Posted inଜାତୀୟ

ସିବିଆଇ ଯାଞ୍ଚ୍‌ ୯ ରାଜ୍ୟରେ ବ୍ୟାନ୍‌, ଇଡ଼ିକୁ ସଶକ୍ତ କରିଛନ୍ତି କେନ୍ଦ୍ର ସରକାର …

ନୂଆଦିଲ୍ଲୀ,୧।୮ : ଭାଜପା ନେତୃତ୍ୱାଧିନ ଏନଡ଼ିଏର ଶାସନ କାଳରେ ଅଧିକାଂଶ ଅନୁସନ୍ଧାନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା କରାଯାଉଛି। ଏହା ପୂର୍ବରୁ ସିବିଆଇକୁ ତଦନ୍ତ ଏସବୁ ମାମଲାରେ କିମ୍ବା ବଡ ସ୍କାମରେ ଦେଖାଯାଉଥିଲା। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଶାସନ ପର୍ଯ୍ୟନ୍ତ ସକ୍ରିୟ ଥିବା ସିବିଆଇ ଗତ ୪ ବର୍ଷ ମଧ୍ୟରେ ସିବିଆଇ ପଛେଇ ଯାଇଥିବାବେଳେ ଏହା ସ୍ଥାନରେ ଇଡିର କ୍ରିୟାଶୀଳତା ବଢ଼ିବାରେ ଲାଗିଛି।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଗତ ୮ ବର୍ଷ ମଧ୍ୟରେ ଇଡିର ତଦନ୍ତ କାର୍ଯ୍ୟରେ ପାଞ୍ଚରୁ ଛଅଗୁଣା ବୃଦ୍‌ଦସି ଘଟିଛି। ୟୁପିଏ ଶାସନ ପର୍ଯ୍ୟନ୍ତ ସିବିଆଇ ଦେଶର ସବୁଠାରୁ ବଡ ଅନୁସନ୍ଧାନକାରୀ ସଂସ୍ଥା ଭାବରେ ବିବେଚନା କରାଯାଉଥିଲା।

କେନ୍ଦ୍ରରେ ଭାଜପା ସରକାର ଗଠନ ପରେ ସିବିଆଇ ଅଣ-ଭାଜପା ଶାସିତ ରାଜ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିବିଆଇ ଚାହୁଁଥିଲା। ସେତେବେଳେ ଏହି ରାଜ୍ୟଗୁଡିକ ଏକତ୍ରିତ ହୋଇଥିଲେ।

ରାଜସ୍ଥାନ, ପଶ୍ଚିମବଙ୍ଗ, କେରଳ, ମହାରାଷ୍ଟ୍ର, ଛତିଶଗଡ,ଝାଡଖଣ୍ଡ, ପଞ୍ଜାବ, ମେଘାଳୟ ଏବଂ ମିଜୋରାମର ଅଣ-ଭାଜପା ସରକାର ରାଜ୍ୟରେ ସିବିଆଇ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଅର୍ଥାତ୍‌ ରାଜ୍ୟ ସରକାରଙ୍କ ଅନୁମତି ବିନା ସିବିଆଇ ଅନୁସନ୍ଧାନ କରିପାରିବ ନାହିଁ । ସଦ୍ୟତମ ଭାବେ ମେଘାଳୟରେ ସିବିଆଇ ଯାଞ୍ଚ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି।

୯ ଟି ରାଜ୍ୟରେ ସିବିଆଇର ଯାଞ୍ଚ୍‌ ବ୍ୟାନ୍‌ ପରେ କେନ୍ଦ୍ର ସରକାର ଦ୍ୱିତୀୟ ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥା ଇଡିକୁ ଅର୍ଥନୈତିକ ଅପରାଧର ତଦନ୍ତରେ ସକ୍ରିୟ କରିଛନ୍ତି। ଅର୍ଥ ବିଭାଗ, ରାଜସ୍ବ ବିଭାଗ ଅଧୀନରେ ଏହା ଏକ ସ୍ବତନ୍ତ୍ର ଆର୍ଥିକ ଅନୁସନ୍ଧାନକାରୀ ସଂସ୍ଥା। ଗତ ତିନିରୁ ଚାରି ବର୍ଷ ମଧ୍ୟରେ, ଇଡିର ପରିସର ଏତେ ବୃଦ୍ଧି ପାଇଛି ଯେ ପ୍ରତ୍ୟେକ ବଡ ସ୍କାମର ପର୍ଦ୍ଦାଫାଶ୍‌ ବର୍ତ୍ତମାନ ଇଡି ନିଜେ କରୁଛି। ସୁପ୍ରିମକୋର୍ଟ ମଧ୍ୟ ପିଏମଏଲଏ ଅଧୀନରେ ଇଡିର ଗିରଫ, ସନ୍ଧାନ ଏବଂ ଜବରଦଖଲ ସହ ଜଡିତ କ୍ଷମତା ବଜାୟ ରଖିଛନ୍ତି। ଗିରଫ ପାଇଁ ଇଡିକୁ ଆଧାର ଦେବା ଜରୁରୀ ନୁହେଁ ବୋଲି କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି।

କେବଳ କାରଣ ଦର୍ଶାଇ ଇଡି କାଗଜ ବିନା ଗିରଫ କରିପାରିବ। ମନି ଲଣ୍ଡରିଂ ଆକ୍ଟ ୨୦୦୨ରେ ପ୍ରଣୟନ କରାଯାଇଥିଲା। ଏହି ଆଇନ ୨୦୦୫ ରେ ଲାଗୁ ହେଲା। ପିଏମଏଲଏ (ସଂଶୋଧନ) ଅଧିନିୟମ, ୨୦୧୨ ଅପରାଧ ତାଲିକାର ପରିସରକୁ ବିସ୍ତାର କରିଥିଲା। ଏଥିରେ ଅର୍ଥ ଲୁଚାଇବା, ଅଧିଗ୍ରହଣ ଏବଂ ଅର୍ଥର ଅପରାଧିକ ବ୍ୟବହାର ଅନ୍ତର୍ଭୁକ୍ତ ଥିଲା। ଏହି ସଂଶୋଧନ ପାଇଁ ଇଡିକୁ ବିଶେଷ ଅଧିକାର ମିଳିଥିଲା।

ଇଡି ବିରୋଧରେ ଅଭିଯୋଗ ହେଉଛି ଯେ ଏହାର କଠୋର ବ୍ୟବସ୍ଥା ଯେପରିକି କଡା ଜାମିନ ସର୍ତ୍ତ, ଗିରଫଦାରୀର ରିପୋର୍ଟ ନକରିବା, ଇସିଆଇଆର କପି ବିନା ଗିରଫ, ଅର୍ଥ ହେରଫେରର ବ୍ୟାପକ ପରିଭାଷା, ଅନୁସନ୍ଧାନ ସମୟରେ ଅଭିଯୁକ୍ତଙ୍କ ବୟାନକୁ ପ୍ରମାଣ ଭାବେ ଗ୍ରହଣ କରିବା ଆଦି ଅଧିକାରର ଅପବ୍ୟବହାର ଏଜେନ୍ସି କରୁଛି। ପିଏମଏଲଏର ବିଭାଗ ୩, ୫, ୧୮,୧୯,୨୪ ଏବଂ ୪୫ ଇଡିକୁ ଏକ ସୁପର ପାୱାର୍‌ କରିଥିବା ମଧ୍ୟ ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri