ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ଏଥର ପୂଜାମଣ୍ଡପ ଜଗିବ ସିସିଟିଭି, ଶୃଙ୍ଖଳା ରକ୍ଷା ନ କଲେ…

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ପୋଲିସ ପୂଜା ଉପଲକ୍ଷେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଶାନ୍ତିଶୃଙ୍ଖଳାର ସହ ପୂଜା ସମାପନ ହେବା ନେଇ ଏଥର ଜିଲାର ସମସ୍ତ ପୂଜାମଣ୍ଡପରେ ସିସିଟିଭି ଲାଗିବାକୁ ପୋଲିସ ପ୍ରଶାସନ ନିଷ୍ପତ୍ତି ନେଇଥିବା କନ୍ଧମାଳ ଏସ୍‌ପି ହରିଶ ବିଶି କହିଛନ୍ତି। ସେ କହିଛନ୍ତି, ଦାରିଙ୍ଗବାଡ଼ିରେ ହେବାକୁ ରହିଥିବା ଦଶହରା ପୂଜା ଓ ଗଜଲଷ୍ମୀ ପୂଜା ମଣ୍ଡପରେ ଲାଗିବ ସିସି କ୍ୟାମେରା ଏନେଇ ପୂଜା କମିଟିର କର୍ମକର୍ତ୍ତାଙ୍କୁ ଡିଏସପି ତଥା ଦାରିଙ୍ଗବାଡ଼ି ଥାନା ଅଧିକାରୀ କନକ ମାଝୀ ନିର୍ଦ୍ଦେଶ ଦେଉଛନ୍ତି। ସିସି କ୍ୟାମେରା ମଣ୍ଡପ ଭିତରେ ଯେଉଁଠି ମୃଣ୍ମୟ ମୂର୍ତ୍ତି ପୂଜା ପାଉଛନ୍ତି ସେଠି କ୍ୟାମେରା ଖଞ୍ଜା ଯିବା ସହ ମଣ୍ଡପ ବାହାରେ ମଧ୍ୟ କ୍ୟାମେରା ଲାଗିବ ଏହା ଦ୍ୱାରା ଶୃଙ୍ଖଳିତ ଦର୍ଶନ ହେବା ସହ ବିଶେଷ କରି ମହିଳାମାନଙ୍କ ସାମାଜିକ ସୁରକ୍ଷାକୁ ପୋଲିସ କଡ଼ାକଡ଼ି ଭାବେ ପଦକ୍ଷେପ ନେଉଥିବା ଜଣାପଡ଼ିଛି। ବିଭିନ୍ନ ଛକରେ ପୋଲିସ ଅଫିସର ନିୟୋଜିତ କରାଯିବା ସହ ସଶସ୍ତ୍ର ପୋଲିସ ବାହିନୀ ଲୋକଙ୍କୁ ସୁରକ୍ଷା ଦେବେ ଦାରିଙ୍ଗବାଡ଼ିର ଚାରି ଛକରେ ଦୁର୍ଗାପୂଜା ବଡ଼ ଧୂମ୍‌ଧାମରେ ପାଳନ ହେବାକୁ ରହିଥିବା ବେଳେ ଦୁର୍ଗା ପୂଜା ସରିବା ପରେ ଗଜଲଷ୍ମୀ ପୂଜା ସେହି ସ୍ଥାନରେ ପାଳନ ହେବାକୁ ରହିଛି ସେହିପରି ଦାରିଙ୍ଗବାଡ଼ିର ଅନ୍ୟ ସ୍ଥାନ ତୁଡୁକିବାଡ଼ି ସାହିରେ ମଧ୍ୟ ଚଳିତ ଥର ଗଜଲକ୍ଷ୍ମୀ ପୂଜା ମହା ଆଡ଼ମ୍ବରରେ ହେବାକୁ ରହିଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଇଛି।

ସେହିପରି ସିମନବାଡ଼ିରେ ମଧ୍ୟ ଚଳିତଥର ୩୭ ତମ ଦୁର୍ଗାପୂଜା ହେବାକୁ ଯାଉଛି। ଏଥି ପାଇଁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ପୋଲିସ ଅଫିସର ଅର୍ଜୁନ ଶବରଙ୍କ ନେତୃତ୍ୱରେ ସଶସ୍ତ୍ର ପୋଲିସ ବାହିନୀ ପୂଜା ମଣ୍ଡପ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ନିୟୋଜିତ ହୋଇଥିବା ଡିଏସ୍‌ପି କହିଛନ୍ତି। ସେଠାରେ ମଧ୍ୟ ସିସି କ୍ୟାମେରା ବ୍ୟବସ୍ଥା କରାଯିବା ସହ ରାତି ୧୦ଟା ପରେ ସମସ୍ତ ପୂଜା ମଣ୍ଡପରେ ଶବ୍ଦ ପ୍ରଦୂଷଣକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପୂଜା କମିଟି ପୋଲିସର ନିର୍ଦ୍ଦେଶକୁ ଅବମାନନା କରିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏସ୍‌ପି କନକ ମାଝୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri