Posted inଜାତୀୟ

ସିବିଏସ୍‌ଇ ସ୍କୁଲରେ ସିସିଟିଭି ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୨ା୭: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ପାଇଁ ସିସିଟିଭି କ୍ୟାମେରା ସଂଯୋଗକୁ ବାଧ୍ୟତାମୂଳକ କରିଛି। ବୋର୍ଡ ପକ୍ଷରୁ ଏହାର ଆଫିଲିଏଶନ୍‌ ବାଇଲଜ୍‌-୨୦୧୮ରେ ଥିବା ଚାପ୍ଟର ୪ (ଫିଜିକାଲ ଇନ୍‌ଫ୍ରାଷ୍ଟ୍ରକ୍ଚର)ରେ ସଂଶୋଧନ ଅଣାଯାଇଛି। ସ୍କୁଲଗୁଡ଼ିକରେ ପିଲାଙ୍କ ନିରାପତ୍ତା ଓ ସୁରକ୍ଷା ସମ୍ପର୍କିତ ଏନ୍‌ସିପିସିଆର୍‌ ମାନୁଆଲ କ୍ଲଜ୍‌ ୧(୫) ଅନୁସାରେ ବିଦ୍ୟାଳୟଗୁଡ଼ିକରେ ସିସିଟିଭି ସଂଲଗ୍ନ ସହ ଏହାକୁ ନିୟମିତ ଭାବେ ପରିଚାଳନା ଓ ଅନୁଧ୍ୟାନ କରାଯିବ। ଏହି ଆଧାରରେ ସିବିଏସ୍‌ଇ ସମସ୍ତ ସହଅନୁବନ୍ଧିତ ସ୍କୁଲରେ ହାଇ-ରେଜୋଲ୍ୟୁଶନ୍‌ ସିସିଟିଭି କ୍ୟାମେରା ସଂଲଗ୍ନ କରିବାକୁ ନିର୍ଦ୍ଦେଶ ଦେଇଛି। ସିସିଟିଭି କ୍ୟାମେରାଗୁଡ଼ିକ ଜରିଆରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ରିଅଲ୍‌-ଟାଇମ୍‌ ଅଡିଓ-ଭିଜୁଆଲ ରେକର୍ଡିଂ ରହିବ। ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର, ଲବି ଓ କରିଡର, ଶିଡି, ଶ୍ରେଣୀଗୃହ, ଲାଇବ୍ରେରି, ଲାବରେଟୋରି, କ୍ୟାଣ୍ଟିନ୍‌, ଷ୍ଟୋର ରୁମ୍‌, ଖେଳପଡ଼ିଆ ଏବଂ ଅନ୍ୟ କମନ୍‌ ଏରିଆରେ ସିସିଟିଭି କ୍ୟାମେରା ରହିବା ଜରୁରୀ। ତେବେ ଟଏଲେଟ୍‌, ଓ୍ବାଶ୍‌ରୁମ୍‌ ଭଳି ସ୍ଥାନକୁ ଏଥିରୁ ବାଦ୍‌ ଦିଆଯାଇଛି। ପ୍ରତ୍ୟେକ ସିସିଟିଭି ସିଷ୍ଟମ୍‌ରେ ଅନୂ୍ୟନ ୧୫ ଦିନ ଧରି ଫୁଟେଜ୍‌ ମହଜୁଦ ରହିବା ଭଳି ସାମର୍ଥ୍ୟ ଥିବା ଜରୁରୀ, ଯାହାକୁ ଆବଶ୍ୟକ ସ୍ଥଳେ କର୍ତ୍ତୃପକ୍ଷ ଯାଞ୍ଚ କରିପାରିବେ। ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ଆଫିଲିଏଟେଡ୍‌ ସ୍କୁଲ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବେ ବୋଲି ବୋର୍ଡ ଗୁରୁତ୍ୱାରୋପ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri