ପରିବହନକୁ ନେଇ ଯୋଡ଼ା ଟ୍ରକ୍‌ ମାଲିକ ସଂଘକୁ କେନ୍ଦ୍ରର ଚିଠି

ଯୋଡ଼ା,୨୬।୭(ମାନସ ମହାନ୍ତି)
କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଧୀନରେ ଥିବା ଏକାଧିକ ଖଣିରୁ ଖଣିଜ ପରିବହନ ଟ୍ରକ୍‌ ଜରିଆରେ ହୋଇଥାଏ। ଅଞ୍ଚଳରେ ବଡ଼ବିଲ, ଯୋଡା, କାଳିମାଟି, ଗୁଆଲି, ଭଦ୍ରାସାହି ସମେତ କେନ୍ଦୁଝରରେ ମଧ୍ୟ ଟ୍ରକ୍‌ ମାଲିକ ମାନଙ୍କର ସଂଘ ରହିଛି। ରାଜ୍ୟ ସରକାର ଓ ଲିଜ୍‌ଧାରୀମାନଙ୍କ ଆପୋଷ ବୁଝାମଣା ମାଧ୍ୟମରେ ସଂଘ ଦ୍ୱାରା ପରିବହନ ଭଡ଼ା ନିର୍ଦ୍ଧାରଣ ହୋଇଥାଏ। ଗତ ୩ା୭ା୨୦୨୩ ରିଖ ଚିଠି ସଂଖ୍ୟା ଡିଜି/ସିସିଆଇ/ଆଇ ଡବ୍ଲ୍ୟୁ/୧/୯/୨୦୨୨/୬୬୧ରେ କେନ୍ଦ୍ର ସରକାରଙ୍କ କମ୍ପିଟିସନ କମିଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ଯୋଡ଼ା ଟ୍ରକ୍‌ ମାଲିକ ସଂଘକୁ ଏସ୍‌ଏମ୍‌ କେସ୍‌ ନଂ.୨୧/୨୦୨୨ ଅଣ୍ଡର ସେକ୍ସନ ୩୬/୨ ସେକ୍ସନ ୪୧(୨) କମ୍ପିଟିସନ ଆକ୍ଟ ଅନୁଯାୟୀ ଏକ ନୋଟିସ ଜାରି କରାଯାଇଛି। ଏଥିରେ ଉଲ୍ଲେଖ ଅଛି ଯେ, ମନମୁଖି ଭାବେ ଟ୍ରକ୍‌ରେ ଖଣିଜ ପରିବହନ ଦର ଧାର୍ଯ୍ୟ କରିବା, ପ୍ରତିଯୋଗିତା ମାଧ୍ୟମରେ ଦର ଧାର୍ଯ୍ୟ କରିବାକୁ ନ ଦେବା ପରି ପ୍ରସଙ୍ଗ କମିଶନ ଉଠାଇଛନ୍ତି। ଏହାସହିତ କମିଶନ ଯୋଡ଼ା ଟ୍ରକ୍‌ ମାଲିକ ସଂଘ ସମ୍ପର୍କରେ ତଦନ୍ତ ଚଳାଇଥିବା ଚିଠିରେ ଉଲ୍ଲେଖ ଅଛି ଏବଂ ଏ ନେଇ ଯୋଡ଼ା ଟ୍ରକ୍‌ ମାଲିକ ସଂଘର ସମ୍ପାଦକଙ୍କୁ ଚିଠି କରି ୨୦୧୭ ମସିହାରୁ ଏଯାବତ ସବିଶେଷ କାର୍ଯ୍ୟାବଳୀ, ସଂଘର ବୈଠକ, ସଂଘ ଦ୍ୱାରା ନିଆ ଯାଉଥିବା ଆର୍ଥିକ କମିଶନ, ୨୦୧୭ ମସିହାରୁ ଏଯାବତ ପରିବର୍ତ୍ତିତ ପରିବହନ ମୂଲ୍ୟର ଦର, ଯେଉଁ ରାସ୍ତା ଦେଇ ପରିବହନ ଟ୍ରକ୍‌ଗୁଡ଼ିକ ଯାତାୟାତ କରୁଛି ତାହା ଭାରିଯାନ ପାଇଁ ଅନୁମୋଦିତ କି ନୁହେଁ,ଏଯାବତ ପରିବର୍ତ୍ତିତ ଭଡ଼ାର ସବିଶେଷ ବିବରଣୀ ସହିତ ଆହୁରି ଅନେକ ତଥ୍ୟ ସତ୍ୟପାଠ ମାଧ୍ୟମରେ ପ୍ରଦାନ କରିବା ପାଇଁ ଚିଠିରେ ନିର୍ଦ୍ଦେଶ ରହିଛି। କେନ୍ଦ୍ର ସରକାରଙ୍କ ପ୍ରତିଷ୍ପର୍ଦ୍ଧା ଆୟୋଗର ଏହି ଚିଠିକୁ ନେଇ ଟ୍ରକ୍‌ ମାଲିକମାନଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଯୋଡ଼ା, କୋଇଡା, ବଡ଼ବିଲଠାରୁ ଜଗତସିଂହପୁର, ପାରାଦୀପ, ଯାଜପୁର ସମେତ ପ୍ରାୟ ଓଡ଼ିଶାର ଅର୍ଦ୍ଧାଧିକ ଅଞ୍ଚଳର ବ୍ୟବସାୟୀ ଋଣ କରି ଟ୍ରକ୍‌ ବ୍ୟବସାୟରୁ ଜୀବିକା ନିର୍ବାହ କରୁଛନ୍ତି। ହଠାତ୍‌ କେନ୍ଦ୍ର ସରକାରଙ୍କ ଏହି ଚିଠି ସଂଘ ତଥା ସଂଘର ପଞ୍ଜୀକୃତ ଟ୍ରକ୍‌ ମାଲିକମାନଙ୍କୁ ଅସହଜ କରି ଦେଇଛି। ରାଜ୍ୟ ସରକାରଙ୍କ ସମସ୍ତ ନିୟମକୁ ମାନି ସଂଘ କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ଚିଠି କାହିଁକି ଆସିଛି ବୋଲି କିଛି ଟ୍ରକ୍‌ ମାଲିକ ପ୍ରଶ୍ନ କରିଛନ୍ତି। ୨୦୨୦ମସିହା ପରେ ଖଣି ବ୍ୟବସାୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା। ନିଲାମ ମାଧ୍ୟମରେ ମାତ୍ରାଧିକ ମୂଲ୍ୟ ଡାକ ଦେଇ ବଡ଼ ବଡ଼ ଖଣି କମ୍ପାନୀମାନେ ଖଣି ହାତେଇ ଥିଲେ। ବାସ୍ତବ କ୍ଷେତ୍ରରେ ଖର୍ଚ୍ଚକାଟ୍‌ କରିବା ପାଇଁ ବହୁ କମ୍ପାନୀ ଏହିପରି ଚକ୍ରାନ୍ତ କରି କେନ୍ଦ୍ର ସରକାରଙ୍କୁ ଆୟୁଧ କରି ସଂଘକୁ ବିବାଦ ଘେରକୁ ଟାଣୁଛନ୍ତି ଓ ଭୟ ଦେଖାଉଛନ୍ତି ବୋଲି ଯୋଡ଼ା ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ସୁଶାନ୍ତ ବାରିକ କହିଛନ୍ତି। କେନ୍ଦ୍ର ପ୍ରତିଷ୍ପର୍ଦ୍ଧା ଆୟୋଗ ନୋଟିସର ଜବାବ ଆଇନ ଅନୁଯାୟୀ ଦିଆଯାଇଛି ବୋଲି ବାରିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri