ଡେଙ୍ଗୁର କାରଣ ଓ ନିରାକରଣ

ଡେଙ୍ଗୁ ହେଉଛି ଏକ ମଶାବାହିତ ଭୂତାଣୁଜନିତ ରୋଗ। ଏହା ସଂକ୍ରମିତ ମାଈ ଏଡିଶ ମଶା ସୁସ୍ଥ ଲୋକକୁ କାମୁଡିବା ଦ୍ୱାରା ବ୍ୟାପିଥାଏ। ସଂକ୍ରମିତ ମଶା କାମୁଡ଼ିବାର ପ୍ରାୟ ୪-୭ ଦିନ ମଧ୍ୟରେ ଡେଙ୍ଗୁର ଲକ୍ଷଣାବଳୀ ପ୍ରକାଶ ପାଇଥାଏ। ଏଡିଶ ମଶାର ଭୂତାଣୁ ମଶା ସଂକ୍ରମିତ କରିବା ପରେ ବଂଶ ବିସ୍ତାର କରେ। ଏହି ରୋଗ ବିଷୟରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ମେ’ ୧୬ ତାରିଖକୁ ‘      ସ’ ଭାବରେ ପାଳନ କରାଯାଇଆସୁଅଛି।
ଆମ ଦେଶ ତଥା ରାଜ୍ୟରେ ଡେଙ୍ଗୁର ପ୍ରକୋପ : ଆମ ଦେଶରେ ୧୯୫୬ରେ ତାମିଲନାଡୁର ଭେଲୋର ଜିଲାରେ ପ୍ରଥମେ ଡେଙ୍ଗୁ ଚିହ୍ନଟ କରାଯାଇଥିଲା। ଏହାପରେ ପଶ୍ଚିମବଙ୍ଗର କୋଲକାତା ସହରରେ ୧୯୬୩ରେ ଏହା ମହାମାରୀ ରୂପ ନେଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହା ଦେଖାଯାଇଅଛି ଏବଂ ଅନେକ ରାଜ୍ୟରେ ମହାମାରୀ ରୂପ ନେଇଛି। ସେହି ରାଜ୍ୟଗୁଡିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଗୋଆ, ହରିୟାଣା, ଗୁଜରାଟ, କର୍ନାଟକ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଣ୍ଡିଚେରୀ, ପଞ୍ଜାବ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ପ୍ରାୟ ପ୍ରତିବର୍ଷ ଦେଖାଯାଇଆସୁଅଛି। ଆମ ରାଜ୍ୟରେ ଆଗରୁ ଅଳ୍ପ ସଂଖ୍ୟକ ରୋଗୀ ଚିହ୍ନଟ ହେଉଥିଲେ ମଧ୍ୟ ୨୦୧୧ରେ ଏହା ମହାମାରୀ ରୂପ ନେଇଥିଲା। ଓଡ଼ିଶାର ଅଧିକାଂଶ ଜିଲାରେ ଏହି ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଅଛି।
ଏଡିଶ ମଶାକୁ ଚିହ୍ନିବା କିପରି : ଏଡିଶ ମଶା ଦେଖିବାକୁ କଳା ରଙ୍ଗର ଏବଂ ତା’ ଶରୀରରେ ଓ ପିଠିରେ ଧଳା ରଙ୍ଗର ଗାର ପଡିଥାଏ। ଏହି ମଶା ଦେଖିବାକୁ ବହୁତ ସୁନ୍ଦର ଏବଂ ଆକାରରେ ସାଧାରଣ ମଶା ତୁଳନାରେ ଅପେକ୍ଷାକୃତ ସାନ। ଏହାକୁ ‘ବାଘୁଆ ମଶା’ (tiger mosquito) ମଧ୍ୟ କହନ୍ତି। ଏହି ଏଡିଶ ମଶା ଦୁଇ ପ୍ରକାରର। ଗୋଟିଏ ହେଲା-ଏଡିଶ ଇଜିପ୍ଟ ଏବଂ ଅନ୍ୟଟି ଏଡିଶ ଆଲବୋପିକ୍ଟସ୍‌। ଉଭୟ ପ୍ରକାର ମଶା ଡେଙ୍ଗୁ ସଂକ୍ରମଣ କରାଇଥାଆନ୍ତି। ଏହି ମଶା ସାଧାରଣତଃ ଦିନ ବେଳା ଗୋଡାଇ ଗୋଡାଇ କାମୁଡିଥାଏ ଏବଂ ବିଶେଷ ଭାବରେ ସକାଳ ଏବଂ ସନ୍ଧ୍ୟା ସମୟରେ କାମୁଡିଥାଏ।
ବଂଶ ବିସ୍ତାର : ସାଧାରଣତଃ ଏଡିଶ ମଶାକୁ ସହରାଞ୍ଚଳ ମଶା (urban veetor) ବୋଲି କୁହାଯାଏ। କିନ୍ତୁ ବର୍ତ୍ତମାନ ଅଧିକାଂଶ ଗଁା ମଧ୍ୟ ଛୋଟ ସହରର ରୂପ ନେଉଛି। ତେଣୁ ବର୍ତ୍ତମାନ ଏହି ମଶା ଗ୍ରାମାଞ୍ଚଳରେ ମଧ୍ୟ ଦେଖାଯିବାର ଆଶଙ୍କା ଅଧିକ ରହିଛି। ଏହି ମଶା ପରିଷ୍କାର ସ୍ଥିର ପାଣି ସହ କଠିନ ସ୍ତର ଥିବା ସ୍ଥାନରେ ଡିମ୍ବ ଦେଇଥାଏ। ବିଶେଷ ଭାବରେ ଆମେ ବ୍ୟବହାର କରୁଥିବା ରୁମ୍‌ କୁଲର, ଟାୟାର, ଟିଣ ଡବା, ଅବ୍ୟବହୃତ ପାଣି ପାତ୍ର, ବାସନକୁସନ, ପାଣି ଟାଙ୍କି, କାଚ ବୋତଲ, ଫ୍ରିଜ୍‌ ଟ୍ରେ, ଗଛ କୋରଡ, କଟା ନଡିଆ, ପଇଡ ଠୋଲା, ପ୍ଲାଷ୍ଟିକ ଡ୍ରମ, ହାଣ୍ଡି, ମାଠିଆ ଏବଂ ସେହି ଧରଣର ଯେ କୌଣସି ପାତ୍ର ଓ ଉପକରଣରେ ନିଜର ବଂଶ ବିସ୍ତାର କରନ୍ତି। ଏହାବ୍ୟତୀତ କଟା ବାଉଁଶ, ପ୍ଲାଷ୍ଟିକ ଡିସପୋଜେବୁଲ ଗ୍ଲାସ, କପ୍‌ ଆଦିରେ ପାଣି ଜମି ରହିଲେ ଏହି ମଶା ଡିମ୍ବ ଦେଇଥାଏ।
ଡେଙ୍ଗୁର ପ୍ରକାରଭେଦ : ଡେଙ୍ଗୁର ଭୂତାଣୁ ଅନୁସାରେ ଏହାକୁ ଚାରି ଭାଗରେ (ଡେନ୍‌-୧, ଡେନ୍‌-୨, ଡେନ୍‌-୩ ଏବଂ ଡେନ୍‌-୪) ବିଭକ୍ତ କରାଯାଇଛି। ଅନେକକ୍ଷେତ୍ରରେ ଡେଙ୍ଗୁ ଜ୍ୱର ସାଧାରଣ ଜ୍ୱର ପରି ଭଲ ହୋଇଯାଏ। କିନ୍ତୁ ଡେଙ୍ଗୁ ରକ୍ତସ୍ରାବୀ ଏବଂ ଡେଙ୍ଗୁ ସକ୍‌ ଲକ୍ଷଣାବଳୀ ହେଲେ ଏହା ମାରାତ୍ମକ ହୋଇଥାଏ। ଏପରି କି ରୋଗୀ ମୃତ୍ୟୁମୁଖରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି। କିନ୍ତୁ ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା କରିବା ଦ୍ୱାରା ଏହି ରୋଗୀ ସୁସ୍ଥ ହୋଇଯାଇଥାଏ।
ଲକ୍ଷଣ : ଜଣେ ବ୍ୟକ୍ତି ଡେଙ୍ଗୁ ଦ୍ୱାରା ଆକ୍ରାନ୍ତ ହେଲେ କେତେକ ଲକ୍ଷଣ ପ୍ରକାଶ ପାଇଥାଏ। ସେଗୁଡିକ ହେଲା-ହାଡ ଓ ଗଣ୍ଠିରେ ଭୀଷଣ ଯନ୍ତ୍ରଣା ହୁଏ। ଚାଲିବାରେ କଷ୍ଟ ହୁଏ। ଆଖି କୋରଡର ପଛ ଭାଗରେ ଭୀଷଣ ଯନ୍ତ୍ରଣା ହୁଏ। ମୁଣ୍ଡ ବିନ୍ଧେ, ଜ୍ୱର ହେବା ସହ ଥଣ୍ଡା, ସର୍ଦ୍ଦି ଭଳି ଅସୁସ୍ଥ ଲାଗେ। ମିଳିମିଳା ଭଳି ଦେହରେ ଘିମିରି ଆକାରରେ ଫଳିଯାଏ। ବାନ୍ତି ବାନ୍ତି ଲାଗେ ଏବଂ ବାନ୍ତି ହୁଏ।
ଡେଙ୍ଗୁର ବିପଜ୍ଜନକ ଲକ୍ଷଣାବଳୀ:
ଦାନ୍ତ, ଆଖି ଭିତରୁ ତଥା ଚର୍ମରୁ ରକ୍ତ ବାହାରିବା।
ଝାଡ଼ା ହେବା।
ବାନ୍ତି ହେବା ଏବଂ ବାନ୍ତିରେ ରକ୍ତ ପଡ଼ିବା।
ଅଧିକ ଯନ୍ତ୍ରଣା ଅନୁଭୂତ ହେବା ଏବଂ ଏହି ଯନ୍ତ୍ରଣା ଲାଗି ରହିବା।
ଥଣ୍ଡା ଲାଗିବା ଓ ମଳିନ ପଡ଼ିଯିବା।
ଡେଙ୍ଗୁର ପ୍ରତିଷେଧକ ଓ ଚିକିତ୍ସା : ଡେଙ୍ଗୁ ହେବାର ସନ୍ଦେହ ହେଲେ ନିର୍ଦ୍ଦିଷ୍ଟ ‘ଏଲିଶା’ ପଦ୍ଧତିରେ ରକ୍ତ ନମୁନା ସଂଗ୍ରହ କରି ରକ୍ତ ପରୀକ୍ଷା କରାଯାଏ। ଡେଙ୍ଗୁ ପାଇଁ କୌଣସି ପ୍ରତିଷେଧକ ଟିକା ନାହିଁ। ଏହାର ଚିକିତ୍ସା ପାଇଁ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ। ତେବେ ଲକ୍ଷଣ ଦେଖି ଏହାର ଚିକିତ୍ସା କରାଯାଏ। ଜ୍ୱର ଅଧିକ ହେଲେ ପାଣି ପଟି ତଥା ଓଦା ତଉଲିଆରେ ଦେହ ହାତ ଗୋଡ଼ ପୋଛି ଦିଆଯାଏ। ଆବଶ୍ୟକ ଅନୁସାରେ ପାରାସିଟାମଲ ବଟିକା ଦିଆଯାଏ। ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ଆବଶ୍ୟକ।
ନିରାକରଣ : ସାଧାରଣତଃ ଏଡିଶ ମଶା ଥଣ୍ଡା ଓ ଅନ୍ଧାରୁଆ ସ୍ଥାନ ଏବଂ ମଣିଷର ବାସସ୍ଥଳୀ ନିକଟରେ ବିଶ୍ରାମ ନେଇଥାଏ। ଘର ଭିତରେ ଥିବା ଛତା, ଜୋତା, ର଼୍ୟାକ୍‌, ଆଲମିରା, ଚୌକି, ଟେବୁଲ ତଳ, ପଲଙ୍କ ତଳ ଆଦି ହେଉଛି ଏହି ମଶାମାନଙ୍କର ବିଶ୍ରାମସ୍ଥଳୀ। ସେହିପରି ଘର ଚାରିପଟରେ ଥିବା ଘାସ ବୁଦା, ଅନାବନା ଗଛଲତା ଆଦିରେ ବିଶ୍ରାମ ନେଇଥାଆନ୍ତି।
ରୋଗ ନ ହେବା ପାଇଁ ଏହି ମଶାର ବଂଶବୃଦ୍ଧିକୁ ରୋକିବା ସହ ମଶା କାମୁଡାରୁ ଦୂରେଇ ରହିବା ଆବଶ୍ୟକ। ତା’ସହ ନିମ୍ନଲିଖିତ ବିଷୟ ପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର।
କୁଲର ତଥା ପାଣି ରଖା ଯାଉଥିବା ପାତ୍ର, ଫୁଲକୁଣ୍ଡ, ଗୃହପାଳିତ ପଶୁପକ୍ଷୀଙ୍କ ଖାଇବା ପାତ୍ର ଆଦିକୁ ୩-୪ ଦିନରେ ଥରେ ପାଣି ବାହାର କରି ଶୁଖାଇବା ଆବଶ୍ୟକ।
ଚାରିପାଖରେ ଥିବା ଭଙ୍ଗା ଟିଣ, ଟାୟାର, ହାଣ୍ଡି, ମାଠିଆ ତଥା ଅନ୍ୟାନ୍ୟ ଉପକରଣଗୁଡିକୁ ଗାତ ଖୋଳି ପୋତି ଦିଅନ୍ତୁ।
ପାତ୍ର ତଥା ପାଣି ଟାଙ୍କିର ଘୋଡଣିକୁ ଭଲ ଭାବରେ ଘୋଡାଇ ରଖିବା ଦରକାର, ଯେପରିକି ମଶା ଭିତରକୁ ଯାଇପାରିବ ନାହିଁ।
ଚାରିପାଖରେ ସାତ ଦିନରୁ ଅଧିକ ପାଣି ଜମି ରହୁଥିଲେ ସେହି ସ୍ଥାନକୁ ପରିଷ୍କାର କରିବା ଆବଶ୍ୟକ। ଯଦି ଅଧିକ ଦିନ ପାଣି ଜମି ରହୁଥାଏ, ତା’ହେଲେ ସେହି ସ୍ଥାନରେ ମଶା ଲାର୍ଭାଖିଆ ଖାମ୍ବୁସିଆ ମାଛ ଛାଡିବା ଆବଶ୍ୟକ। ଏହି ମାଛ ମଶାର ଲାର୍ଭାକୁ ଖାଇଦେଇଥାଏ।
ଭଳି ଦିନରେ ମଧ୍ୟ କୀଟନାଶକ ଉପଚାରିତ ମଶାରି ବ୍ୟବହାର କରିବା ଉଚିତ।
ଝରକାଗୁଡିକୁ ମଶାରି ଜାଲ ଦ୍ୱାରା ଆବଦ୍ଧ କରିପାରିବେ।
ଘଉଡାଇବା ପାଇଁ ନିମ୍ବ ପତ୍ର ଓ ଝୁଣା ଧୂଅଁା ଦେଇପାରିବେ।
କାମୁଡାରୁ ସୁରକ୍ଷା ପାଇଁ ଦେହରେ ନିମ୍ବ ଓ କରଞ୍ଜ ତେଲ ଲଗାଇପାରିବେ।
ହାତ ଲୁଚୁଥିବା ତଥା ସମସ୍ତ ଶରୀରକୁ ଘୋଡାଇ ହେବା ଭଳି ପୋଷାକ ପରିଧାନ କରିପାରିବେ ଯେପରି କି ମଶା ସହଜରେ କାମୁଡିବେ ନାହିଁ।
ଏହାବ୍ୟତୀତ ନିଜର ପରିବେଶକୁ ସଫାସୁତରା ରଖିଲେ ତଥା କୌଣସି ବ୍ୟବହୃତ ପାତ୍ରରେ ଏଡିଶ ମଶାର ଲାର୍ଭା ପାଇଲେ, ସେହି ପାତ୍ର ବା ଉପକରଣକୁ ଭଲ ଭାବରେ ଗରମ ପାଣିରେ ଧୋଇବା ସହ କପଡ଼ା ଦ୍ୱାରା ସଫା କରିବା ଆବଶ୍ୟକ। କାରଣ ଏଡିଶ ମଶାର ଡିମ୍ବ ଶୁପ୍ତ ଆକାରରେ ଏକ ବର୍ଷ ପର୍ଯ୍ୟନ୍ତ ରହିପାରେ। ଠିକ୍‌ ସମୟରେ ଉପଯୁକ୍ତ ପଦକ୍ଷେପ ନେବା ସହ ଉପରୋକ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କଲେ ଆମେ ଡେଙ୍ଗୁକୁ ରୋକିବା ସହ ନିରାକରଣ କରିପାରିବା।

ବିରାଟ ରାଜା ପଧାନ
-ବେଙ୍କମୁରା, ପଣ୍ଡରୀ, ବନହରପାଲି, ଝାରସୁଗୁଡ଼ା
ମୋ: ୯୯୩୭୨୭୧୬୨୩


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri