Posted inଜାତୀୟ

ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଲାନ୍ସ୍‌ ନାଏକ ଶହୀଦ୍‌

ଶ୍ରୀନଗର, ୧।୧୦: ଜମ୍ମୁ-କଶ୍ମୀରସ୍ଥିତ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏଲ୍‌ଓସିର ପୁଞ୍ଚ୍‌ ଜିଲାର ମାନକୋଟ ସେକ୍ଟର ଏବଂ କ୍ରିଷ୍ଣାଘାଟି ସେକ୍ଟରଠାରେ ଥିବା ଭାରତୀୟ ଫରଓ୍ବାର୍ଡ ପୋଷ୍ଟକୁ ଲକ୍ଷ୍ୟ କରି ପାକିସ୍ତାନ ପଟୁ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ଏଥିରେ ଭାରତୀୟ ସେନାର ଲାନ୍ସ୍‌ ନାଏକ କରନେଲ୍‌ ସିଂ ଶହୀଦ୍‌ ହୋଇଛନ୍ତି। ପାକିସ୍ତାନର ମୋର୍ଟାଲ ଶେଲିଂ ମାଡ଼ର ଜବାବରେ ଭାରତୀୟ ସେନା ପକ୍ଷରୁ ପାଲଟା ଗୁଳି ଗୋଳା ମାଡ଼ କରାଯାଇଥିଲା। ଦୁଇପକ୍ଷଙ୍କ ମଧ୍ୟରେ ଗୁଳି ଗୋଳା ବିନିମୟ ସମୟରେ ଲାନ୍ସ୍‌ ନାଏକ କରନେଲ୍‌ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ବେସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ଏସମ୍ପର୍କରେ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ପାକିସ୍ତାନ ଗତ ୩ ଦିନ ଧରି ଲଗାତାର ମାନକୋଟ ସେକ୍ଟରରେ ଥିବା ସୀମାବର୍ତ୍ତୀ ଗାଁ ଗୁଡ଼ିକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରୁଛି। ସେପ୍ଟମ୍ବର ମାସରେ ୩୦ ଦିନରେ ପାକିସ୍ତାନ ୪୬ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀ, ପେନସନଭୋଗୀଙ୍କ ପାଇଁ ବଡ଼ ଉପହାର: DA ବୃଦ୍ଧିକୁ ମଞ୍ଜୁରୀ ଦେଲେ ସରକାର, ଏଣିକି ଏତେ ବଢିବ ଦରମା

ନୂଆଦିଲ୍ଲୀ,୧୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଆଶ୍ୱସ୍ତି ମିଳିଛି। ସରକାର ମହଙ୍ଗା…

ବନ୍ଦ ହୋଇଯିବ ହର୍ମୁଜ ପ୍ରଣାଳୀ? ଫେରିଗଲା ୨୧ ଜାହାଜ, ଇରାନ ଦେଲା ବଡ଼ ଓ୍ବାର୍ଣ୍ଣିଂ

ତେହରାନ,୧୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମୟସୀମା ନିକଟତର ହେବା ସହିତ, ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ…

ଇରାନ ସହ କଥା ହେବା ମଧ୍ୟରେ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ ବୁଧବାର ସୁଦ୍ଧା ଡିଲ ନ ହେଲେ…

ଓ୍ବାଶିଂଟନ,୧୮।୪: ଇରାନ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ ବର୍ତ୍ତମାନର ଯୁଦ୍ଧବିରତି ଅଧିକ ଦିନ ପର୍ଯ୍ୟନ୍ତ ରହିପାରିବ…

ଗୋଟିଏ ଦିନ ପୂର୍ବରୁ ଜଣା ନ ଥିଲା କ’ଣ ହେବ, ହେଲେ ହୋଇଛି ଗଣତନ୍ତ୍ରର ବଡ଼ ବିଜୟ: ପ୍ରିୟଙ୍କା

ନୂଆଦିଲ୍ଲୀ,୧୮।୪: କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀ ଶନିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ, ସେ କହିଥିଲେ ଯେ ଶୁକ୍ରବାର ଯାହା ଘଟିଲା…

IPL 2026ରେ ଏତେ ଲକ୍ଷ ଟଙ୍କାର ଗାଡ଼ି ଉପରକୁ ଛକା ମାରିଲେ ଏହି ଖେଳାଳି ହୋଇଗଲା…

ନୂଆଦିଲ୍ଲୀ,୧୮।୪: IPL ମ୍ୟାଚଗୁଡ଼ିକରେ, ଚୌକା ଏବଂ ଛକାର ଏକ ସାଧାରଣ ଘଟଣା ହୋଇଥିଲେ ମଧ୍ୟ, କେତେକ ସମୟରେ ଏକ ନିର୍ଦ୍ଦିଷ୍ଟ ସଟ ଏତେ ସ୍ପଷ୍ଟ ଭାବରେ ଦେଖାଯାଏ…

ଇରାନ-ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କେବେ ଏବଂ କେଉଁଠି ହେବ? ସାମ୍ନାକୁ ଆସିଲା ସ୍ଥାନ ସହ ତାରିଖ

ତେହରାନ,୧୮।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, କୂଟନୈତିକ ପ୍ରୟାସ ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ, ସୋମବାର (୨୦ ଏପ୍ରିଲ, ୨୦୨୬) ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଇରାନ…

କୋହଲିଙ୍କ ଫଟୋରେ ‘ଲାଇକ୍‌’ ମାରିବା ପରେ ମୁହଁ ଖୋଲିଲେ ଅଭିନେତ୍ରୀ: ମୁଁ ଏବେ ଦୁଃଖିତ…

ନୂଆଦିଲ୍ଲୀ,୧୮।୪: ଆଜିର ସମୟରେ ସୋସିଆଲ ମିଡିଆ ଏକ ଏପରି ପ୍ଲାଟଫର୍ମରେ ପରିଣତ ହୋଇଛି, ଯେଉଁଠାରେ ସାମାନ୍ୟ କାର୍ଯ୍ୟକଳାପ ମଧ୍ୟ ଏକ ବଡ଼ ସମସ୍ୟାର ରୂପ ନେଇପାରେ। ଭାରତୀୟ…

ହୋଟେଲ ଉପରେ ଅତର୍କିତ ଚଢ଼ାଉ: ମୁଖ୍ୟ ସଡ଼କରୁ ଜବରଦଖଲ ଉଚ୍ଛେଦ

ଭଞ୍ଜନଗର,୧୮।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହେଉଛି। ଯାତ୍ରା ସମୟରେ ଟ୍ରାଫିକ ନିୟନ୍ତ୍ରଣ କରିବା ଏବଂ ହୋଟେଲ ଗୁଡିକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri