ସିବିଏସ୍‌ଇର ନୂଆ ଗାଇଡ୍‌ଲାଇନ୍‌: ୭୫% ଉପସ୍ଥାନ ନ ଥିଲେ…

ଭୁବନେଶ୍ୱର,୧୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ):କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ୨୦୨୫ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ମାର୍ଗଦର୍ଶିକା ଅନୁଯାୟୀ, ଶ୍ରେଣୀଗୃହରେ ଛାତ୍ରୀଛାତ୍ରଙ୍କ ୭୫ ପ୍ରତିଶତ ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇଛି। ଏହାଠାରୁ କମ୍‌ ପ୍ରତିଶତ ଉପସ୍ଥାନ ଥିଲେ ଶିକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚତ୍ତ ହେବେ। ତେବେ ମେଡିକାଲ ଭଳି ଜରୁରୀ ପରିସ୍ଥିତି କିମ୍ବା ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଉଥିଲେ ଛାତ୍ରୀଛାତ୍ରଙ୍କ ୨୫ ପ୍ରତିଶତ ଉପସ୍ଥାନକୁ ଛାଡ଼ କରାଯିବ। କିନ୍ତୁ ଏଥିପାଇଁ ଶିକ୍ଷାର୍ଥୀଙ୍କୁ ବୈଧ କାଗଜପତ୍ର ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ସିବିଏସ୍‌ଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
ଆସନ୍ତା ଫେବୃଆରୀରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ ସିବିଏସ୍‌ଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶେଷକରି ସିବିଏସ୍‌ଇ ଛାତ୍ରୀଛାତ୍ରଙ୍କ ସାମୂହିକ ବିକାଶ ପାଇଁ ଉପସ୍ଥାନକୁ ଅଧିକ ଗୁରୁତ୍ୱ ଦେଇଛି। ସିବିଏସ୍‌ଇ ଉଲ୍ଲେଖ କରିଛି ଯେ, ସ୍କୁଲ କେବଳ ପାଠପଢ଼ା କେନ୍ଦ୍ର ନୁହେଁ, ଏହା ଶିକ୍ଷାର୍ଥୀର ବୌଦ୍ଧିକ, ଶାରୀରିକ ଓ ମାନସିକ ବିକାଶ କରିଥାଏ। ସ୍କୁଲରେ ଶିକ୍ଷାର୍ଥୀର ଚରିତ୍ର ଗଠନ, ସାଥୀ ଶିକ୍ଷା, ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି, ଗୋଷ୍ଠୀ କାର୍ଯ୍ୟ, ସହଯୋଗିତା, ବିବିଧତା ବିକାଶ ହୋଇଥାଏ। ନିୟମିତ ଭାବେ ସ୍କୁଲ ଆସିଲେ ଶିକ୍ଷାର୍ଥୀର ସାମଗ୍ରିକ ବିକାଶ ହେବ ବୋଲି ସିବିଏସ୍‌ଇ କହିଛି।
ଏ ପ୍ରସଙ୍ଗରେ ଓଡ଼ିଶା ଅଭିଭାବକ ମହାସଂଘ କହିଛି, ସିବିଏସ୍‌ଇ କର୍ତ୍ତୃପକ୍ଷ ସବୁ ସ୍କୁଲକୁ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ବୋଲି ଏକ ନିର୍ଦ୍ଦେଶନାମା ଜାରିକରି ପ୍ରତିବର୍ଷ ଭଳି ସଚେତନ କରାଇଛନ୍ତି। ଏହି ନିୟମ ପୂର୍ବରୁ ରହିଛି। ଏହା ଏବର୍ଷ ପାଇଁ ଏକ ତାଗିଦ। ପ୍ରକୃତରେ ଦିନକୁ ଦିନ ବେସରକାରୀ ସ୍କୁଲରେ ପିଲାଙ୍କ ଉପସ୍ଥାନ ଉପରେ ବିଶେଷ ଜାଲିଆତି ହେଉଛି। ସ୍କୁଲ ସମୟରେ ଦିନବେଳା ହଜାର ହଜାର ପିଲା କୋଚିଂ ସେଣ୍ଟର ଯାଉଛନ୍ତି। କେବଳ ନାମକୁ ମାତ୍ର ଡମି ସ୍କୁଲରେ ଆଡ଼ମିଶନ କରି ଘରୋଇ ହଷ୍ଟେଲରେ ରହି କୋଚିଂ ସେଣ୍ଟରରେ ପଢୁଛନ୍ତି। ନିଟ୍‌ ଓ ଜେଇଇ ଆଦି ପରୀକ୍ଷାରେ ଖୁବ୍‌ କମ୍‌ ପିଲା ସଫଳ ହେଉଥିଲେ ମଧ୍ୟ ଅଭିଭାବକଙ୍କୁ ସୁନେଲି ସ୍ବପ୍ନ ଦେଖାଇ ବେଆଇନ ଡମି ସ୍କୁଲ ଓ କୋଚିଂ ସେଣ୍ଟର ଲୁଟି ଚାଲିଛନ୍ତି। ପିଲାମାନେ ଯଦି ସ୍କୁଲ ସମୟରେ କୋଚିଂ କ୍ଲାସ୍‌ କରୁଛନ୍ତି, ତେବେ ସେମାନଙ୍କ ଉପସ୍ଥାନ କିଏ ପକାଉଛି ଏବଂ ସେମାନେ କେଉଁ ସ୍କୁଲରେ ନାମ ଲେଖାଇ ଏଠାରେ ଆସି କୋଚିଂ କ୍ଲାସ କରୁଛନ୍ତି। ତେଣୁ ଗଣଶିକ୍ଷା ବିଭାଗ ଓ ସିବିଏସ୍‌ଇ କର୍ତ୍ତୃପକ୍ଷ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ସବୁ ସ୍କୁଲର ପିଲାଙ୍କ ବାୟୋ ମେଟ୍ରିକ ଉପସ୍ଥାନର ଦୈନିକ ତଥ୍ୟ ଲକିଙ୍ଗ୍‌ ସିଷ୍ଟମର ଡାଟା ବେଶ୍‌ ଉଭୟ ଗଣଶିକ୍ଷା ବିଭାଗ ଓ ସିବିଏସ୍‌ଇର ମନିଟରିଙ୍ଗରେ ରହିଲେ ସବୁ ସତ ସାମ୍ନାକୁ ଆସିବ ବୋଲି ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସମୁଦ୍ର ତଳେ ‘ଡ୍ରାଗନ’ର ଚକ୍ରବ୍ୟୁହ, ପନଡୁବ୍ବି ଯୁଦ୍ଧ ପାଇଁ ସଜବାଜ ହେଉଛି ଚାଇନା; ଆମେରିକାର ହଜିଲା ନିଦ!

ବେଜିଂ,୨୫।୩: ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବେ ଏକ ନୂଆ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି। ଚାଇନା ବିଶ୍ୱର ବିଭିନ୍ନ ପ୍ରାନ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri