ଧରାପଡ଼ିଲେ ସାଇବର ଠକ

ବୈଶିଙ୍ଗା,୨୫ା୭(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଦଳିଆ ଗ୍ରାମର ଜଣେ ଯୁବକଙ୍କୁ ସାଇବର ଠକେଇ ଅଭିଯୋଗରେ ପୋଲିସ କୋର୍ଟ ଚାଲାଣ କରିଛି। ସେ ହେଲେ ଚାରୁଚନ୍ଦ୍ର ସିଂଙ୍କ ପୁଅ ତୁଫାନ। ଏନେଇ ଥାନାରେ ଏକ ମାମଲା(ନଂ.୨୧୪/୨୨)ରୁଜୁ ହୋଇଛି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ୩ ଯୁବକ ବେତନଟୀ କୋର୍ଟ ଛକ ନିକଟରେ ରାତିରେ ସନ୍ଦେହଜନକ ଭାବେ ବୁଲୁଥିବାବେଳେ ବେତନଟୀ ପୋଲିସ ସେମାନଙ୍କୁ ଧରିବା ସହ ସାଇବର ଠକେଇର ସୁରାକ ପାଇଥିଲା। ସେମାନଙ୍କଠାରୁ ନଗଦ ୧ଲକ୍ଷ ୩୫ ହଜାର ଟଙ୍କା ,୭ଟି ମୋବାଇଲ ,୧୧ଟି ସିମ କାର୍ଡ଼, ଗୋଟିଏ ମେମୋରୀ କାର୍ଡ, ବିଭିନ୍ନ ବ୍ୟାଙ୍କର ୮ଟି ଏଟିଏମ୍‌ କାର୍ଡ ସମେତ ଏକ ହୋଣ୍ଡା ସିଟି କାର ମଧ୍ୟ ଜବତ କରା ଯାଇଥିଲା। ମୟୂରଭଞ୍ଜ ଜିଲା ଆରକ୍ଷୀ ଅଧିକ୍ଷକ ଏହି ସାଇବର ଠକେଇ ଘଟଣା ନେଇ ସବୁ ଥାନାକୁ ଆଲର୍ଟ କରିଥିଲେ। ଶନିବାର ବୈଶିଙ୍ଗା ଥାନା ସହାୟତାରେ ମଧ୍ୟପ୍ରଦେଶ ପୋଲିସ କଦଳିଆ ଗ୍ରାମରେ ପହଞ୍ଚିଥିଲେ। ଏହି ଗ୍ରାମର ତୁଫାନ ଏକ ଘରୋଇ ଟେଲିକମ୍‌ ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ଜାଲିଆତି କରି ସେହି ଗ୍ରାମର ହେମନ୍ତ ସାହୁଙ୍କ ପୁଅ ବିରେନ ସାହୁଙ୍କ ନାମରେ ଏକ ସିମ୍‌କାର୍ଡ ବାହାର କରି ମଧ୍ୟପ୍ରଦେଶର ଜନୈକ ବ୍ୟକ୍ତିଙ୍କଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ବୈଶିଙ୍ଗା ପୋଲିସ ତୁଫାନଙ୍କୁ ଗିରଫ କରିବା ସହିତ ସୋମବାର କୋର୍ଟଚାଲାଣ କରିଛି। ଏହି ଘଟଣା ସହିତ ଗତ ସପ୍ତାହର ବେତନଟୀ ସାଇବର ଠକେଇ ଘଟଣାର ଲିଙ୍କ୍‌ ଥିବା ନେଇ ଅନୁସନ୍ଧାନ ଜାରି ରହିଛି। ବୈଶିଙ୍ଗା ଥାନା ଅଞ୍ଚଳରେ ଥିବା ସମସ୍ତ ମୋବାଇଲ ଷ୍ଟୋରଗୁଡ଼ିକ ଉପରେ ସୋମବାର ଦିନ ତମାମ ଚଢ଼ାଉ ଜାରି ରହିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri