ସିସିଟିଭି ଫୁଟେଜ୍‌ ଜାରି କଲା ପୋଲିସ, ଧରାଇଦେଲେ ମିଳିବ ପୁରସ୍କାର

କେନ୍ଦୁଝର,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବିଧାୟକ ମୋହନ ମାଝିଙ୍କୁ ଆକ୍ରମଣ ଘଟଣାରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ୍‌ ଜାରି କରିଛି। ଆକ୍ରମଣ ପରେ ବାଇକ୍‌ରେ ଖସି ପଳାଇବା ସମୟରେ ସିସିଟିଭିରେ କଏଦ୍‌ ହୋଇଥିବା ଏହି ବ୍ୟକ୍ତି ଜଣଙ୍କୁ ଧରାଇ ଦେଲେ ଉପଯୁକ୍ତ ପୁରସ୍କାର ଦିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ବିଧାୟକଙ୍କ ଗାଡ଼ି ଉପରକୁ ବୋମା ପକାଇବା ନେଇ ଅଭିଯୋଗ ହୋଇଥିଲା। ପରେ ପୋଲିସ ଜଣଙ୍କ ଘର ଆଗରେ ଥିବା ସିସିଟିଭି ଚେକ୍‌ କରି ତଦନ୍ତ ଚଳାଇଛି।