Categories: ବାଣିଜ୍ୟ

ଜିଓରେ ଫେସ୍‌ବୁକ୍‌ ଅଂଶଧନ ହାସଲକୁ ସିସିଆଇ ମଞ୍ଜୁରୀ

ନୂଆଦିଲ୍ଲୀ,୨୫।୬ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟ୍‌ଫର୍ମରେ ଫେସ୍‌ବୁକ୍‌ ୯.୯୯% ଅଂଶଧନ ହାସଲ କରିଛି। ଏହାକୁ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ) ପକ୍ଷରୁ ବୁଧବାର ମଞ୍ଜୁରୀ ପ୍ରଦାନ କରାଯାଇଛି। ଏପ୍ରିଲରେ ରିଲାଏନ୍ସ ଏବଂ ଫେସ୍‌ବୁକ୍‌ ମଧ୍ୟରେ ୫.୭ ବିଲିୟନ ଡଲାର(୪୩,୫୭୪ କୋଟି ଟଙ୍କା)ର ଡିଲ୍‌ ହୋଇଥିଲା। ଦେଶର ଟେକ୍ନୋଲୋଜି କ୍ଷେତ୍ରରେ ଏହା ଏକ ସର୍ବବୃହତ୍‌ ଡିଲ୍‌ ବୋଲି କୁହାଯାଉଛି।

Share