Posted inଫୁରସତ

୬୫ ବର୍ଷ ହେଲା ଛୁଟି ନେଇନାହାନ୍ତିି ଶତାୟୁ ମହିଳା

ରୋମ: ଇଟାଲୀର ନେବ୍ୟୁନୋ ଗ୍ରାମରେ ରହୁଥିବା ଆନ୍ନା ପୋସି ୧୦୦ ବର୍ଷ ବୟସର ହୋଇଥିଲେ ମଧ୍ୟ ସେ ତାଙ୍କ କଫି ଦୋକାନରେ କାମ କରିବା ସହ ଲୋକଙ୍କୁ କଫି ପରସି ବହୁ ପ୍ରଶଂସା ସାଉଣ୍ଟୁଛନ୍ତି। ଇଟାଲୀର ସବୁଠାରୁ ବୟସ୍କା କଫି ଦୋକାନୀ ଭାବେ ପରିଚିତ ଆନ୍ନାଙ୍କୁ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ‘ଗ୍ରାଣ୍ଡ ମା’ ଆନ୍ନା’ର ନଁା ଦେଇଛନ୍ତି। ଏତେ ଅଧିକ ବୟସରେ ମଧ୍ୟ ଲୋକଙ୍କୁ କଫି ପରଷିବାକୁ ନେଇ ଆନ୍ନା କହିଛନ୍ତି, ତାଙ୍କ କାଫେ ବାର୍‌ ତାଙ୍କ ପାଇଁ ସବୁ କିଛି। ସେ ଏହାକୁ କେବେ ମଧ୍ୟ ବନ୍ଦ କରିବେ ନାହିଁ। ଅର୍ଥ ରୋଜଗାର କରିବା ପାଇଁ ସେ ତାଙ୍କ କାଫେକୁ ଚଳାଉନାହାନ୍ତି। ଏହିି କାଫେ ବାର୍‌ରେ କାର୍ଯ୍ୟ କରି ସେ ସବୁବେଳେ ଲୋକଙ୍କ ସହ ରହିଥାନ୍ତି, ଯାହା ତାଙ୍କୁ ଭଲ ଲାଗିଥାଏ ବୋଲି ଆନ୍ନା କହିଛନ୍ତି।
ଆନ୍ନା ‘ସେଣ୍ଟ୍ରାଲ ଡେଲି’ ନାମକ ନିଜର କାଫେ ବାର୍‌କୁ ୧୯୫୮ରେ ଖୋଲିଥିଲେ। ଗତ ୬ ଦଶନ୍ଧିରୁ ଅଧିକ ସମୟ ଧରି ସେ ନିଜର ଏହି କାଫେକୁ ଚଳାଉଛନ୍ତି। ସେ ପ୍ରତିଦିନ ସକାଳ ୭ଟାରେ ଏହି କାଫେ ବାର୍‌କୁ ଖୋଲିଥାନ୍ତି। ଶୀତ ଋତୁରେ ସେ ଏହାକୁ ସା ୭ଟା ଏବଂ ଗ୍ରୀଷ୍ମରେ ରାତି ୯ଟାରେ ବନ୍ଦ କରିଥାନ୍ତି। ତାଙ୍କ ଦ୍ବାରା ପ୍ରସ୍ତୁତ କଫିକୁ ଲୋକମାନେ ଖୁବ୍‌ ପସନ୍ଦ କରନ୍ତି। ତେଣୁ ତାଙ୍କ କାଫେରେ ସର୍ବଦା ଭିଡ଼ ଲାଗିରହିଥାଏ ବୋଲି ଆନ୍ନା କହିଛନ୍ତି।
ଆହୁରି କହିଛନ୍ତି, ସେ ଗତ ୬୫ ବର୍ଷ ହେଲା ଛୁଟି ନେଇନାହାନ୍ତି। ଶେଷଥର ପାଇଁ ୧୯୬୦ରେ ସେ ପ୍ୟାରିସ୍‌କୁ ଏକ ୮ ଦିନିଆ ଛୁଟିରେ ଯାଇଥିଲେ। ଏହାପରଠାରୁ ସେ କେବେ ମଧ୍ୟ ତାଙ୍କ କାଫେ ବାର୍‌କୁ ବନ୍ଦ କରିନାହାନ୍ତି। ତାଙ୍କ କଫି ବାର୍‌ ବର୍ଷକୁ ୩୬୫ ଦିନ ଖୋଲା ରହିଥାଏ। ରବିବାର ଏବଂ ଅନ୍ୟାନ୍ୟ ଛୁଟିଦିନଗୁଡ଼ିକରେ ମଧ୍ୟ ସେ ଛୁଟି ନିଅନ୍ତି ନାହିଁ ବୋଲି ଆନ୍ନା କହିଛନ୍ତି। ଏବେ ମଧ୍ୟ ସେ ତାଙ୍କ କାଫେରେ ସକାଳୁ ରାତି ଯାଏ ଅଧିକାଂଶ କାମ ନିଜେ କରୁଥିବା ଆନ୍ନା କହିଛନ୍ତି।
ପୁରୁଣା ଦିନକୁ ମନେପକାଇ ଆନ୍ନା କହିଛନ୍ତି, ସମୟ ସହ ତାଙ୍କ କାଫେରେ ଗ୍ରାହକଙ୍କ ଚଳଣି ଏବଂ ସଂସ୍କୃତିରେ ପରିବର୍ତ୍ତନ ଘଟିଛି। ପୂର୍ବରୁ ତାଙ୍କ କାଫେରେ ଲୋକମାନେ ପରସ୍ପର ସହ ବସି କଥା ହେବାକୁ ପସନ୍ଦ କରୁଥିଲେ। ଏହାସହ ସେମାନେ ପରସ୍ପର ସହ ତାସ୍‌ ଖେଳୁଥିଲେ। କିନ୍ତୁ ଏବେ ତାଙ୍କ କାଫେରେ ଗ୍ରାହକମାନେ ଏପରି ନ କରି କେବଳ ନିଜ ମୋବାଇଲ ଫୋନ୍‌ରେ ବ୍ୟସ୍ତ ରହୁଥିବା ଆନ୍ନା କହିଛନ୍ତି। ଗତ ନଭେମ୍ବରରେ ଆନ୍ନା ତାଙ୍କ ୧୦୦ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ସ୍ଥାନୀୟ ଲୋକେ ତାଙ୍କ କାଫେର ସାଇନବୋର୍ଡରେ ‘ସେଣ୍ଟ୍ରାଲ ଡେଲି’ ସହ ସେ ଇଟାଲୀର ସବୁଠାରୁ ବୟସ୍କା କାଫେ ମାଲିକ ହୋଇଥିବା ଲେଖି ଆନ୍ନାଙ୍କୁ ସର୍‌ପ୍ରାଇଜ ଦେଇଥିଲେ। ଏହାଦ୍ୱାରା ଗ୍ରାଣ୍ଡ ମା’ ଆନ୍ନାଙ୍କ କାଫେକୁ ଆସୁଥିବା ଗ୍ରାହକମାନେ ତାଙ୍କ ଉପଲବ୍ଧି ସମ୍ପର୍କରେ ଜାଣିପାରିବେ ବୋଲି ସେମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri