ସ୍ବତନ୍ତ୍ର ଉପାସନାରେ ପାଳିଲେ ବଡ଼ଦିନ

ସମ୍ବଲପୁର,୨୫।୧୨(ବ୍ୟୁରୋ): ସମ୍ବଲପୁର ସହର ଏବଂ ଗ୍ରାମାଞ୍ଚଳରେ ରବିବାର ବଡ଼ଦିନ ପର୍ବ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। କରୋନା କଟକଣା ଯୋଗୁ ଗତ ଦୁଇ ବର୍ଷ ନିରାଡ଼ମ୍ବର ଭାବେ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ବଡ଼ଦିନ ପାଳନ କରିଥିଲେ। ତେଣୁ ଚଳିତ ବର୍ଷ ହର୍ଷଉଲ୍ଲାସର ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ପର୍ବ ପାଳନ କରାଯାଇଛି। ଚର୍ଚ୍ଚଗୁଡ଼ିକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜ୍ଜିତ କରାଯାଇଛି। ଏନେଇ ଚର୍ଚ୍ଚ ପରିସର ସୁନେଲି, ରୌପ୍ୟ, ସବୁଜ, ନୀଳରେ ଝଲସି ଉଠୁଛି।

ଅପରାହ୍ନ ପ୍ରାର୍ଥନା ଶେଷ ପରେ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ପରସ୍ପରକୁ ଆଲିଙ୍ଗନ କରି ବଡ଼ଦିନର ଶୁଭେଚ୍ଛା ଜଣାଇଥିଲେ। ଏହି କ୍ରମରେ ଗଙ୍ଗାଧର ମେହେର କଲେଜ ଛକସ୍ଥିତ ଓଡ଼ିଆ ବାପ୍‌ଟିଷ୍ଟ ଚର୍ଚ୍ଚ, ସାକ୍ଷୀପଡା କ୍ୟାଥେଲିକ୍‌ ଚର୍ଚ୍ଚ, ବିନାଖଣ୍ଡି ସେଣ୍ଟ୍‌ ଜେମ୍ସ ଚର୍ଚ୍ଚ, କୁଲୁଥକାନି ଗୋସନର ଇ.ଏଲ୍‌. ଚର୍ଚ୍ଚ, ଅଇଁଠାପାଲି ଦୟାସାଗର ପ୍ରାର୍ଥନା ଭବନ, ଲକ୍ଷ୍ମୀଟକିଜ୍‌ ମୁଣ୍ଡା ବାପ୍‌ଟିଷ୍ଟ ଚର୍ଚ୍ଚ ଓ ପାଞ୍ଚଗଛିଆ ଚର୍ଚ୍ଚରେ ସ୍ବତନ୍ତ୍ର ପ୍ରାର୍ଥନା ସହ ବିବିଧ କାର୍ଯ୍ୟକ୍ରମ ହୋଇଥିଲା। ସମ୍ବଲପୁର ସମେତ ବୁର୍ଲା ଓ ହୀରାକୁଦର ୮ଟି ଚର୍ଚ୍ଚରେ ବଡ଼ଦିନ ପର୍ବ ପାଳିତ ହୋଇଯାଇଛି। ବଡ଼ଦିନକୁ ସ୍ବାଗତ କରିବାକୁ ଭକ୍ତମାନେ ଶନିବାର ମଧ୍ୟରାତି ପର୍ଯ୍ୟନ୍ତ ଉଜାଗର ରହିଥିଲେ। ଏପରି କି ନିର୍ଦ୍ଧାରିତ ସମୟାନୁସାରେ ଆତସବାଜିରେ ବଡ଼ଦିନକୁ ସ୍ବାଗତ କରାଯାଇଥିଲା। ସୂଚନାଯୋଗ୍ୟ, ୧୮୮୧ରେ ଓଡ଼ିଆ ବାପ୍‌ଟିଷ୍ଟ ଚର୍ଚ୍ଚ ନିର୍ମାଣ ହୋଇଥିଲା। ୧୯୨୯ରେ ବିନାଖଣ୍ଡି ସେଣ୍ଟ ଜେମ୍ସ ଚର୍ଚ୍ଚ ପ୍ରତିଷ୍ଠା ହୋଇଥିଲା। ସେହିଦିନଠାରୁ ଐତିହାସିକ ସମ୍ବଲପୁର ସହରରେ ବଡ଼ଦିନ ପର୍ବ ପାଳିତ ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri