Categories: ଖେଳ

ସାଇକ୍ଲିଂରୁ ଅବସର ନେବେ କାଭେଣ୍ଡିସ୍‌

କୋକାଗ୍ଲିଓ (ଇଟାଲୀ), ୨୩ା୫ (ଏପି): ଚଳିତ ବର୍ଷ ସିଜନ ଶେଷରେ ସାଇକ୍ଲିଂରୁ ଅବସର ନେବେ ଭେଟେରାନ ସ୍ପ୍ରିଣ୍ଟ ସ୍ପେସାଲିଷ୍ଟ ମାର୍କ କାଭେଣ୍ଡିସ। ଟୁର୍‌ ଡି’ ଫ୍ରାନ୍ସରେ ସର୍ବାଧିକ ଷ୍ଟେଜ୍‌ ବିଜୟ ହାସଲ କରିବାରେ ଦୀର୍ଘଦିନ ଧରି ରହିଥିବା ରେକର୍ଡକୁ ହୁଏତ ଏଥର ସେ ଭାଙ୍ଗବାକୁ ଚେଷ୍ଟ କରିବେ। ଅଷ୍ଟାନା କାଜାକ୍‌ସ୍ତାନ ଟିମ୍‌ରୁ ପ୍ରତିନିଧିତ୍ୱ କରୁଥିବା ଏହି ବ୍ରିଟିଶ ଡ୍ରାଇଭର ରବିବାର ୩୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ୨୫ ବର୍ଷରୁ ଅଧିକ ସମୟ ଧରି ସାଇକ୍ଲିଂ ତାଙ୍କ ଜୀବନ ହୋଇ ରହିଆସିଛି। ଚଳିତବର୍ଷ ଗିରୋ ଡି’ ଇଟାଲିଆର ଅନ୍ତିମ ବିଶ୍ରାମ ଦିବସରେ କାଭେଣ୍ଡିସ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି, ଯେଉଁଠାରେ ସେ ତାଙ୍କର ୫୩ତମ ଗ୍ରାଣ୍ଡ ଟୁର୍‌ ଷ୍ଟେଜ ବିଜୟ ଲକ୍ଷ୍ୟ ରଖିଛନ୍ତି।

Share