ଜିଲାପାଳଙ୍କ ବିରୋଧରେ ଅଭିଯୋଗ ଆଣିଲେ ସିଡିଏମ୍‌ଓ

ବରଗଡ଼ ଅଫିସ୍‌,୨୫।୨: ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଏଭଳି ଅଭିଯୋଗ ନେଇ ଗତ ମାସରେ ଯୋଗଦାନ କରିଥିବା ନୂତନ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ଚାରୁବାଳା ରଥ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳ ବାନାର୍ଜୀ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଆସୁଥିବାରୁ ତାଙ୍କ (ଜିଲାପାଳ) ବଦଳି ଦିଗରେ ବିହିତ ପଦକ୍ଷେପ ନେବାକୁ ସେ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ସ୍ବାସ୍ଥ୍ୟ ସଚିବଙ୍କୁ ଦେଇଥିବା ଅଭିଯୋଗପତ୍ରରେ ସିଡିଏମ୍‌ଓ ରଥ ଉଲ୍ଲେଖ କରିଛନ୍ତି, ଗତ ୨୧ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ସେ (ସିଡିଏମ୍‌ଓ) ଭୀମ ଭୋଇ ସ୍ବାସ୍ଥ୍ୟ ଶିବିର ପରିଦର୍ଶନରେ ଯାଉଥିଲେ। ଏହି ସମୟରେ ଜିଲାପାଳ ବାନାର୍ଜୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) ତାଙ୍କୁ ଫୋନ କରିଥିଲେ ଏବଂ ଜିଲାପାଳ କଥା ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏହାପରେ ଜିଲାପାଳ ତାଙ୍କୁ ଟେକ୍ନୋମ୍ୟାନେଜେରିଆଲ ଟେଣ୍ଡର ବିଷୟରେ ପଚାରିଥିଲେ। ନୂଆ କରି ଯୋଗ ଦେଇଥିବାରୁ ପ୍ରୋସେସ୍‌ ଚାଲିଛି ଏବଂ ଡିପିଏମ୍‌ଙ୍କୁ ପଚାରି କହୁଛି ବୋଲି ସିଡିଏମ୍‌ଓ ଜିଲାପାଳଙ୍କୁ କହିଥିଲେ। ଏହାପରେ ଜିଲାପାଳ ବାନାର୍ଜୀ ବଡ଼ପାଟିରେ ସବୁବେଳେ ମୁ ତାହା ଶୁଣୁଛି, ଆପଣ କିଛି ଜାଣୁନାହାନ୍ତି, ଚେୟାର ଛାଡ଼ି ଦିଅନ୍ତୁ ବୋଲି କହିଥିବା ସିଡିଏମ୍‌ଓ ଅଭିଯୋଗ କରିଛନ୍ତି। ସିଡ଼ିଏମ୍‌ଓ ପ୍ରତ୍ୟୁତ୍ତରରେ ସେ ସ୍ବେଚ୍ଛାରେ ଆସିନାହାନ୍ତି, ସରକାରଙ୍କ ଆଦେଶରେ ଏଠାରେ ଯୋଗଦାନ କରିଛନ୍ତି ବୋଲି କହିଥିଲେ। ଏହାପରେ ଜିଲାପାଳ ଆପଣ କିଛି ଜାଣି ନାହାନ୍ତି, ଲେଖି ଦିଅନ୍ତୁ ବୋଲି ତାଙ୍କୁ କହିଥିବା ଡା. ରଥ କହିଛନ୍ତି।
ସିଡିଏମ୍‌ଓ ରଥ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଝାରବନ୍ଧରେ ଜଣଙ୍କ ମୃତ୍ୟୁ ହୋଇଥିଲା। ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ (ଏସ୍‌ଡିଏମ୍‌ଓ) ଡା. ସରୋଜ ସେଠଙ୍କ ସହାୟତାରେ ସେହି ଘଟଣାକୁ ଠିକ୍‌ ଭାବେ ପରିଚାଳନା କରାଯାଇଥିଲା। ସେଥିପାଇଁ କିଛି ପ୍ରଶଂସା ମିଳି ନ ଥିଲା। ବରଂ ଏହାର ୨ଦିନ ପରେ ଜିଲାପାଳଙ୍କ ସେଭଳି ବ୍ୟବହାର ତାଙ୍କୁ ବ୍ୟଥିତ କରିଛି ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ, ଜିଲାପାଳ ବାନାର୍ଜୀ ପୂର୍ବତନ ସିଡିଏମ୍‌ଓଙ୍କୁ ଏକ ଘରେ ବନ୍ଦ କରି ତାଲା ପକାଇ ଦେଇଥିବା ସେ ଶୁଣିଛନ୍ତି। ଏପରିକି କିଛି ବୁଝାସୁଝା ନ କରି ଜିଲାପାଳ କଥା କଥାରେ ଗାଳି କରୁଛନ୍ତି। ଜିଲାପାଳଙ୍କ ସେଭଳି ବ୍ୟବହାର ତାଙ୍କୁ ଅତିଷ୍ଠ କରିଥିବା ଡା. ରଥ କହିଛନ୍ତି। ଏଭଳି ସ୍ଥଳେ ଜିଲାପାଳ ବାନାର୍ଜୀଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ସେ ସ୍ବାସ୍ଥ୍ୟ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ଜିଲାପାଳ ବାନାର୍ଜୀଙ୍କୁ ପଚାରିବାରୁ ସେ କହିଥିଲେ, ସିଡିଏମ୍‌ଓ ଜିଲା ପ୍ରଶାସନ ତଥା ପ୍ରଶାସନିକ ପରିବାରର ଜଣେ। ବର୍ତ୍ତମାନର ସିଡ଼ିଏମ୍‌ଓ ଜଣେ ବରିଷ୍ଠ ଅଧିକାରୀ। ପରିବାରର ଜଣେ ସଦସ୍ୟ ଭାବେ ମୁ କେବେ ମଧ୍ୟ ତାଙ୍କ ବିରୋଧରେ କହିବି ନାହିଁ। ଯାହା ହୋଇଛି, ତାହା ଆମମାନଙ୍କ ମଧ୍ୟରେ ସମାଧାନ ହୋଇଯିବ ବୋଲି ବାନାର୍ଜୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri