ମୋରଡ଼ା,୨୪।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ପୋଲିସ ମଙ୍ଗଳବାର ଭୋର ସମୟରେ ଗୋ ଚାଲାଣ ବେଳେ ଏକ ପିକ୍ଅପ୍ ଭ୍ୟାନ୍କୁ ଜବତ କରିଛି। ଏଥିସହ ଗାଡ଼ି ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ପିକ୍ଅପ୍ ଭ୍ୟାନ୍ (ଓଡି-୧୧ଏଫ୍-୫୫୩୩)ରେ ୫ ଗୋରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଏହି ଥାନା ଅଧୀନ ବାଘଡ଼ା ଛକ ନିକଟରେ ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଥିଲା। ଗିରଫ ଡ୍ରାଇଭର ହେଲେ ବାରିପଦା ସଦର ଥାନା ଅଞ୍ଚଳର ରବୀନ୍ଦ୍ର ବଇଠା। ଉଦ୍ଧାର ଗୋରୁଙ୍କୁ ଗୋଶାଳା ପଠାଯିବାର ବ୍ୟବସ୍ଥା କରାଯାଇଥିବା ଥାନା ଅଧିକାରୀ ସତ୍ୟନାରାୟଣ ବଳ କହିଛନ୍ତି।


