ନୂଆଦିଲ୍ଲୀ,୧।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୬ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ସମୟସାରଣୀ ପ୍ରକାଶ କରିଛି। ପ୍ରଶାସନିକ କାରଣରୁ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ନେଇ କୁହାଯାଇଛି । ପୂର୍ବରୁ ୩ ମାର୍ଚ୍ଚରେ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଥିଲା।
ବୋର୍ଡ ଅନୁଯାୟୀ, ଯେଉଁ ଦଶମ ଏବଂ ଦ୍ୱାଦଶ ବିଷୟଗୁଡ଼ିକର ପରୀକ୍ଷା ପୂର୍ବରୁ ୩ ମାର୍ଚ୍ଚ, ୨୦୨୬ ରେ ହେବାକୁ ଥିଲା, ସେଗୁଡ଼ିକୁ ପ୍ରଶାସନିକ କାରଣରୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସାରଣୀ ଅନୁଯାୟୀ, ଦଶମ ଶ୍ରେଣୀ ପରୀକ୍ଷା ଏବେ ୧୧ ମାର୍ଚ୍ଚ, ୨୦୨୬ ରେ ଅନୁଷ୍ଠିତ ହେବ । ଅନ୍ୟପଟେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ୧୦ ଏପ୍ରିଲ, ୨୦୨୬ ରେ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbse.gov.in କୁ ଯାଇ ସଂଶୋଧିତ ସମୟସାରଣୀ ଦେଖିପାରିବେ ଏବଂ ଡାଉନଲୋଡ୍ କରିପାରିବେ ।
ଦ୍ୱାଦଶ ଶ୍ରେଣୀ ଲିଗାଲ ଷ୍ଟଡି ପେପର ଏପ୍ରିଲ ୧୦ରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ, ଦଶମ ଶ୍ରେଣୀ ପରୀକ୍ଷା ଆସନ୍ତା ବର୍ଷ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ, ଫେବୃଆରୀ ୧୭ ରୁ ଆରମ୍ଭ ହେବ। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୭ ରେ ଆରମ୍ଭ ହେବ।


