ଦାବି ପୂରଣ ନ ହେଲେ ଆନ୍ଦୋଳନ: ଆଉଟସୋର୍ସିଂ କର୍ମଚାରୀଙ୍କ ଧମକ

କେସିଙ୍ଗା,୨୪।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ସମେତ ୧୩ଟି ବ୍ଳକର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଆଉଟସୋର୍ସିଂ କର୍ମଚାରୀ କାର୍ଯ୍ୟ କରି ଆସୁଛନ୍ତି l ସ୍ବଳ୍ପ ଦରମା, ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ଗତି କରୁଥିଲେ ମଧ୍ୟ ନୂଆ ସରକାର ଆସିବା ପରେ ସେମାନଙ୍କ କଥା ବିଚାର କରି ନ ଥିବାରୁ ଜିଲାପାଳଙ୍କ ନିକଟରେ ୩ ଦଫା ଦାବି ପତ୍ର ପ୍ରଦାନ କରି ଆସନ୍ତା ୨୬ ତାରିଖରେ ଗଣ ଆନ୍ଦୋଳନ କରିବା ପାଇଁ ସମସ୍ତ ଆଉଟସୋର୍ସିଂ କର୍ମଚାରୀ ସଜବାଜ ହେଉଥିବାର ସଭାପତି ସୁଜିତ କୁମାର ବିଶ୍ବାଳ ପ୍ରକାଶ କରିଛନ୍ତି।

ରାଜ୍ୟ ଆଉଟସୋର୍ସିଂ ନେତୃ ମଣ୍ଡଳୀର ନିର୍ଦ୍ଦେଶ କ୍ରମେ ମାର୍ଚ୍ଚ ୧୭ରୁ ରାଜ୍ୟର ସମସ୍ତ ସରକାରୀ ଆଉଟସୋର୍ସିଂ କର୍ମଚାରୀ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରି ଆସୁଛନ୍ତି। ଉକ୍ତ କର୍ମଚାରୀବୃନ୍ଦ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ୩ଦଫା ଦାବି ଯଥା ଛଟେଇ ବନ୍ଦ ସହ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ଦୈନିକ ବେତନଧାରିଙ୍କୁ ମାସିକ ଦରମା ସହ ସମସ୍ତ ବର୍ଗର ଆଉଟସୋର୍ସିଂ କର୍ମଚାରୀ ଙ୍କୁ ସ୍ଥାୟୀ କରିବା ପାଇଁ ଉଲ୍ଲେଖ କରାଯାଇଛି l ଯଦି ସରକାର ଏହି ସମୟ ମଧ୍ୟରେ ଦାବି ଗୁଡିକ ପୂରଣ ନ କରନ୍ତି, ତାହେଲେ ଆସନ୍ତା ୨୬ରେ ସମସ୍ତ ବର୍ଗର ସରକାରୀ ଆଉଟସୋର୍ସିଂ କର୍ମଚାରୀ ଏକତ୍ରୀତ ହୋଇ ଭୁବନେଶ୍ବରର ଗାନ୍ଧୀ ମାର୍ଗରେ ବିଶାଳ ଆନ୍ଦୋଳନରେ ସାମିଲ ହେବେ ବୋଲି ଜିଲା ସଭାପତି ସୁଜିତ୍‌ କୁମାର ବିଶ୍ବାଳ ପ୍ରକାଶ କରିଛନ୍ତି l ଏହିଠାରେ ଉପସ୍ଥିତ ଥିବା ଜିଲ୍ଲା ସମ୍ପାଦକ ବିନୟ ପାତ୍ର, ଉପ ସଭାପତି ଅବକାଶ ଠାକୁର, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ବlଣୁଆ, ଜିଲ୍ଲା ମିଡିଆ ସଂଯୋଜକ ଶେଷଦେବ ନାୟକ ସରକାରଙ୍କ ବୈମାତୃକ ମନୋଭାବ ଉପରେ ଆଲୋକପାତ କରିଥିଲେ ଓ ଆନ୍ଦୋଳନ କୁ ସଫଳ କରିବା ପାଇଁ କହିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri