Categories: ଜାତୀୟ

ସିଟିଇଟି ପରୀକ୍ଷାକୁ ସ୍ଥଗିତ କଲା ସିବିଏସ୍‌ଇ

ନୂଆଦିଲ୍ଲୀ,୨୬।୬: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଶିକ୍ଷକ ଯୋଗ୍ୟତା ପରୀକ୍ଷା(ସିଟିଇଟି)କୁ ସ୍ଥଗିତ କରିଛି। ଜୁଲାଇ ୫ରେ ହେବାକୁ ଥିବା ୧୪ତମ ସଂସ୍କରଣ ପରୀକ୍ଷାକୁ ସ୍ଥଗିତ ରଖାଯିବା ନେଇ ସିବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଖୁବ୍‌ଶୀଘ୍ର ପରୀକ୍ଷା ଲାଗି ଦିନ ଧାର୍ଯ୍ୟ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ଏ ସମ୍ପନ୍ଧରେ ଶୁକ୍ରବାର ଏକ ଟୁଇଟ୍‌ ମଧ୍ୟ କରିଛନ୍ତି।

ଚଳିତ ବର୍ଷ ସିଟିଇଟି ପରୀକ୍ଷା ୩୦ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ଦେଇଥାନ୍ତେ। ଏବେ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ତେବେ ପୂର୍ବରୁ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବାକିଥିବା ପରୀକ୍ଷାକୁ ବାତିଲ କରିଛି।

Share