Categories: ଜାତୀୟ

ବୁଧବାର ସିବିଏସ୍‌ଇ ଦଶମ ପରୀକ୍ଷା ଫଳ: ଏହି ଓ୍ବେବସାଇଟ୍‌ରେ ସହଜରେ ହେବ ଦେଖି

ନୂଆଦିଲ୍ଲୀ, ୧୪।୭: ବୁଧବାର ସିବିଏସ୍‌ଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଓ୍ବାଲ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଛାତ୍ରୀଛାତ୍ରମାନେ ସିବିଏସ୍‌ଇର ଓ୍ବେବସାଇଟ୍‌ cbseresults.nic.in, results.nic.in.ରେ ସହଜରେ ପରୀକ୍ଷା ଫଳ ଦେଖି ପାରିବେ। କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଥିଲା। ଫଳରେ କେତେକ ଅଞ୍ଚଳର ଦଶମ ଶ୍ରେଣୀ ଛାତ୍ରୀଛାତ୍ର ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। ଚଳିତ ବର୍ଷ ୧୮ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଦଶମ ପରୀକ୍ଷା ଦେଇଛନ୍ତି। ଏନେଇ ପୋଖରିଓ୍ବାଲ ଛାତ୍ରୀଛାତ୍ରଙ୍କୁ ଶୁଭକାମନା ଜଣାଇଛନ୍ତି।

Share