Posted inଜାତୀୟ

୨୦୨୫ରେ ଜନଗଣନା

ନୂଆଦିଲ୍ଲୀ,୨୯ା୧୦: ବହୁ ବିଳମ୍ବିତ ଦଶବର୍ଷିଆ ଜନଗଣନା ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ସଂଶୋଧନ କାର୍ଯ୍ୟ ୨୦୨୫ ପ୍ରଥମ ଭାଗରୁ ଆରମ୍ଭ ହୋଇପାରେ। ୨୦୨୬ରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ତଥ୍ୟ ଘୋଷଣା କରାଯିବ। ସେହି ଅନୁଯାୟୀ ଭବିଷ୍ୟତର ଜନଗଣନା ୧୦ ବର୍ଷ ଲେଖାଏ ବ୍ୟବଧାନରେ ଅର୍ଥାତ୍‌ ୨୦୩୫, ୨୦୪୫ ବର୍ଷରେ ହେବ। ତେବେ ସାଧାରଣ ଜନଗଣନା ସହ ଜାତି ଜନଗଣନା ହେବ କି ନାହିଁ, ସେନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। ଜନଗଣନା କାର୍ଯ୍ୟ ଶେଷ ହେବା ପରେ ଲୋକ ସଭା ନିର୍ବାଚନ ମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୮ରେ ଶେଷ ହେବା ନେଇ ଆଶା କରାଯାଉଛି। ଭାରତରେ ୧୯୫୧ରୁ ପ୍ରତି ୧୦ ବର୍ଷରେ ଜନଗଣନା ହେଉଥିଲା। ତେବେ କୋଭିଡ୍‌-୧୯ ମହାମାରୀ ଯୋଗୁ ୨୦୨୧ରେ ଜନଗଣନା ହୋଇପାରି ନ ଥିଲା। ପରବର୍ତ୍ତୀ ଜନଗଣନା କାର୍ଯ୍ୟସୂଚୀ ସମ୍ପର୍କରେ ଅଦ୍ୟାବଧି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ତେବେ ଏହି କାର୍ଯ୍ୟ ଆସନ୍ତାବର୍ଷ ପ୍ରଥମ ଭାଗରୁ ଆରମ୍ଭ ହୋଇ ଜନସଂଖ୍ୟା

ତଥ୍ୟ ୨୦୨୬ରେ ଘୋଷଣା କରାଯିବାର ଯଥେଷ୍ଟ ସମ୍ଭାବନା ରହିଥିବା ଏକ ସରକାରୀ ସୂତ୍ରରୁ ଜଣାପଡ଼ିଛି। ଜନଗଣନା ବେଳେ ନାଗରିକମାନଙ୍କ ସମ୍ପର୍କରେ ଜାଣିବା ପାଇଁ ୩୧ଟି ପ୍ରଶ୍ନ ପଚାରିବାକୁ ରେଜିଷ୍ଟ୍ରାର ଜେନେରାଲ ଏବଂ ସେନ୍‌ସସ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଅନ୍ୟପକ୍ଷରେ ଜାତି ଜନଗଣନା ପାଇଁ କଂଗ୍ରେସ, ଆର୍‌ଜେଡି ସମେତ କେତେକ ବିରୋଧୀ ଦଳ ଦାବି କରିଆସୁଛନ୍ତି। ଦେଶରେ ମୋଟ ପଛୁଆ ବର୍ଗ ଜନସଂଖ୍ୟା କେତେ, ତାହା ଜଣାପଡ଼ିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।
ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ହେବାକୁ ଥିବାବେଳେ ଲୋକ ସଭା ଆସନ ହରାଇବା ଏବଂ ରାଜନୈତିକ ସାମର୍ଥ୍ୟ ହ୍ରାସ ପାଇବା ସମ୍ଭାବନାକୁ ନେଇ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଅନେକ ରାଜନେତା ଆଶଙ୍କା ବ୍ୟକ୍ତ କରିଛନ୍ତି। କାରଣ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣରେ ସଫଳ ହୋଇଥିବାରୁ ସେମାନଙ୍କ ଭାଗରେ ଉତ୍ତର ଭାରତୀୟ ରାଜ୍ୟ ତୁଳନାରେ କମ୍‌ ଆସନ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ସମ୍ବିଧାନର ଅନୁଚ୍ଛେଦ ୮୨ ଅନୁଯାୟୀ, ୨୦୨୬ ପରେ ହେବାକୁ ଥିବା ପ୍ରଥମ ଜନଗଣନା ତଥ୍ୟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଆସନ ପୁନଃ ଆବଣ୍ଟନ କରିବା ଆବଶ୍ୟକ ନାହିଁ। ଅର୍ଥାତ୍‌ ଯଦି ୨୦୨୫ରେ ଜନଗଣନା କରାଯାଇ ୨୦୨୬ରେ ତଥ୍ୟ ପ୍ରକାଶ କରାଯାଏ, ତେବେ ଏହାକୁ ଆଧାର କରି ନିର୍ବାଚନ ମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କରାଯାଇପାରିବ ନାହିଁ। ଏଥିପାଇଁ ଅନୁଚ୍ଛେଦ ୮୨ରେ ସଂଶୋଧନ ଆଣିବାକୁ ପଡ଼ିବ। ସୀମା ନିର୍ଦ୍ଧାରଣ ନିଷ୍ପତ୍ତି ପୂର୍ବରୁ ଏହିସବୁ ବିଷୟକୁ ଧ୍ୟାନ ଦେବାକୁ ପଡ଼ିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।
ଜନଗଣନା ବେଳେ ପ୍ରତ୍ୟେକ ପରିବାରକୁ ପଚରାଯିବାକୁ ଥିବା ୩୧ ପ୍ରଶ୍ନ ମଧ୍ୟରେ ରହିଛି, ଉକ୍ତ ଘରେ କେତେଜଣ ରହୁଛନ୍ତି, ଘରର ମୁଖିଆ ମହିଳା କି, ଘରେ କେତୋଟି ପ୍ରକୋଷ୍ଠ ରହିଛି, ବିବାହିତ ଦମ୍ପତିଙ୍କ ସଂଖ୍ୟା କେତେ, ପରିବାରରେ ଟେଲିଫୋନ୍‌, ଇଣ୍ଟରନେଟ୍‌ ସଂଯୋଗ, ମୋବାଇଲ କିମ୍ବା ସ୍ମାର୍ଟଫୋନ୍‌, ସାଇକେଲ, ସ୍କୁଟର କିମ୍ବା ମୋଟରସାଇକେଲ ଏବଂ ନିଜର କାର୍‌, ଜିପ୍‌ କିମ୍ବା ଭ୍ୟାନ୍‌ ଅଛି କି ନାହଁ ପ୍ରଶ୍ନ କରାଯିବ। ଏତଦ୍‌ ବ୍ୟତୀତ ପରିବାର ଲୋକେ କେଉଁ ଖାଦ୍ୟଶସ୍ୟ ଖାଉଛନ୍ତି, ପାନୀୟ ଜଳର ମୁଖ୍ୟ ଉତ୍ସ କ’ଣ, ଆଲୋକର ମୁଖ୍ୟ ଉତ୍ସ କ’ଣ, ପାଇଖାନା, ଏହାର ପ୍ରକାର, ବର୍ଜ୍ୟଜଳ ବାହାରିବା ବ୍ୟବସ୍ଥା, ଗାଧୋଇବା ସୁବିଧା, ରୋଷେଇ ଘର, ଏଲ୍‌ପିଜି/ପିଏନ୍‌ଜି ସଂଯୋଗ, ରୋଷେଇ ପାଇଁ ବ୍ୟବହୃତ ମୁଖ୍ୟ ଇନ୍ଧନ, ରେଡିଓ, ଟ୍ରାଞ୍ଜିଷ୍ଟର, ଟେଲିଭିଜନ ଅଛି କି ନାହିଁ ପଚରାଯିବ। ୨୦୧୧ ଜନଗଣନା ଅନୁଯାୟୀ ଭାରତର ଜନସଂଖ୍ୟା ୧୨୧ କୋଟି ହୋଇଥିବାବେଳେ ପ୍ରତି ୧,୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୯୪୦ ରହିଛି। ସାକ୍ଷରତା ହାର ୭୪.୦୪ ପ୍ରତିଶତ ହୋଇଥିବାବେଳେ ୨୦୦୧ରୁ ୨୦୧୧ ମଧ୍ୟରେ ଜନସଂଖ୍ୟା ବୃଦ୍ଧି ହାର ୧୭.୬୪ ପ୍ରତିଶତ।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ସରିଲା NEET, UG ପରୀକ୍ଷା

ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍‌ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri