ସିସିଟିଭି ଲାଗିଲା, ସୁବିଧା ମିଳିଲାନି

ରାଉରକେଲା,୮ା୯(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲାର ପ୍ରତ୍ୟେକ ଛକ ଓ ଜନଗହଳିପୂର୍ଣ୍ଣ ରାସ୍ତାମାନଙ୍କରେ (ସର୍ଭିଲାନ୍ସ ସିଷ୍ଟମ) ସିସିଟିଭି ଲଗାଇବା ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ସହରରେ ଟ୍ରାଫିକ ସୁପରିଚାଳନା, ଲାଲବତୀ ନିୟମ ପାଳନ ନ କରିବା, ଏମର୍ଜେନ୍ସି କଲ ବକ୍ସ ଓ ସହରବାସୀଙ୍କ ମୋବାଇଲ ଆପ୍‌ ନିୟନ୍ତ୍ରଣ, ଜନଗହଳି ନିୟନ୍ତ୍ରଣ କରାଯିବା ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ଏହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ଇନଷ୍ଟଲ୍‌ କରି ତୁରନ୍ତ ଚାଲୁ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି କ୍ରମରେ ଇସ୍ପାତ ସହରର କୋଏଲନଗର, ବାସନ୍ତୀ କଲୋନୀ, ଛେଣ୍ଡ, ସିଭିଲଟାଉନଶିପ୍‌ ସମେତ ୧୧୦ଟି ସ୍ଥାନରେ ୪୫୦ଟି ସିସିଟିଭି ଇନଷ୍ଟଲ୍‌ ମଧ୍ୟ କରାଗଲା। ୨୦୨୨ ଅଗଷ୍ଟ ୧୪ରେ ଏହାର ପରୀକ୍ଷଣ କରାଯାଇଥିଲା। ଏହା ମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ସହରରେ ଅପରାଧୀମାନଙ୍କ ଗତିବିଧି ବୃଦ୍ଧି ପାଇବା ଆଶଙ୍କା ରହିଛି। ସହରରେ ବେପରୁଆ ବାଇକ୍‌ ଚାଳନା, ଚୋରି, ଛିନ୍‌ତାଇ, ଗଣ୍ଡଗୋଳ ଆଦି ବୃଦ୍ଧି ପାଉଛି। କୋଏଲ ନଗରରେ ଆଇସିଆଇସିଆଇ ବ୍ୟାଙ୍କ ଛକ (ଯେଉଁଠାରେ ସିସିଟିଭି ପୋଷ୍ଟ ଅଛି) ନିକଟରେ ବେପରୁଆ ବାଇକ୍‌ ଚାଳନା ଯୋଗୁ ଏକ ସପ୍ତାହ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସିସିଟିଭି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲେ ଏପରି ପରିସ୍ଥିତି ଉପୁଜି ନ ଥାନ୍ତା ବୋଲି କୋଏଲନଗରର ଜଣେ ବରିଷ୍ଠ ନାଗରିକ ଗୋପାଳ ଦାସ କହିଛନ୍ତି। କୋଏଲନଗରର ଅନ୍ୟ ଜଣେ ବୟୋଜ୍ୟେଷ୍ଠ ସୀତାକାନ୍ତ ସ୍ବାଇଁ କହିଛନ୍ତି, ବରିଷ୍ଠ ନାଗରିକ ବିଶେଷ କରି ମହିଳାମାନେ ଫୁଲ ତୋଳିବା ଓ ମର୍ନିଂ ୱାକ୍‌ ସମୟରେ ଛିନ୍‌ତାଇର ଶିକାର ହେଉଛନ୍ତି। ଅନେକ କ୍ଷେତ୍ରରେ ଥାନାରେ ମାମଲା ରୁଜୁ ହେଉଥିବା ବେଳେ ପ୍ରମାଣ ଅଭାବରୁ ଲୋକମାନେ ଥାନାରେ ଏତଲା କରୁନାହାନ୍ତି। ଶୀଘ୍ର ସିସିଟିଭି କାର୍ଯ୍ୟକାରୀ ହେଲେ ସମସ୍ତେ ଉପକୃତ ହେବେ ବୋଲି ସ୍ବାଇଁ କହିଛନ୍ତି। ତେବେ ରାଉରକେଲା ପୋଲିସ ଜିଲାରେ ସମସ୍ତ ପ୍ରସ୍ତାବିତ ଅଞ୍ଚଳରେ ସିସିଟିଭି ଲାଗିବା ପ୍ରକ୍ରିୟା ଶେଷ ହୋଇଛି ବୋଲି ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଆର୍‌ଏମ୍‌ସି ଉପାୟୁକ୍ତ ସୁଧାଂଶୁ ଶେଖର ଭୋଇଙ୍କୁ ପଚାରିବାରୁ ସେ କହିଲେ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ଇନଷ୍ଟଲ ଶେଷ ହୋଇଛି। କମାଣ୍ଡ କଣ୍ଟ୍ରୋଲ ରୁମ୍‌ ନିର୍ମାଣ ପ୍ରକ୍ରିୟା ଜାରି ରହିଛି। ଏହା ଶେଷ ହେବା ପରେ ବ୍ୟବସ୍ଥା ଲାଗୁ କରାଯାଇପାରେ ବୋଲି ଭୋଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri