ମଣ୍ଡିରେ ନାଁକୁ ସିସି କ୍ୟାମେରା

ସୋନପୁର,୨୧।୬(ମୃତ୍ୟୁଞ୍ଜୟ ଶତପଥୀ): ଧାନ ସଂଗ୍ରହରେ ସ୍ବଚ୍ଛତା ରକ୍ଷା ଲାଗି ସମସ୍ତ ସରକାରୀ ମଣ୍ଡିରେ ସିସି କ୍ୟାମେରା ଲଗାଇବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲା। ତଦନୁଯାୟୀ ସୁବର୍ଣ୍ଣପୁର ଜିଲାରେ ୨୦୨୪ ଖରିଫ୍‌ ଋତୁଠାରୁ ମଣ୍ଡିଗୁଡିକରେ ସିସି କ୍ୟାମେରା ଲଗାଇବା ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ମାର୍କେଟ୍‌ ୟାର୍ଡ ଓ ଧାନ କ୍ରୟ ଏଜେନ୍ସି ଡବ୍ଲ୍ୟୁଏସ୍‌ଏଚ୍‌ଜି ଦ୍ୱାରା ପରିଚାଳିତ ମଣ୍ଡିଗୁଡିକରେ ଆରଏମ୍‌ସି ସିସି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ଡୁଙ୍ଗୁରିପାଲି ଓ ବୀରମହାରାଜପୁର ଆରଏମ୍‌ସି ଏହି ସବୁ ମଣ୍ଡିରେ ସିସି କ୍ୟାମେରା ଲଗାଇଛି। ତେବେ କିଛି ଡବ୍ଲ୍ୟୁଏସ୍‌ଏଚ୍‌ଜି ମଣ୍ଡି ଗୁଡିକରେ ଆଦୌ ଭିତ୍ତିଭୂମି ନ ଥିବାରୁ ସେଠାରେ ସିସି କ୍ୟାମେରା ଲଗା ହୋଇ ନ ଥିବା ଆରଏମ୍‌ସି ପକ୍ଷରୁ ସଫେଇ ଦିଆଯାଇଛି। ଅନ୍ୟପକ୍ଷେ ପ୍ୟାକ୍ସଗୁଡିକୁ ନିଜସ୍ବ ଖର୍ଚ୍ଚରେ ସିସି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଥିଲା। ଦେଢ ବର୍ଷ ବିତି ଯାଇଥିବା ବେଳେ ସବୁମଣ୍ଡିରେ ସିସି କ୍ୟାମେରା ଲାଗିନାହିଁ। କେତେକ ପାକ୍ସ ଓ ଡବ୍ଲ୍ୟୁଏସ୍‌ଏଚ୍‌ଜିଗୁଡିକ ଖୋଲା ପଡିଆ, ରାସ୍ତାପାର୍ଶ୍ୱ ଅବା ନିଜସ୍ବ ଘର ଅଗଣା କିମ୍ବା ଖଳାରେ ଧାନ କିଣୁଛନ୍ତି। ଜିଲାର ୧୮ ଡବ୍ଲ୍ୟୁଏସ୍‌ଏଚ୍‌ଜି ରବି ଋତୁରେ ଧାନ କିଣୁଥିବା ବେଳେ ଏ ପର୍ଯ୍ୟନ୍ତ ଅଧିକାଂଶ ମଣ୍ଡିରେ ସିସି କ୍ୟାମେରା ଲାଗିପାରିନି। ପ୍ୟାକ୍ସର ମଣ୍ଡି ଓ ମାର୍କେଟ୍‌ ୟାର୍ଡରେ ସିସି କ୍ୟାମେରା ଲାଗିଥିବା ବେଳେ ସେମାନେ ଗଳା ବାଟ ଦେଇ ଦୁର୍ନୀତି କରୁଥିବା ଅଭିଯୋଗ ହେଉଛି। ୬୫ପ୍ରତିଶତ ଧାନ ମଣ୍ଡିକୁ ନ ଆସି ସିଧାସଳଖ ମିଲ୍‌କୁ ଯାଉଥିବା ବେଳେ ଧାନ କ୍ରୟ ଏଜେନ୍ସି ଫଲ୍ସ ଏଣ୍ଟ୍ରିକରି ମାଲେମାଲ ହେଉଛନ୍ତି। ଡୁଙ୍ଗୁରିପାଲି ଓ ବିନିକା ବ୍ଲକରେ ଏଭଳି ଫଲ୍ସ ଏଣ୍ଟ୍ରି ଅଧିକ ହେଉଛି। ଜିଲା ପ୍ରଶାସନ ପକ୍ଷରୁ ମିଲମାନଙ୍କର ଟ୍ରାନ୍‌ଜିଟ୍‌ ପାସର ନକଲ ଓ ମଣ୍ଡିରେ ସେହି ନମ୍ବର ବିଶିଷ୍ଟ ଟ୍ରକ୍‌ କିମ୍ବା ଟ୍ରାକ୍ଟର ଦ୍ୱାରା ଧାନ ବୋଝେଇ ହୋଇଛି କି ନାହିଁ ଲାଗିଥିବା ସିସି କ୍ୟାମେରାର ଯାଞ୍ଚ କରାଯାଉନି। ଫଳରେ ଧାନ କ୍ରୟ ଏଜେନ୍ସି ଓ ମିଲର୍ସଙ୍କ ସଲାସୁତୁରାରେ ପ୍ରତିବର୍ଷ ସରକାରଙ୍କ କୋଟି କୋଟି ଟଙ୍କାର ମଣ୍ଡି ହ୍ୟାଣ୍ଡଲିଂ ଟଙ୍କା ବାଟମାରଣା ହେଉଛି। ମେ ୧୫ ତାରିଖରୁ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୬୭ ପ୍ୟାକ୍ସ ଓ ୧୮ ଡବ୍ଲ୍ୟୁଏସ୍‌ଏଚ୍‌ଜି ଜରିଆରେ ଯୋଗାଣ ନିଗମ ଜିଲାର ପଞ୍ଜୀକୃତ ଚାଷୀଙ୍କ ନିକଟରୁ ଧାନ କିଣୁଛି। ତେବେ ଏଜେନ୍ସି ଗୁଡିକ ଚାଷୀଙ୍କ ସ୍ବାର୍ଥ ଅପେକ୍ଷା ବେପାରି ମାନଙ୍କ ସ୍ବାର୍ଥକୁ ଅଧିକ ଗୁରୁତ୍ୱ ଦେଉଥିବା ଅଭିଯୋଗ ହେଉଛି। ମିଲରଙ୍କ ସହିତ ସଲାସୁତୁରା କରି ଚାଷୀଙ୍କ ଧାନରୁ ମନ ଇଛା କଟ୍‌ନି ଛଟ୍‌ନି କରାଯାଉଛି। ଅସାଧୁ ବ୍ୟବସାୟୀ, ବଡ ଚାଷୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଧାନ ମଣ୍ଡିକୁ ନ ଆସି ସିଧାସଳଖ ମିଲ୍‌କୁ ଯାଉଛି। ଫଳରେ ଚାଷୀ ଗାଡି ଭଡା ଦେଉଥିବା ବେଳେ ମିଲ ମାଲିକ ଓ ଧାନ ସଂଗ୍ରହ ଏଜେନ୍ସି ଗାଡି ଭଡା ଅର୍ଥକୁ ମିଳିମିଶି ହଡପ କରୁଛନ୍ତି। କ୍ଷୁଦ୍ର ଓ ମଧ୍ୟମ ଚାଷୀ ମଣ୍ଡିକୁ ଧାନ ଆଣିଲେ, ସେମାନଙ୍କ ଧାନ ପରେ ଉଠା ଯାଉଥିବା ଅଭିଯୋଗ ହେଉଛି। ମଣ୍ଡି ଗୁଡିକରେ ଏହି ଧରଣର ହେରାଫେରି ରୋକିବା ଓ ଧାନ କିଣା ଏଜେନ୍ସି ଗୁଡିକର ଗତିବିଧି ଉପରେ କଡା ନଜର ରଖିବା ପାଇଁ ମଣ୍ଡିରେ ସିସି କ୍ୟାମେରା ଲଗାଇବାକୁ ଯୋଗାଣ ନିଗମ ଓ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଧାନ ସଂଗ୍ରହ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆଉ ୧୦ ଦିନ ପରେ ମଣ୍ଡି ବନ୍ଦ ହେବ। ୩୫ହଜାର ୪୪୫ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜୀକରଣ କରିଥିବା ବେଳେ ଜିଲାରୁ ୧୯ଲକ୍ଷ ୩୫ହଜାର ୫୪୧କୁଇଣ୍ଟାଲ ଧାନ କିଣା ସରିଲାଣି। ତେଣୁ ସିସି କ୍ୟାମେରା ଆଧାରରେ ମଣ୍ଡି ଗୁଡିକର ହେରାଫେରି ଓ ସନ୍ଦେହ ଘେରରେ ଥିବା ଧାନ କିଣା ଏଜେନ୍ସି ଗୁଡିକୁ ତଦନ୍ତ ପରିସରଭୁକ୍ତ କରିବାକୁ ଚାଷୀ ସଂଗଠନ ଗୁଡିକ ପକ୍ଷରୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri