ପଦ୍ମପୁର,୨୪।୫ (ପ୍ରଦୀପ୍ତ ଦାଶ):ସିବିଏସଇ. ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ପରିଣାମ ଆସିବା ସପ୍ତାହେ ଉପରେ ହେଲାଣି, କିନ୍ତୁ ପଦ୍ମପୁର ଉପଖଣ୍ଡର ୬ଟି ସ୍କୁଲର ଛାତ୍ରୀଛାତ୍ରଙ୍କ ପରିଣାମ ଏଯାଏ ଆସି ନାହିଁ। ସହସ୍ରାଧିକ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ଅନ୍ଧକାର ଘେରରେ ରହିଛି। ଏପଟେ ସ୍ନାତକ ପାଇଁ ଆବେଦନର ସମୟ ଶେଷ ହେବାକୁ ବସିଛି। ଯଥାଶୀଘ୍ର ଏମାନଙ୍କ ପରିଣାମ ନ ଆସିଲେ ଛାତ୍ରୀଛାତ୍ରମାନଙ୍କ ଗୋଟିଏ ବର୍ଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ଲାଗିରହିଛି । ଶୀଘ୍ର କର୍ତ୍ତୃପକ୍ଷ ସମସ୍ୟାର ସମାଧାନ କରିବା ପାଇଁ ଶନିବାର ଦିବା ୧୦ଘଣ୍ଟାରୁ ୬ଟି ବିଦ୍ୟାଳୟର ଛାତ୍ରୀଛାତ୍ର ପଦ୍ମପୁର ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ଅନଶନରେ ବସିଛନ୍ତି ।


