Posted inଜାତୀୟ

ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା କେନ୍ଦ୍ର

ନୂଆଦିଲ୍ଲୀ,୧୪ା୧: ବହୁକୋଟି ଟଙ୍କାର ଚିଟ୍‌ଫଣ୍ଡ ଠକେଇ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ସହ କ୍ଷତିଗ୍ରସ୍ତ ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ଓଡ଼ିଶାର ପିନାକ ପାଣି ମହାନ୍ତି ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଛନ୍ତି। ତାଙ୍କ ଆବେଦନ ଉପରେ ୨ ଜଣିଆ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ। ସହଯୋଗ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସର୍ବୋଚ୍ଚ ଅଦାଲତରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରାଯାଇଛି। ଏଥିସହ ମନ୍ତ୍ରଣାଳୟ ଉକ୍ତ ମାମଲାରେ ନିଜେ ପକ୍ଷଭୁକ୍ତ ହେବା ପାଇଁ ଏକ ଇମ୍ପ୍ଲିଡ୍‌ମେଣ୍ଟ ଆପ୍ଲିକେଶନ ମଧ୍ୟ ଦାଖଲ କରିଛି।
ସରକାରୀ ଓକିଲ ଅଦାଲତଙ୍କୁ ଅନୁରୋଧ କରିଥିଲେ ଯେ ଷ୍ଟାଟସ୍‌ ରିପୋର୍ଟ ଆଧାରରେ ସହଯୋଗ ମନ୍ତ୍ରଣାଳୟ କେତେକ ସୁପାରିସ କରିବାକୁ ଚାହୁଁଛି। ଏହି ପ୍ରସଙ୍ଗରେ ସୋମବାର ଶୁଣାଣି କରାଯାଉ। ଜଷ୍ଟିସ ଏମ୍‌.ଆର୍‌. ଶାହା ଏବଂ ସି.ଟି. ରବିକୁମାର ମନ୍ତ୍ରଣାଳୟର ଆପ୍ଲିକେଶନକୁ ଗ୍ରହଣ କରିଛନ୍ତି। ଜନସାଧାରଣଙ୍କ ବୃହତ୍‌ ସ୍ବାର୍ଥ ଦୃଷ୍ଟିରୁ ମନ୍ତ୍ରଣାଳୟର ପରାମର୍ଶଗୁଡ଼ିକୁ ଅନୁଧ୍ୟାନ କରିବା ବୋଲି ଖଣ୍ଡପୀଠ କହିଛନ୍ତି। ଏହା ପୂର୍ବରୁ ଜାନୁୟାରୀ ୪ରେ ଚିଟ୍‌ଫଣ୍ଡ ଠକେଇ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ତଦନ୍ତରେ ମନ୍ଥରତାକୁ ନେଇ ଖଣ୍ଡପୀଠ ଭର୍ତ୍ସନା କରିଥିଲେ। ଯେତେବେଳେ କୌଣସି ଆର୍ଥତ୍କ ଦୁର୍ନୀତି ମାମଲାର ତଦନ୍ତ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦିଆଯାଏ ଏହି ଦୁଇ କେନ୍ଦ୍ରୀୟ ସଂସ୍ଥାର ଦୁର୍ବଳତା ସାମ୍‌ନାକୁ ଆସିଥାଏ। ଏଯାଏ କେତୋଟି ଆର୍ଥତ୍କ ଅନିୟମିତତା ମାମଲାର ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ଅଦାଲତ ପ୍ରଶ୍ନ କରିଥିଲେ। ପ୍ରକାଶ ଯେ, ଓଡ଼ିଶା ସମେତ ପଶ୍ଚିମବଙ୍ଗ, ତ୍ରିପୁରା ଓ ଆସାମରେ ଲୋକଙ୍କଠାରୁ ଚିଟ୍‌ଫଣ୍ଡ ସଂସ୍ଥାଗୁଡ଼ିକ ପ୍ରାୟ ୧୦ ହଜାର କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ଆଣି ପିନାକ ପାଣି ଜନସ୍ବାର୍ଥ ମାମଲା କରିଛନ୍ତି। ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଅଧୀନରେ ସର୍ବୋଚ୍ଚ ଅଦାଲତ ଏକ ଜଣିକିଆ କମିଶନ/ଷ୍ଟାଣ୍ଡିଂ କମିଟି ଗଠନ କରନ୍ତୁ ବୋଲି ସେ ଏଥିରେ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟୁଜିକାଲ ଫାଉଣ୍ଟେନରେ ବଲିଉଡ୍‌ ଗୀତର ତାଳେ ତାଳେ ଝୁମିଲେ ପର୍ଯ୍ୟଟକ, ମଜା ନେଇ କହିଲେ…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ହଜାର ହଜାର ସଂଖ୍ୟାରେ ଆସିଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ି ହିଲଭିୟୁ ପାର୍କ ବୁଲିବା...

ବର୍ଷ ସରୁ ସରୁ ଇତିହାସ ରଚିଲା ଭାରତ, ଜିତିଲା ବିଶ୍ୱକପ

ନୂଆଦିଲ୍ଲୀ,୧୫।୧୨: ୨୦୨୫ ଶେଷ ହେବା ପୂର୍ବରୁ ଭାରତ କ୍ରୀଡ଼ା ଜଗତରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଭାରତୀୟ ସ୍କ୍ବାସ ଦଳ ୨୦୨୫ ସ୍କ୍ବାସ...

ଭଞ୍ଜନଗରରେ ୨୦ରୁ ଜିଲାସ୍ତରୀୟ ଶିଶୁ ଉତ୍ସବ

ଭଞ୍ଜନଗର,୧୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଜିଲାସ୍ତରୀୟ ଶିଶୁ...

ମୁସଲମାନ ଗୃହମନ୍ତ୍ରୀଙ୍କ ପାଇଁ ବ୍ରିଟେନରୁ ବାହାରିବେ ଲକ୍ଷ ଲକ୍ଷ ମୁସଲମାନ! ଭାରତ ଉପରେ କେମିତି ପଡ଼ିବ ପ୍ରଭାବ ଜାଣନ୍ତୁ

ଲଣ୍ଡନ,୧୫।୧୨: ବ୍ରିଟେନର ଏକ ନୂଆ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ବର୍ତ୍ତମାନର ଆଇନ ଅନୁଯାୟୀ, ପ୍ରାୟ ୯ ନିୟୁତ ଲୋକ, ଅର୍ଥାତ ଦେଶର ଜନସଂଖ୍ୟାର ୧୩...

ତୁଷାରପାତକୁ ଖାତିର ନ କରି ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ଗୋଟିଏ ଦିନରେ ଆୟ ହୋଇଛି…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ରବିବାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ହିଲଭିୟୁ ପାର୍କ ସମେତ ଲଭର୍ସ ପଏଣ୍ଟ,...

ପିକ୍‌ନିକ୍‌ ସାରି ଫେରିବା ବେଳେ ଦୁର୍ଘଟଣା: ଗାଡ଼ି ଭିତରେ ଥିଲେ…

ଛତ୍ରପୁର,୧୫ା୧୨(ଦିଲ୍ଲୀପ ସାମଲ): କୋରାପୁଟରୁ ପିକ୍‌ନିକ୍‌ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍‌ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩...

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

‘ଇତିହାସ ହୋଇଯିବ କଂଗ୍ରେସ…ଯେମିତି ଔରଙ୍ଗଜେବ’, ମୋଦିଙ୍କୁ କବର ଦେବା ବୟାନକୁ ନେଇ ଭାଜପା କହିଲା…

ନୂଆଦିଲ୍ଲୀ,୧୫।୧୨: ରାଜଧାନୀ ଦିଲ୍ଲୀରେ ରବିବାର ‘ଭୋଟ ଚୋର, ଗଦ୍ଦି ଛିଡ଼’ ରାଲିରେ କଂଗ୍ରେସ ଭାଜପା ଉପରେ ଆକ୍ରମଣକୁ ତୀବ୍ର କରିଥିଲା, ଶାସକ ଦଳ ନେହେରୁ ପରିବାରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri