Posted inଜାତୀୟ

‘ଚନ୍ଦ୍ରାୟାନ-୫ ମିଶନ’କୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର, ଜାପାନ କରିବ ସହଯୋଗ

ନୂଆଦିଲ୍ଲୀ,୧୭।୩: କେନ୍ଦ୍ର ସରକାର ମହତ୍ୱାକାଂକ୍ଷୀ ‘ଚନ୍ଦ୍ରାୟାନ-୫ ମିଶନ’କୁ ଅନୁମୋଦନ କରିଛନ୍ତି। ଏହି ମିଶନ ଅଧୀନରେ, ଚନ୍ଦ୍ରପୃଷ୍ଠର ଅଧ୍ୟୟନ ପାଇଁ ୨୫୦ କିଲୋଗ୍ରାମର ଏକ ରୋଭର ପଠାଯିବ। ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ ଏହି ଖବରକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ଏହି ମିଶନ ଜାପାନ ସହଯୋଗରେ ପରିଚାଳିତ ହେବ। ରବିବାର ଏକ ସମ୍ବର୍ଦ୍ଧନା ଉତ୍ସବରେ ଭାଷଣ ଦେଇ ଇସ୍ରୋ ମୁଖ୍ୟ କହିଛନ୍ତି , ଚନ୍ଦ୍ରାୟାନ-୫କୁ ନିକଟରେ ସବୁଜ ସଙ୍କେତ ଦିଆଯାଇଛି।

ସେ କହିଛନ୍ତି , ପୂର୍ବରୁ, ଚନ୍ଦ୍ରାୟାନ-୩ ମିଶନ ଅଧୀନରେ ୨୫ କିଲୋଗ୍ରାମର ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ରକୁ ପଠାଯାଇଥିଲା, ଯାହା ସଫଳତାର ସହ ଅବତରଣ କରିଥିଲା। ଏଥର ଚନ୍ଦ୍ରାୟାନ-୫ରେ ଏକ ଅଧିକ ସକ୍ଷମ ରୋଭର ପଠାଯିବ, ଯାହା ଚନ୍ଦ୍ରପୃଷ୍ଠର ଅଧିକ ଗଭୀର ଅଧ୍ୟୟନ କରିବାକୁ ସକ୍ଷମ ହେବ।

କହିରଖୁଛୁ ଯେ, ଇସ୍ରୋ ସଫଳତାର ସହ ଚନ୍ଦ୍ରାୟାନ-୩ ମିଶନ ଲଞ୍ଚ କରିଥିଲା, ଯେଉଁଥିରେ ଲ୍ୟାଣ୍ଡର୍‌ ‘ବିକ୍ରମ’ ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ‘ସଫ୍ଟ ଲ୍ୟାଣ୍ଡିଂ’ କରିଥିଲା। ଏହା ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଥିଲା, ଯାହା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା।

ପୂର୍ବରୁ, ଇସ୍ରୋ ‘ଚନ୍ଦ୍ରାୟାନ-୪’ ମିଶନ ଉପରେ ମଧ୍ୟ କାମ କରୁଛି, ଯାହାର ଲକ୍ଷ୍ୟ ଚନ୍ଦ୍ରରୁ ମାଟି ଏବଂ ପଥରର ନମୁନା ଆଣିବା। ରିପୋର୍ଟ ଅନୁସାରେ, ଏହାକୁ ୨୦୨୭ରେ ଲଞ୍ଚ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri