବନେଶ୍ବର, ୨୦|୧ : ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ରାତି ଅଧରେ ହୁତୁହୁତୁ ହୋଇ ଜଳିଲା ହାଟ । ପ୍ରାୟ...

ମୁହାଁମୁହିଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା-ସମୀର ଦାସ, ଗୋଷ୍ଠୀ କନ୍ଦଳ ଜୋରଦାର

ନିମାପଡ଼ା, ୧୯।୧: ପୁରୀ ଜିଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପାର ଆଭ୍ୟନ୍ତରୀଣ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୂର୍ବତନ...

ଯୁବକଙ୍କୁ ଗୁଳି ମାଡ: ବାଇକରେ ଆସି ଫାୟାରିଂ କରି ଫେରାର୍‌ ହୋଇଗଲେ…

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ...

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

ଅଞ୍ଚଳ ପାଇଁ ଗୌରବ ଆଣିଲେ ଗୋରା ସିଂ: OPSC ପରୀକ୍ଷାରେ ୬୩ତମ ର଼୍ୟାଙ୍କ ରଖି କୃତକାର୍ଯ୍ୟ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କିର୍ତ୍ତି): ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସୁଯୋଗ୍ୟ ସନ୍ତାନ ଗୋରା...

ଆକ୍ସନ ମୋଡରେ ଯୋଗାଣ ନିରୀକ୍ଷକ: ଗାଁରେ ପହଞ୍ଚି ନିଜେ ବାଣ୍ଟିଲେ ବଞ୍ଚିତ ହିତାଧିକାରୀଙ୍କୁ ଚାଉଳ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କୀର୍ତ୍ତି): ଚମ୍ପାଛୁଆଁ ଗ୍ରାମର ହିତାଧିକାରୀମାନେ ଚଳିତ ବର୍ଷର ୩ ମାସର ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ଥିବା ନେଇ ‘ଧରିତ୍ରୀ’ ରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri