Posted inଫୁରସତ

୬୫ ବର୍ଷ ହେଲା ଛୁଟି ନେଇନାହାନ୍ତିି ଶତାୟୁ ମହିଳା

ରୋମ: ଇଟାଲୀର ନେବ୍ୟୁନୋ ଗ୍ରାମରେ ରହୁଥିବା ଆନ୍ନା ପୋସି ୧୦୦ ବର୍ଷ ବୟସର ହୋଇଥିଲେ ମଧ୍ୟ ସେ ତାଙ୍କ କଫି ଦୋକାନରେ କାମ କରିବା ସହ ଲୋକଙ୍କୁ କଫି ପରସି ବହୁ ପ୍ରଶଂସା ସାଉଣ୍ଟୁଛନ୍ତି। ଇଟାଲୀର ସବୁଠାରୁ ବୟସ୍କା କଫି ଦୋକାନୀ ଭାବେ ପରିଚିତ ଆନ୍ନାଙ୍କୁ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ‘ଗ୍ରାଣ୍ଡ ମା’ ଆନ୍ନା’ର ନଁା ଦେଇଛନ୍ତି। ଏତେ ଅଧିକ ବୟସରେ ମଧ୍ୟ ଲୋକଙ୍କୁ କଫି ପରଷିବାକୁ ନେଇ ଆନ୍ନା କହିଛନ୍ତି, ତାଙ୍କ କାଫେ ବାର୍‌ ତାଙ୍କ ପାଇଁ ସବୁ କିଛି। ସେ ଏହାକୁ କେବେ ମଧ୍ୟ ବନ୍ଦ କରିବେ ନାହିଁ। ଅର୍ଥ ରୋଜଗାର କରିବା ପାଇଁ ସେ ତାଙ୍କ କାଫେକୁ ଚଳାଉନାହାନ୍ତି। ଏହିି କାଫେ ବାର୍‌ରେ କାର୍ଯ୍ୟ କରି ସେ ସବୁବେଳେ ଲୋକଙ୍କ ସହ ରହିଥାନ୍ତି, ଯାହା ତାଙ୍କୁ ଭଲ ଲାଗିଥାଏ ବୋଲି ଆନ୍ନା କହିଛନ୍ତି।
ଆନ୍ନା ‘ସେଣ୍ଟ୍ରାଲ ଡେଲି’ ନାମକ ନିଜର କାଫେ ବାର୍‌କୁ ୧୯୫୮ରେ ଖୋଲିଥିଲେ। ଗତ ୬ ଦଶନ୍ଧିରୁ ଅଧିକ ସମୟ ଧରି ସେ ନିଜର ଏହି କାଫେକୁ ଚଳାଉଛନ୍ତି। ସେ ପ୍ରତିଦିନ ସକାଳ ୭ଟାରେ ଏହି କାଫେ ବାର୍‌କୁ ଖୋଲିଥାନ୍ତି। ଶୀତ ଋତୁରେ ସେ ଏହାକୁ ସା ୭ଟା ଏବଂ ଗ୍ରୀଷ୍ମରେ ରାତି ୯ଟାରେ ବନ୍ଦ କରିଥାନ୍ତି। ତାଙ୍କ ଦ୍ବାରା ପ୍ରସ୍ତୁତ କଫିକୁ ଲୋକମାନେ ଖୁବ୍‌ ପସନ୍ଦ କରନ୍ତି। ତେଣୁ ତାଙ୍କ କାଫେରେ ସର୍ବଦା ଭିଡ଼ ଲାଗିରହିଥାଏ ବୋଲି ଆନ୍ନା କହିଛନ୍ତି।
ଆହୁରି କହିଛନ୍ତି, ସେ ଗତ ୬୫ ବର୍ଷ ହେଲା ଛୁଟି ନେଇନାହାନ୍ତି। ଶେଷଥର ପାଇଁ ୧୯୬୦ରେ ସେ ପ୍ୟାରିସ୍‌କୁ ଏକ ୮ ଦିନିଆ ଛୁଟିରେ ଯାଇଥିଲେ। ଏହାପରଠାରୁ ସେ କେବେ ମଧ୍ୟ ତାଙ୍କ କାଫେ ବାର୍‌କୁ ବନ୍ଦ କରିନାହାନ୍ତି। ତାଙ୍କ କଫି ବାର୍‌ ବର୍ଷକୁ ୩୬୫ ଦିନ ଖୋଲା ରହିଥାଏ। ରବିବାର ଏବଂ ଅନ୍ୟାନ୍ୟ ଛୁଟିଦିନଗୁଡ଼ିକରେ ମଧ୍ୟ ସେ ଛୁଟି ନିଅନ୍ତି ନାହିଁ ବୋଲି ଆନ୍ନା କହିଛନ୍ତି। ଏବେ ମଧ୍ୟ ସେ ତାଙ୍କ କାଫେରେ ସକାଳୁ ରାତି ଯାଏ ଅଧିକାଂଶ କାମ ନିଜେ କରୁଥିବା ଆନ୍ନା କହିଛନ୍ତି।
ପୁରୁଣା ଦିନକୁ ମନେପକାଇ ଆନ୍ନା କହିଛନ୍ତି, ସମୟ ସହ ତାଙ୍କ କାଫେରେ ଗ୍ରାହକଙ୍କ ଚଳଣି ଏବଂ ସଂସ୍କୃତିରେ ପରିବର୍ତ୍ତନ ଘଟିଛି। ପୂର୍ବରୁ ତାଙ୍କ କାଫେରେ ଲୋକମାନେ ପରସ୍ପର ସହ ବସି କଥା ହେବାକୁ ପସନ୍ଦ କରୁଥିଲେ। ଏହାସହ ସେମାନେ ପରସ୍ପର ସହ ତାସ୍‌ ଖେଳୁଥିଲେ। କିନ୍ତୁ ଏବେ ତାଙ୍କ କାଫେରେ ଗ୍ରାହକମାନେ ଏପରି ନ କରି କେବଳ ନିଜ ମୋବାଇଲ ଫୋନ୍‌ରେ ବ୍ୟସ୍ତ ରହୁଥିବା ଆନ୍ନା କହିଛନ୍ତି। ଗତ ନଭେମ୍ବରରେ ଆନ୍ନା ତାଙ୍କ ୧୦୦ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ସ୍ଥାନୀୟ ଲୋକେ ତାଙ୍କ କାଫେର ସାଇନବୋର୍ଡରେ ‘ସେଣ୍ଟ୍ରାଲ ଡେଲି’ ସହ ସେ ଇଟାଲୀର ସବୁଠାରୁ ବୟସ୍କା କାଫେ ମାଲିକ ହୋଇଥିବା ଲେଖି ଆନ୍ନାଙ୍କୁ ସର୍‌ପ୍ରାଇଜ ଦେଇଥିଲେ। ଏହାଦ୍ୱାରା ଗ୍ରାଣ୍ଡ ମା’ ଆନ୍ନାଙ୍କ କାଫେକୁ ଆସୁଥିବା ଗ୍ରାହକମାନେ ତାଙ୍କ ଉପଲବ୍ଧି ସମ୍ପର୍କରେ ଜାଣିପାରିବେ ବୋଲି ସେମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri