Posted inଜାତୀୟ

ସତ୍ୟପାଲଙ୍କୁ ସିବିଆଇ ନୋଟିସ

ନୂଆଦିଲ୍ଲୀ,୨୧ା୪: ପୁଲଓ୍ବାମା ଆକ୍ରମଣ ସମ୍ପର୍କିତ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଏକ ଭିନ୍ନ ମାମଲାରେ ପଚରାଉଚରା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନୋଟିସ କରିଛି। ରିଲାଏନ୍ସ ଜେନେରାଲ ଇନ୍‌ସ୍ୟୁରାନ୍ସ ବିରୋଧରେ ଆଗତ ଏକ ଦୁର୍ନୀତି ମାମଲାରେ ଏପ୍ରିଲ ୨୮ରେ ସାକ୍ଷୀ ଭାବେ ହାଜର ହେବାକୁ ସିବିଆଇ ତାଙ୍କୁ କହିଛି।
୨୦୧୮ ସେପ୍ଟେମ୍ବରରେ ସତ୍ୟପାଲ ମଲିକ ଜମ୍ମୁ-କଶ୍ମୀର ରାଜ୍ୟପାଳ ଥିବାବେଳେ ରାଜ୍ୟର ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଏକ ମେଡିକାଲ ବୀମା ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଉକ୍ତ ସ୍କିମ୍‌ରେ ୩.୫ ଲକ୍ଷ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା। ତେବେ ସତ୍ୟପାଲ ଏଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ରିଲାଏନ୍ସ ଜେନେରାଲ ଇନ୍‌ସ୍ୟୁରାନ୍ସ ସହ ହୋଇଥିବା କଣ୍ଟ୍ରାକ୍ଟକୁ ମାସକ ଭିତରେ ରଦ୍ଦ କରିଦେଇଥିଲେ। ସେତେବେଳେ ସେ କହିଥିଲେ, ମେଡିକାଲ ବୀମା ଯୋଜନାରେ ଜାଲିଆତି ହୋଇଥିବା ଜଣାପଡ଼ିବା ପରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା କର୍ମଚାରୀମାନେ ଏହି କଣ୍ଟ୍ରାକ୍ଟ ରଦ୍ଦ ହେଉ ବୋଲି ଚାହୁଁଛନ୍ତି। ଫାଇଲରେ ଥିବା ବିବରଣୀ ଅନୁଧ୍ୟାନ ପରେ ସେ ମଧ୍ୟ ସମାନ ନିଷ୍କର୍ଷରେ ପହଞ୍ଚତ୍ଥିଛନ୍ତି। ଭୁଲ୍‌ରେ ଦିଆଯାଇଥିବା ଠିକାକୁ ରଦ୍ଦ କରିଦେଇଥିବା ସତ୍ୟପାଲ କହିଥିଲେ। ସତ୍ୟପାଲଙ୍କ ଅଭିଯୋଗକ୍ରମେ ସିବିଆଇ ଗତବର୍ଷ ଏପ୍ରିଲରେ ୨ଟି ଏଫ୍‌ଆଇଆର୍‌ ରୁଜୁ କରିଥିଲା। ରିଲାଏନ୍ସ ଜେନେରାଲ ଇନ୍‌ସ୍ୟୁରାନ୍ସ ଏବଂ ଟ୍ରିନିଟି ରିଇନ୍‌ସ୍ୟୁରାନ୍ସ ବ୍ରୋକର୍ସ ପକ୍ଷରୁ ଆର୍ଥିକ ଅନିୟମିତତା ହୋଇଥିବାରୁ ସିବିଆଇ ଉକ୍ତ ଏଫ୍‌ଆଇଆର୍‌ରେ ଦୁଇ ସଂସ୍ଥାକୁ ଅଭିଯୁକ୍ତ ରୂପେ ଉଲ୍ଲେଖ କରିଛି। ବୀମା ଅନିୟମିତତା ଏବଂ କିରୁ ଜଳବିଦ୍ୟୁତ୍‌ ପ୍ରକଳ୍ପରେ ହୋଇଥିବା ୨,୨୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ସମ୍ପର୍କରେ ଅଧିକ ତଥ୍ୟ ହାସଲ ଲାଗି ଗତ ସେପ୍ଟେମ୍ବରରେ ସିବିଆଇ ପକ୍ଷରୁ ସତ୍ୟପାଲଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏହି ମାମଲାରେ ପଚରାଉଚରା ପାଇଁ ସିବିଆଇର ନୂଆଦିଲ୍ଲୀସ୍ଥିତ ଆକବର ରୋଡ୍‌ ଗେଷ୍ଟ ହାଉସ୍‌କୁ ଡକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ଲାଗିଲା ନିଆଁ: ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ପାଇଁ ରକ୍ଷା ପାଇଲେ ଯାତ୍ରୀ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

ବିଲ୍‌ କରିବା ଆଶାରେ ଶୀଘ୍ର ଶେଷ କରୁଛନ୍ତି କାମ: ଠିକ୍‌ ଢଙ୍ଗରେ ଲାଗୁନି ଷ୍ଟ୍ରିଟ୍‌ ଲାଇଟ 

ଧର୍ମଶାଳା,୨।୮(ଶିବ ପ୍ରଶାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ବିଭିନ୍ନ ଗାଁରେ ଅନ୍ଧକାର ଦୂର କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ଷ୍ଟ୍ରିଟ୍‌ ଲାଇଟ ଲଗାଯିବା…

୩ ମାସରୁ ଅଧିକ ହେବ ବନ୍ଦ ପଡ଼ିଛି ରକ୍ତଭଣ୍ଡାର, ରୋଗୀସେବା ବ୍ୟାହତ

ବଲାଙ୍ଗୀର/କଣ୍ଟାବାଞ୍ଜି,୮ା୨(ସୁନିଲ କୁମାର ମହାନ୍ତି/ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୦୦୯ରେ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ସ୍ଥାପିତ ହୋଇଥିଲା। ଏହି ରକ୍ତଭଣ୍ଡାରକୁ ତତ୍କାଳୀନ…

VIDEO: ଟସ୍‌ ଛାଡି ହଠାତ୍‌ କୁଆଡେ ଚାଲିଗଲେ କ୍ୟାପଟେନ ସୂର୍ଯ୍ୟକୁମାର? ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟରେ, ଖେଳାଳିମାନଙ୍କ ମଧ୍ୟରେ ସମ୍ପର୍କ ପ୍ରାୟତଃ ବିଜୟ ଏବଂ ପରାଜୟକୁ ଅତିକ୍ରମ କରିଯାଏ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସମାନ ଦୃଶ୍ୟ ଦେଖାଯାଇଥିଲା, ଯେତେବେଳେ ଅଧିନାୟକ…

ଭକ୍ତମୟ ହୋଇଛି କାଳୀଜାଈଙ୍କ ପୀଠ, ଜମୁଛି ଶହଶହ ଭକ୍ତଙ୍କ ଭିଡ଼

କୃଷ୍ଣପ୍ରସାଦ,୮।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ ‎କାଳୀଜାଈଙ୍କ ପୀଠ ପାଲଟିଛି ଭକ୍ତମୟ । ମା’ଙ୍କ ଆଶିଷ ଲାଭ କରିବା ପାଇଁ ବହୁ ଦୂରଦୂରାନ୍ତରରୁ…

ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଲେ ଅନୁରାଗ ଠାକୁର, ୯ ବର୍ଷର ବିଳମ୍ବ ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୮।୨: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର, ବିସିସିଆଇରେ ପଦରେ ଲାଗିଥିବା ପ୍ରତିବନ୍ଧକ ଉଠାଇବା ନିଷ୍ପତ୍ତିରେ…

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri