Posted inଜାତୀୟ

୧୦୦ ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍‌ କଲା କେନ୍ଦ୍ର

ନୂଆଦିଲ୍ଲୀ,୨୨/୧: ଜାନୁଆରୀ ୨୨ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବ୍ୟବହିତ ପୂର୍ବରୁ ଅଯୋଧ୍ୟା ସମେତ ଦେଶର ବିଭିନ୍ନ ଭାଗରେ ଆଇନଶୃଙ୍ଖଳାକୁ କଡ଼ାକଡ଼ି କରାଯାଇଛି। କୌଣସି ପ୍ରକାର ସନ୍ଦିଗ୍ଧ କାର୍ଯ୍ୟକଳାପ କିମ୍ବା ସାମ୍ପ୍ରଦାୟିକ ସଦ୍ଭାବନାକୁ ନଷ୍ଟ କରିବା ଭଳି ସ୍ଥିତି ଯେମିତି ନ ଉପୁଜିବ, ସେଥିଲାଗି ଉଭୟ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାର ଉଦ୍ୟମ କରିଛନ୍ତି। ବିଶେଷକରି ସାମାଜିକ ଗଣମାଧ୍ୟମରେ ରାମମନ୍ଦିର ସମ୍ପର୍କରେ ପୋଷ୍ଟ କରାଯାଉଥିବା ବିଭ୍ରାନ୍ତିକର ତଥ୍ୟ ଉପରେ ସାଇବର ପୋଲିସ କଡ଼ା ନଜର ରଖିଛି। ଇତିମଧ୍ୟରେ କେନ୍ଦ୍ର ସରକାର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ୟୁଟ୍ୟୁବ୍‌ ଏବଂ ଏକ୍ସ’ ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ପ୍ରାୟ ୧୦୦ ସନ୍ଦିଗ୍ଧ ଆକାଉଣ୍ଟକୁ ବ୍ଲକ୍‌ କରିଦେଇଛନ୍ତି।

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ବେଳେ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନ ଇଣ୍ଡିଆନ୍‌ ସାଇବର କ୍ରାଇମ୍‌ କୋଅର୍ଡିନେଶନ୍‌ ସେଣ୍ଟର (୧୪ସି)ର ବିଶେଷଜ୍ଞମାନଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ରେ ସୂଚନା ପ୍ରଯୁକ୍ତି, ଭାରତୀୟ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍‌ପନ୍ସ ଟିମ୍‌ (ସିଇଆର୍‌ଟି-ଆଇଏନ୍‌) ଏବଂ ଗୋଇନ୍ଦା ବ୍ୟୁରୋ (ଆଇବି) ଅଧିକାରୀମାନେ ସାମିଲ ଅଛନ୍ତି। ଉକ୍ତ ସାଇବର ବିଶେଷଜ୍ଞ ଦଳକୁ ବିଭିନ୍ନ ଓ୍ବେବ୍‌ସାଇଟ୍‌ ଉପରେ ଅନୁଧ୍ୟାନ କରିବା ଲାଗି ଅଯୋଧ୍ୟାକୁ ପଠାଯାଇଛି।

ରାମମନ୍ଦିର ସମ୍ପର୍କିତ କୌଣସି ଫେକ୍‌/ଡିପ୍‌ଫେକ୍‌ ଭିଡିଓ ନଜରକୁ ଆସିଲେ ତାକୁ ତତ୍‌କ୍ଷଣାତ୍‌ ହଟାଇ ନୂଆଦିଲ୍ଲୀର ନର୍ଥ ବ୍ଲକ୍‌ରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କଣ୍ଟ୍ରୋଲ ରୁମ୍‌କୁ ରିପୋର୍ଟ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ପକ୍ଷରୁ ଆକ୍ରମଣ ଆଶଙ୍କା ଥିବାରୁ ଅନ୍‌ଲାଇନ୍‌ ଗୁଜବ ରୋକିବା ପାଇଁ ପଦକ୍ଷେପ ନେବା ସକାଶେ ଗତ ୧୯ରେ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ମହାନିର୍ଦ୍ଦେଶକମାନଙ୍କୁ ପତ୍ର ଲେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri