Posted inଜାତୀୟ

୨୦୨୫ରେ ଜନଗଣନା

ନୂଆଦିଲ୍ଲୀ,୨୯ା୧୦: ବହୁ ବିଳମ୍ବିତ ଦଶବର୍ଷିଆ ଜନଗଣନା ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ସଂଶୋଧନ କାର୍ଯ୍ୟ ୨୦୨୫ ପ୍ରଥମ ଭାଗରୁ ଆରମ୍ଭ ହୋଇପାରେ। ୨୦୨୬ରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ତଥ୍ୟ ଘୋଷଣା କରାଯିବ। ସେହି ଅନୁଯାୟୀ ଭବିଷ୍ୟତର ଜନଗଣନା ୧୦ ବର୍ଷ ଲେଖାଏ ବ୍ୟବଧାନରେ ଅର୍ଥାତ୍‌ ୨୦୩୫, ୨୦୪୫ ବର୍ଷରେ ହେବ। ତେବେ ସାଧାରଣ ଜନଗଣନା ସହ ଜାତି ଜନଗଣନା ହେବ କି ନାହିଁ, ସେନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। ଜନଗଣନା କାର୍ଯ୍ୟ ଶେଷ ହେବା ପରେ ଲୋକ ସଭା ନିର୍ବାଚନ ମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୮ରେ ଶେଷ ହେବା ନେଇ ଆଶା କରାଯାଉଛି। ଭାରତରେ ୧୯୫୧ରୁ ପ୍ରତି ୧୦ ବର୍ଷରେ ଜନଗଣନା ହେଉଥିଲା। ତେବେ କୋଭିଡ୍‌-୧୯ ମହାମାରୀ ଯୋଗୁ ୨୦୨୧ରେ ଜନଗଣନା ହୋଇପାରି ନ ଥିଲା। ପରବର୍ତ୍ତୀ ଜନଗଣନା କାର୍ଯ୍ୟସୂଚୀ ସମ୍ପର୍କରେ ଅଦ୍ୟାବଧି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ତେବେ ଏହି କାର୍ଯ୍ୟ ଆସନ୍ତାବର୍ଷ ପ୍ରଥମ ଭାଗରୁ ଆରମ୍ଭ ହୋଇ ଜନସଂଖ୍ୟା

ତଥ୍ୟ ୨୦୨୬ରେ ଘୋଷଣା କରାଯିବାର ଯଥେଷ୍ଟ ସମ୍ଭାବନା ରହିଥିବା ଏକ ସରକାରୀ ସୂତ୍ରରୁ ଜଣାପଡ଼ିଛି। ଜନଗଣନା ବେଳେ ନାଗରିକମାନଙ୍କ ସମ୍ପର୍କରେ ଜାଣିବା ପାଇଁ ୩୧ଟି ପ୍ରଶ୍ନ ପଚାରିବାକୁ ରେଜିଷ୍ଟ୍ରାର ଜେନେରାଲ ଏବଂ ସେନ୍‌ସସ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଅନ୍ୟପକ୍ଷରେ ଜାତି ଜନଗଣନା ପାଇଁ କଂଗ୍ରେସ, ଆର୍‌ଜେଡି ସମେତ କେତେକ ବିରୋଧୀ ଦଳ ଦାବି କରିଆସୁଛନ୍ତି। ଦେଶରେ ମୋଟ ପଛୁଆ ବର୍ଗ ଜନସଂଖ୍ୟା କେତେ, ତାହା ଜଣାପଡ଼ିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।
ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ହେବାକୁ ଥିବାବେଳେ ଲୋକ ସଭା ଆସନ ହରାଇବା ଏବଂ ରାଜନୈତିକ ସାମର୍ଥ୍ୟ ହ୍ରାସ ପାଇବା ସମ୍ଭାବନାକୁ ନେଇ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଅନେକ ରାଜନେତା ଆଶଙ୍କା ବ୍ୟକ୍ତ କରିଛନ୍ତି। କାରଣ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣରେ ସଫଳ ହୋଇଥିବାରୁ ସେମାନଙ୍କ ଭାଗରେ ଉତ୍ତର ଭାରତୀୟ ରାଜ୍ୟ ତୁଳନାରେ କମ୍‌ ଆସନ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ସମ୍ବିଧାନର ଅନୁଚ୍ଛେଦ ୮୨ ଅନୁଯାୟୀ, ୨୦୨୬ ପରେ ହେବାକୁ ଥିବା ପ୍ରଥମ ଜନଗଣନା ତଥ୍ୟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଆସନ ପୁନଃ ଆବଣ୍ଟନ କରିବା ଆବଶ୍ୟକ ନାହିଁ। ଅର୍ଥାତ୍‌ ଯଦି ୨୦୨୫ରେ ଜନଗଣନା କରାଯାଇ ୨୦୨୬ରେ ତଥ୍ୟ ପ୍ରକାଶ କରାଯାଏ, ତେବେ ଏହାକୁ ଆଧାର କରି ନିର୍ବାଚନ ମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କରାଯାଇପାରିବ ନାହିଁ। ଏଥିପାଇଁ ଅନୁଚ୍ଛେଦ ୮୨ରେ ସଂଶୋଧନ ଆଣିବାକୁ ପଡ଼ିବ। ସୀମା ନିର୍ଦ୍ଧାରଣ ନିଷ୍ପତ୍ତି ପୂର୍ବରୁ ଏହିସବୁ ବିଷୟକୁ ଧ୍ୟାନ ଦେବାକୁ ପଡ଼ିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।
ଜନଗଣନା ବେଳେ ପ୍ରତ୍ୟେକ ପରିବାରକୁ ପଚରାଯିବାକୁ ଥିବା ୩୧ ପ୍ରଶ୍ନ ମଧ୍ୟରେ ରହିଛି, ଉକ୍ତ ଘରେ କେତେଜଣ ରହୁଛନ୍ତି, ଘରର ମୁଖିଆ ମହିଳା କି, ଘରେ କେତୋଟି ପ୍ରକୋଷ୍ଠ ରହିଛି, ବିବାହିତ ଦମ୍ପତିଙ୍କ ସଂଖ୍ୟା କେତେ, ପରିବାରରେ ଟେଲିଫୋନ୍‌, ଇଣ୍ଟରନେଟ୍‌ ସଂଯୋଗ, ମୋବାଇଲ କିମ୍ବା ସ୍ମାର୍ଟଫୋନ୍‌, ସାଇକେଲ, ସ୍କୁଟର କିମ୍ବା ମୋଟରସାଇକେଲ ଏବଂ ନିଜର କାର୍‌, ଜିପ୍‌ କିମ୍ବା ଭ୍ୟାନ୍‌ ଅଛି କି ନାହଁ ପ୍ରଶ୍ନ କରାଯିବ। ଏତଦ୍‌ ବ୍ୟତୀତ ପରିବାର ଲୋକେ କେଉଁ ଖାଦ୍ୟଶସ୍ୟ ଖାଉଛନ୍ତି, ପାନୀୟ ଜଳର ମୁଖ୍ୟ ଉତ୍ସ କ’ଣ, ଆଲୋକର ମୁଖ୍ୟ ଉତ୍ସ କ’ଣ, ପାଇଖାନା, ଏହାର ପ୍ରକାର, ବର୍ଜ୍ୟଜଳ ବାହାରିବା ବ୍ୟବସ୍ଥା, ଗାଧୋଇବା ସୁବିଧା, ରୋଷେଇ ଘର, ଏଲ୍‌ପିଜି/ପିଏନ୍‌ଜି ସଂଯୋଗ, ରୋଷେଇ ପାଇଁ ବ୍ୟବହୃତ ମୁଖ୍ୟ ଇନ୍ଧନ, ରେଡିଓ, ଟ୍ରାଞ୍ଜିଷ୍ଟର, ଟେଲିଭିଜନ ଅଛି କି ନାହିଁ ପଚରାଯିବ। ୨୦୧୧ ଜନଗଣନା ଅନୁଯାୟୀ ଭାରତର ଜନସଂଖ୍ୟା ୧୨୧ କୋଟି ହୋଇଥିବାବେଳେ ପ୍ରତି ୧,୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୯୪୦ ରହିଛି। ସାକ୍ଷରତା ହାର ୭୪.୦୪ ପ୍ରତିଶତ ହୋଇଥିବାବେଳେ ୨୦୦୧ରୁ ୨୦୧୧ ମଧ୍ୟରେ ଜନସଂଖ୍ୟା ବୃଦ୍ଧି ହାର ୧୭.୬୪ ପ୍ରତିଶତ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri