Posted inଜାତୀୟ

ଇମ୍ପ୍ରୁଭ୍‌ମେଣ୍ଟ୍‌ ପରୀକ୍ଷାରେ କମ୍‌ ନମ୍ବର ଅବା ଫେଲ୍‌ ହେଲେ ପୂର୍ବ ମାର୍କ ବଜାୟ ରଖୁ ସିବିଏସ୍‌ଇ, ଡିସେମ୍ବରରେ ଶୁଣାଣି …

ନୂଆଦିଲ୍ଲୀ,୨୨।୧୧: ସିବିଏସ୍‌ଇ ଦ୍ୱାଦଶ ବୋର୍ଡରେ ଇମ୍ପ୍ରୁଭ୍‌ମେଣ୍ଟ୍‌ ପରୀକ୍ଷାରେ ଦେଇ କମ୍‌ ନମ୍ବର ଅବା ଫେଲ୍‌ ହୋଇଥିବା ଶିକ୍ଷାର୍ଥୀଙ୍କର ପୂର୍ବ ମାର୍କ ବଜାୟ ରହିବା ଲାଗି ସୁପ୍ରିମ୍‌କୋର୍ଟରେ କରାଯାଇଥିବା ଏକ ଆବେଦନର ଶୁଣାଣିକୁ ଡିସେମ୍ବର ୬ କୁ ଘୁଞ୍ଚାଇ ଦିଆଯାଇଛି। ସିବିଏସ୍‌ଇକୁ ଏନେଇ ନିର୍ଦ୍ଦେଶ ଦେବାକୁ ଆବେଦନରେ ଉଲ୍ଲେଖ କରାଯାଇଛି।

ବିଚାରପତି ଏ.ଏମ୍‌.ଖାନଓ୍ବିଲ୍‌କର ଏବଂ ସି.ଟି. ରବିକୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ବିଚାର ସମୟରେ ସିବିଏସ୍‌ଇ ଆଇନଜୀବୀଙ୍କ ପକ୍ଷରୁ ଉପଯୁକ୍ତ ନିର୍ଦ୍ଦେଶ ହସ୍ତଗତ ହେବା ଲାଗି ସମୟ ଲୋଡ଼ା ଯାଇଥିବାରୁ ଏହାକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ରବିବାର ସନ୍ଧ୍ୟାରେ ତାଙ୍କୁ କପି ମିଳିଥିବା ସିବିଏସ୍‌ଇ ଆଇନଜୀବୀ ଖଣ୍ଡପୀଠଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ।

ପୂର୍ବରୁ ଏନେଇ ଆଗୁଆ କପି ଶିକ୍ଷାର୍ଥୀଙ୍କ ଆଇନଜୀବୀ ମମତା ଶର୍ମାଙ୍କ ପକ୍ଷରୁ ସିବିଏସ୍‌ଇ ଏବଂ ମାନବ ସମ୍ବଳ ବିକାଶ କେନ୍ଦ୍ରୀୟ ଏଜେନ୍ସିଙ୍କୁ ପ୍ରଦାନ କରାଯାଇଥିଲା। ଇମ୍ପ୍ରୁଭ୍‌ମେଣ୍ଟ୍‌ ପରୀକ୍ଷାରେ ଖରାପ ହେଲେ ପୂର୍ବ ନମ୍ବର ଜାରି ରଖିବାକୁ ସେ ଆବେଦନରେ ଦର୍ଶାଇଥିଲେ। ୨୦୨୧ ଜୁନ୍‌ ୧୭ରେ ପ୍ରକାଶିତ ପରୀକ୍ଷା ଫଳର ମୂଲ୍ୟାଙ୍କନ ନୀତିର ଧାରା ୨୮ ଅର୍ନ୍ତଗତ ସେମାନଙ୍କ ମୂଳ ନମ୍ବରକୁ ରଦ୍ଦ କରି ଦିଆଯିବାର ଆଶଙ୍କା ଥିବା ଆବେଦନରେ କୁହାଯାଇଛି। ତେବେ ଏଭଳି ନୀତିକୁ ପ୍ରତ୍ୟାହାର କରିବାକୁ ଆବେଦନରେ କୁହାଯାଇଛି।

ସିବିଏସ୍‌ଇ ମୂଲ୍ୟାଙ୍କନ ନୀତିର ଧାରା ୨୮ ଅର୍ନ୍ତଗତ ଇମ୍ପ୍ରୁଭ୍‌ମେଣ୍ଟ୍‌ ପରୀକ୍ଷାରେ ହାସଲ ହୋଇଥିବା ନମ୍ବରକୁ ଚୂଡ଼ାନ୍ତ ଭାବେ ଧରାଯିବ। ମାତ୍ର ଏହାକୁ କମ୍‌ ନମ୍ବର ଅବା ଫେଲ କ୍ଷେତ୍ରରେ ହଟାଇବାକୁ ଆବେଦନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri