ବ୍ଲକସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ

ପାଟଣା,୨୬।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ଶୁକ୍ରବାର ମୁଖ୍ୟାଳୟ ଷ୍ଟାଡିୟମରେ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧକ୍ଷ ଜଗନ୍ନାଥ ନାଏକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ୩୦ ଟି ପ୍ୟାରେଡ଼ ଗ୍ରୁପରୁ ଅଭିବାଦନ ଗ୍ରହଣ କରିଛନ୍ତି। ବିଧାୟକ ନିଜ ବକ୍ତବ୍ୟରେ ରାଷ୍ଟ୍ରକୁ ପରମ ବୈଭବଶାଳୀ କରିବାକୁ ନାଗରିକଙ୍କୁ ଦେଶ ଗଠନରେ ଭାଗିଦାର ହେବାକୁ ଆହ୍ବାନ ଦେଇଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ଶୁକାନ୍ତି ନାଏକ, ବିଡ଼ିଓ ଶିବ ଶଙ୍କର ମୁର୍ମୁ ବିଇଓ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ, ରେଞ୍ଜର ବନ ବିହାରି ସର୍ଦାର, ବ୍ୟଙ୍ଗ କବି ଭରତ ଚନ୍ଦ୍ର ସାହୁ, ଏ ବିଡ଼ିଓ ଚିତ୍ତରଞ୍ଜନ ନାୟକ,ବଡ ପାଟଣା ସରପଞ୍ଚ ବିନତି ବାନରା, ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।