ମିଛ କହି ଶାସନ ଚଳାଇଛନ୍ତି କେନ୍ଦ୍ର ସରକାର: ଚେଲ୍ଲା କୁମାର

ବାଲେଶ୍ୱର ଅଫିସ, ୧୨ା୧୧: ବାଲେଶ୍ୱରରେ ଶୁକ୍ରବାର ପୂର୍ବାହ୍ନରେ ‘ଭାରତ ଯୋଡୋ ଯାତ୍ରା’ ଅନୁଷ୍ଠିତ ହୋଇଥିଲା। କଂଗ୍ରେସର କେନ୍ଦ୍ର ଓ ରାଜ୍ୟ ନେତୃବର୍ଗ ଏଥିରେ ସାମିଲ ହୋଇ ସହର ପ୍ରବେଶପଥ କୁରୁଡ଼ାଠାରୁ ଏକ ବିଶାଳ ପଦଯାତ୍ରାରେ ବାହାରି ଆଇଟିଆଇ ଛକ, ପୋଲିସ ଲାଇନ୍‌, ଷ୍ଟେଶନ ଛକ, ଫକୀରମୋହନ ଗୋଲେଇ, ବସ୍‌ଷ୍ଟାଣ୍ଡ ଦେଇ ଭୀମପୁରା ନିକଟରେ ପହଞ୍ଚିଥିଲେ। ପରେ ରେମୁଣା ଗୋଲେଇ ଦେଇ ବାଲେଶ୍ୱର ସୀମା କଳମା ପର୍ଯ୍ୟନ୍ତ ଯାଇଥିଲେ।
ନେତା ନବଜ୍ୟୋତି ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା। ଭାରତର ଐକ୍ୟ, ଅଖଣ୍ଡତାକୁ ରକ୍ଷା କରିବା ସହ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିବା ଏହି ଯାତ୍ରାର ଉଦ୍ଦେଶ୍ୟ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ। ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ ବିଭିନ୍ନତା ଭିତରେ ଏକତା ସୃଷ୍ଟି କରିବା କହିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଟାର୍ଗେଟ କରିଥିଲେ। ଦେଶରେ ଲୋକଙ୍କୁ ମିଛ କହି ଶାସନ ଚଳାଇଛନ୍ତି କେନ୍ଦ୍ର ସରକାର। ମୁଦ୍ରା ସ୍ଥିତି ସ୍ଥିର ଅଛି ବୋଲି କହୁଛନ୍ତି ଏପଟେ ଦରଦାମ ବୃଦ୍ଧି ହୋଇଛି। ଗ୍ୟାସ, ପେଟ୍ରୋଲ ଓ ଖାଉଟି ସାମଗ୍ରୀର ଅହେତୁକ ବୃଦ୍ଧି ପାଇଛି। ଦେଶରେ ଜାତି ଜାତି ଭିତରେ ବିଭେଦତା ସୃଷ୍ଟି କରାଯାଉଛି ଓ ବେରୋଜଗାରୀଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ସେହିଭଳି ରାଜ୍ୟରେ ମଧ୍ୟ କୌଣସି ନୂଆ ଶିଳ୍ପ ହୋଇପାରିଲା ନାହିଁ। ଚାଷୀ, ଯୁବକ ହତାଶ ହୋଇଥିବା ବେଳେ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି ବାର୍ତ୍ତା ନେଇ ଆମେ ଭାରତ ଯୋଡ଼ୋ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବୁ ବୋଲି ବିଧାୟକ ତଥା ବରିଷ୍ଠ ବିଧାୟକ ସୁର ରାଉତରାୟ କହିଥିଲେ। ଏହି ପଦଯାତ୍ରାରେ ହଜାର ହଜାର କର୍ମୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri