ସିଡିପିଓଙ୍କୁ ୩ଘଣ୍ଟା ଅଟକ

ବାହାନଗା, ୧୨।୧୧(ଡି.ଏନ.ଏ.):
ବାଲେଶ୍ୱର ଜିଲା ବାହାନଗା ବ୍ଳକ କୋଚିଆକୋଇଲି ଗ୍ରାମର ୧ ନମ୍ବର ଅଙ୍ଗନୱାଡି କେନ୍ଦ୍ରର ସହାୟିକା ନିଯୁକ୍ତିକୁ ନେଇ ଗ୍ରାମ ମହିଳାଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛ। ସିଡିପିଓଙ୍କୁ ମହିଳାମାନେ ୩ଘଣ୍ଟା କାଳ ଅଟକ ରଖିଥିଲେ। ପରେ ସାଉଡୁ ଫାଣ୍ଡି ଓ ସୋର ଥାନାର ୧ ପ୍ଲାଟୁନ ପୋଲିସ୍‌ ଫୋର୍ସ ପହଞ୍ଚି ସିଡିପିଓଙ୍କୁ ଉଦ୍ଧାର କରିଥିଲେ।
ଅଙ୍ଗନୱାଡି କେନ୍ଦ୍ର-୧ର ସହାୟିକା ମନୋନୟନ ନିମନ୍ତେ ଚଳିତ ମାସ ୧ ତାରିଖରେ ନୋଟିଫିକେସନ କରାଯାଇଥିଲା। ସେହି ଅନୁଯାୟୀ ଶୁକ୍ରବାର ଗ୍ରାମର ୭ ଓ ଓ ୮ ନଂ. ୱାର୍ଡକୁ ନେଇ ହେବାକୁ ଥିବା ସହାୟିକା ଚୟନ କରଞ୍ଜେଇ ୟୁଜିଏମଇ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ନିୟମ ଅନୁଯାୟୀ ପ୍ରଥମେ ବିଧବାଙ୍କୁ ଅଗ୍ରାଧିକାର ଦିଆଯିବ। ସେହି ଅନୁଯାୟୀ ଗ୍ରାମର ୩ଜଣ ମହିଳା ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ସସ୍ମିତା ମହାରଣା ଅନ୍ୟ ଜଣେ ଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀ ଦୁଇଜଣ ସଧବା ହୋଇଥିବା ବେଳେ ସସ୍ମିତା ଉପାଧ୍ୟାୟ ବିଧବା ଅଟନ୍ତି ା ତେବେ ନିୟମ ଅନୁଯାୟୀ ସିଡିପିଓ ଭୋଟିଂ ନ କରି ଜଣେ ବିଧବା ମହିଳା ଥିବାରୁ ସସ୍ମିତା ଉପାଧ୍ୟାୟଙ୍କୁ ମନୋନୀତ କରିବା ସହ ସର୍ବସମ୍ମୁଖରେ ତାଙ୍କ ନାମ ଘୋଷଣା କରିଥିଲେ। ଅନ୍ୟ ଦୁଇ ଆବେଦନକାରୀ ମହିଳା ଓ ତାଙ୍କ ସମର୍ଥକମାନେ ବିଧବା ମହିଳାଙ୍କୁ ବିରୋଧ କରି ସିଡିପିଓଙ୍କ ଗାଡି ଆଗରେ ଠିଆ ହେବା ସହ ଆମ ନାମ ଘୋଷଣା ନ କଲେ ଛାଡିବୁ ନାହିଁ ବୋଲି ଜିଦ୍‌ ଧରିଥିଲେ। ବିରୋଧ କରୁଥିବା ମହିଳାଙ୍କ ଅଭିଯୋଗ ହେଲା ବିଧବା ଜଣକ ଗଁାର ବୋହୂ ନୁହେଁ ଝିଅ। ତେଣୁ ତାଙ୍କୁ ବାତିଲ କରି ଆମ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ନାମ ଘୋଷଣା କରାଯାଉ ବୋଲି ଦାବି କରିଥିଲେ। ମାତ୍ର ବିଧବା ମହିଳା ଉପାଧ୍ୟାୟଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସେ ନିଜ ବାପ ଘରେ ଦୀର୍ଘଦିନ ହେଲା ରହିଆସୁଛନ୍ତି ା ଏଠାରେ ତାଙ୍କର ଭୋଟର ତାଲିକାରେ ନାମ ଉଠିଥିବା ସହିତ ଭୋଟ ମଧ୍ୟ ଦେଉଛନ୍ତି। ଆଧାର ମଧ୍ୟ ବାପ ଘର ଠିକଣାରେ ଥିବାରୁ ସେ ଏଠାକାରର ବାସିନ୍ଦା ଅଟନ୍ତି। ତେଣୁ ସେ ସହାୟିକା ଭାବେ ନିଯୁକ୍ତି ହେବା ଯୁକ୍ତିଯୁକ୍ତ ବୋଲି ସେ ଦାବି କରିଛନ୍ତି। ପୋଲିସ ପହଞ୍ଚି ମହିଳାମାନଙ୍କୁ ବୁଝାଶୁଝା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri