ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି, ଓଡିଆ ନବବର୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ହନୁମାନ ମନ୍ଦିର ଗୁଡ଼ିକରେ ସକାଳୁ ସକାଳୁ ଭକ୍ତଙ୍କ ପୂଜାର୍ଚ୍ଚନା ପାଇଁ ଭିଡ ଜମିଥିଲା। ଭଞ୍ଜନଗର ରଘୁନାଥ ମନ୍ଦିର, ଜେଲ ପ୍ରସାଶନ ପକ୍ଷରୁ ସ୍ଥାନୀୟ ହନୁମାନ ମନ୍ଦିରରେ ଏନେଇ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏଥିସହ ବେଲେଶ୍ୱର ପୀଠ ସମେତ ଅନ୍ୟାନ୍ୟ ମନ୍ଦିର ଗୁଡ଼ିକରେ ମଧ୍ୟ ଭିଡ ପରିଲକ୍ଷିତ ହୋଇଥିଲା।