ସିବିଆଇ ହାତରେ ୧୦୦୦ ପୃଷ୍ଠାର ପ୍ରମାଣ

ଅହମଦାବାଦ,୨୬ା୬ : ଗୁଜରାଟ ସରକାର ଏନ୍‌ଇଇଟି-ୟୁଜି ପରୀକ୍ଷା ଦୁର୍ନୀତି ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ହସ୍ତାନ୍ତର କରିବାର ଦିନକ ପରେ ଏହାର ଏକ ଟିମ୍‌ ସୋମବାର ଗୋଧ୍ରାରେ ପହଞ୍ଚତ୍ ସ୍ଥାନୀୟ ପୋଲିସଠାରୁ ୧୦୦୦ ପୃଷ୍ଠାରୁ ଊର୍ଦ୍ଧ୍ୱ କାଗଜପତ୍ର ଗ୍ରହଣ କରିଛି। ସେଠାର ପର୍‌ଭାଡ଼ି ଗ୍ରାମରେ ଥିବା ଜୟ ଜଲାରାମ ସ୍କୁଲ୍‌ରେ ପରୀକ୍ଷା ପରିଚାଳନାରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାତରେ ଥିବା ୫ ଜଣଙ୍କୁ ଜେରା ପାଇଁ ନିଜ ହେପାଜତକୁ ନେବା ନିମନ୍ତେ ସିବିଆଇ ଟିମ୍‌ ଗୋଧ୍ରାର ଜିଲା କୋର୍ଟରେ ଆବେଦନ କରିବ ବୋଲି ଜଣାପଡ଼ିଛି। ସିବିଆଇ ବର୍ତ୍ତମାନ ସୁଦ୍ଧା ଗୁଜରାଟ, ବିହାର ଏବଂ ରାଜସ୍ଥାନରୁ ୩ଟି ନୂଆ ମାମଲା ଗ୍ରହଣ କଲାଣି। ଗୁଜରାଟ ପୋଲିସ ତଦନ୍ତରୁ ଫୋନ୍‌ ଲୋକେଶନ ଡାଟା ଏବଂ ଅଭିଯୁକ୍ତମାନଙ୍କ କାର୍ଯ୍ୟକଳାପ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ପ୍ରମାଣ ମଧ୍ୟରେ ପରୀକ୍ଷାର ଦିନକ ପୂର୍ବରୁ ଅଭିଯୁକ୍ତମାନଙ୍କ ମଧ୍ୟରେ ମିଟିଂର ଡିଜିଟାଲ ଭିଡିଓ ରେକର୍ଡିଂ, ଛାତ୍ରୀଛାତ୍ର ପୈଠ କରିଥିବା ମୋଟ ୨.୩ କୋଟି ଟଙ୍କାର ଅଗ୍ରିମ ଚେକ୍‌ ଆଦି ରହିଛି।

ଆମ୍‌ ଆଦ୍‌ମୀ ପାର୍ଟି ନେତା ତଥା ଛାତ୍ର ଅଧିକାର କର୍ମୀ ଯୁବରାଜ ଜାଡେଜାଙ୍କ ଅଭିଯୋଗ ଅନୁଯାୟୀ ପରଶୁରାମ ରାୟ ତାଙ୍କ ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରେ ପ୍ରଶ୍ନପତ୍ରକୁ ଫାଙ୍କା ଛାଡ଼ିଆସିବାକୁ ପରାମର୍ଶ ଦେଇଥିଲେ। ସେଗୁଡ଼ିକରେ ଉତ୍ତର ତୁଷାର ଭଟ୍ଟ ଭରିବାର ଥିଲା। ପିଲାମାନଙ୍କୁ ପାସ୍‌ କରାଇଦେବା ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ନିଆଯାଇଥିଲା। ତଦନ୍ତ ବେଳେ ପରୀକ୍ଷାର ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଥିବା ଭଟ୍ଟଙ୍କ କାରରୁ ୭ ଲକ୍ଷ ଟଙ୍କା ଜବତ ହୋଇଛି। କାଗଜାତ ପ୍ରମାଣ ଭାବେ ମୋବାଇଲ ଫୋନ୍‌ରୁ ପରୀକ୍ଷାର୍ଥୀମାନଙ୍କ ତାଲିକା ସହ ସେଥିରେ ଧୂସର ଓ କଳା ଚିହ୍ନରେ କୋଡ୍‌ ଟିବି (ତୁଷାର ଭଟ୍ଟ) ଏବଂ ପିଆର୍‌ (ପରଶୁରାମ ରାୟ) ଚିହ୍ନଟ କରାଯାଇଛି। ଛାତ୍ରମାନେ ପରୀକ୍ଷା ଠକେଇରେ ସାମିଲ ଥିଲେ ବୋଲି ଏଥିରୁ ସୂଚନା ମିଳିଛି। ସେମାନେ ମୋଟ ୨.୮୨ କୋଟି ଟଙ୍କାର ଅଗ୍ରିମ ଚେକ୍‌ ଦେଇଥିବାବେଳେ ସେଥିରୁ ୬୬ ଲକ୍ଷ ପରଶୁରାମଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା। ଏହା ବ୍ୟତୀତ ଅଭିଭାବକମାନେ ମଧ୍ୟ ଅଭିଯୁକ୍ତଙ୍କୁ ବ୍ଲାଙ୍କ୍‌ ଚେକ୍‌ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri