Posted inଫୁରସତ

ଗୋ ସୁରକ୍ଷା ଚିନ୍ତା

ଦିନକୁ ଦିନ ଗାଁରୁ ଗୋ-ସମ୍ପଦ କମିବାରେ ଲାଗିଛି। ଆଗପରି ଆଉ ଘରେ ଘରେ ଗୋରୁ ପାଳିବା ଦେଖିବାକୁ ମିଳୁନି। ମାତ୍ର ଦିନଥିଲା ଦେଶର ଅର୍ଥନୈତିକ ବିକାଶରେ ଗୋ-ସମ୍ପଦ ସହାୟକ ହେଉଥିଲା । ତେବେ ଓଡ଼ିଶାରେ ହାତଗଣତି କେତୋଟି ଗୋଶାଳା ରହିଥିବା ବେଳେ ଏବେ ଗୋରୁ ସୁରକ୍ଷା ନେଇ ଓରବରସିଂ ଗାଁର କେତେ ଜଣ ବ୍ୟକ୍ତି ଏକାଠି ହୋଇ ତିଆରି କରିଛନ୍ତି ମହାତ୍ମା ଗାନ୍ଧୀ ଗୋଶାଳା କେନ୍ଦ୍ର- ହିନ୍ଦୁଧର୍ମରେ ବିଶ୍ୱାସ ରହିଛି ଗୋମାତାଙ୍କ ରକ୍ଷଣାବେକ୍ଷଣ କଲେ ଧନ ସମ୍ପତ୍ତି ବୃଦ୍ଧି ସହିତ ପରିବାରରେ ମଙ୍ଗଳ ହୋଇଥାଏ। ଗୋ ଜାତିର ହିତ ସାଧନ ଓ ଗୋସେବା କଲେ କୋଟିପୁଣ୍ୟର ଫଳ ମିଳେ ବୋଲି ବିଶ୍ୱାସ ରହିଛି। ତେବେ ଏହି ପ୍ରାଣୀଙ୍କ ବୃଦ୍ଧାବସ୍ଥା ଖୁବ ଯନ୍ତ୍ରଣା ଦାୟକ। କିଏ ରୋଗ ଯନ୍ତ୍ରଣାରେ ଛଟପଟ ହୁଏ ତ ପୁଣି କାହାରିକୁ ସୁରକ୍ଷା ଚିନ୍ତା ଘାରିଥାଏ। ଏମିତିରେ ଚୋରା ଗୋଚାଲାଣରୁ ମୁକ୍ତ ଓ ବିପଦରେ ପଡ଼ିଥିବା ଗୋରୁଙ୍କୁ ଉଦ୍ଧାରକରି ସେମାନଙ୍କ ସୁରକ୍ଷା ଓ ସେବା ଯତ୍ନ ନେବାରେ ଆନନ୍ଦ ପାଇଥାନ୍ତି ଗୋ-ସେବକମାନେ। ଖୋର୍ଦ୍ଧା ଜିଲାର ଓରବରସିଂ ଗ୍ରାମପଞ୍ଚାୟତ ରାୟପୁରରେ ରହିଥିବା ମହାତ୍ମା ଗାନ୍ଧୀ ଗୋଶାଳାକେନ୍ଦ୍ର ସମ୍ପର୍କରେ ସାମାଜିକକର୍ମୀ ସଂଗ୍ରାମ କେଶରୀ ସାମନ୍ତରାୟ କୁହନ୍ତି- ଆମ ପଞ୍ଚାୟତକୁ ବର୍ଷା ଦିନେ ଅଧିକାଂଶ ବନ୍ୟାଜଳ ଘେରି ରହେ।୨୦୨୦ ମସିହାରେ ବନ୍ୟା, ଝଡ଼ିପବନରେ ଓରବରସିଂହ ଗ୍ରା:ପ:ର କୃଷ୍ଣପୁର, ରାୟପୁର, ମଶାଣିଆ, ତେନ୍ତୁଳିମୂଳ, ସେହିପରି ଦିବ୍ୟସିଂହପୁର ଗ୍ରା:ପ:ର ବାରମାଣ, ଗୋପାଳପୁର, ନରଣଗଡ଼, ଓରମୀ, ମାନପୁରଏବଂ ପୁରୀ ଜିଲା ଦୋକନ୍ଦା ଗ୍ରା:ପ:ର ସବଳଙ୍ଗା ଆଦି ଗାଁର କେତେଜଣ ବ୍ୟକ୍ତିଙ୍କ ଘର ଓ ଗୁହାଳ ଭାଙ୍ଗି ଯିବାରୁ ଗୋରୁଙ୍କୁ ସେମାନେ ଗୁହାଳରୁ ଖୋଲି ଦେଇଥିଲେ। ଏଥିଯୋଗୁ ରାସ୍ତାଘାଟରେ ଖୋଲାରେ ବୁଲୁଥିବା ଅସହାୟ ଗୋରୁଙ୍କୁ ଦେଖି ଚୋରା ଗୋଚାଲାଣକାରୀମାନେ ନେଇଯାଇଥିଲେ, ମାତ୍ର ଆଉ କେତେକ ଗୋରୁ ଭୋକରେ ଘୂରି ବୁଲୁଥିବାରୁ ସେମାନଙ୍କ ବିକଳ ସହିପାରିଲୁନାହିଁ। ସେଥିପାଇଁ ଆମ ଗାଁର ଆନନ୍ଦଚନ୍ଦ୍ର ସାମନ୍ତରାୟ, ଅଜୟ ସେଠୀ, ପ୍ରଭାତ ସେନାପତି, ଚିନ୍ମୟ ବରୀଶଲ, ସ୍ବର୍ଗତ ଲୋକନାଥ ପଟ୍ଟନାୟକ, ନରେନ୍ଦ୍ର ମଙ୍ଗରାଜ, ପ୍ରଶାନ୍ତ ସେନାପତି ପ୍ରମୁଖ ମିଶି ବୁଲା ଗୋରଙ୍କ ସୁରକ୍ଷା ପାଇଁ ଚିନ୍ତା କରିଥିଲୁ। ଗାଁରେ ଏକ ଅପନ୍ତା ଖାଲଜାଗାରେ ଗୁହାଳଟିଏ କରିଥିଲୁ । ଏଥିପାଇଁ ଘରେ ବାପା ଉଲାସଚନ୍ଦ୍ର ସାମନ୍ତରାୟ ଓ ମା’ ଶୈଳବାଳାଙ୍କ ପରାମର୍ଶ ନେବାରୁ ସେ ୮୦ହଜାର ଟଙ୍କା ଦେଇଥିଲେ। ଏହି ଗୋରୁଙ୍କ ସୁରକ୍ଷା ପାଇଁ ଖର୍ଚ୍ଚ କରିଥିଲୁ। ଖୋର୍ଦ୍ଧା ଜିଲାର ପୂର୍ବତନ ଜିଲାପାଳ ନିରଞ୍ଜନ ସାହୁଙ୍କ ପରାମର୍ଶ ଓ ଉତ୍ସାହ ଏପରି କାର୍ଯ୍ୟ ପ୍ରତି ପ୍ରେରଣା ଦେଇଥିଲା। ସ୍ବରାଜ ମିଶ୍ରଙ୍କ ପରାମର୍ଶ ମଧ୍ୟ ଉତ୍ସାହିତ କରିଛି। ୨୦୨୦ ମସିହା ସେପ୍ଟେମ୍ବର ୫ରୁ ଏହି ଗୋଶାଳାରେ ପ୍ରଥମେ ପ୍ରାୟ ୩୨ଟି ଗୋରୁଙ୍କ ସୁରକ୍ଷା କରାଯାଇଛି। ଦିନକୁ ଦିନ ଏଥିରେ ସଂଖ୍ୟା ବଢୁଥିବା ଜଣାପଡ଼ିଛିି। ସେମାନଙ୍କ ସୁରକ୍ଷା ଓ ସେବାଯତ୍ନ ଲାଗି ଦୁଇଜଣ ବ୍ୟକ୍ତିଙ୍କୁ ମାସିକ ପ୍ରାୟ ୧୫ହଜାର ଟଙ୍କା ଦେବାକୁ ପଡ଼ୁଛି। ଗୋରୁଙ୍କ ସେବା ଯତ୍ନରେ ଆବଶ୍ୟକ ପଡ଼ୁଥିବା ଅର୍ଥକୁ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କଠାରୁ ମିଳିପାରୁଛି। ଶିକ୍ଷାବିତ୍‌ ଅଜୟ ସେଠୀ କୁହନ୍ତି- ଅତୀତରେ ଗୋରୁପଲ ଗାଁ ସଂସ୍କୃତିର ଏକ ଅଙ୍ଗଥିଲା। ଏମାନଙ୍କ ପାଇଁ କେଉଁକାଳରୁ ଗୋଚର ଜାଗାର ସଂରକ୍ଷଣ ରହିଛି। ଗାଁ ନିକଟ ଜମିରେ ଗୋରୁପଲ ସ୍ଥିତିକୁ ଦେଖି ସେତେବେଳେ ସେହି ଗାଁର ଆର୍ଥକସ୍ଥିତିକୁ ବି ଆକଳନ କରାଯାଇଥିଲା। ଅବଶ୍ୟ ସେସବୁ ଆଜିକାଲି କମିକମି ଯାଉଛି ।
ମାତ୍ର ଆମ ଗାଁରେ ମହାତ୍ମା ଗାନ୍ଧୀ ଗୋଶଳା କେନ୍ଦ୍ର ଅନ୍ୟମାନଙ୍କ ପାଇଁ ଭିନ୍ନ ପରିଚୟ ଦେଇଛି। ଆନନ୍ଦ ସାମନ୍ତରାୟ କୁହନ୍ତି – ଗାଁ ଦାଣ୍ଡରେ ଆଉ ଧୂଳି ଉଡ଼ୁନାହିଁ କି ଶୁଭୁନାହିଁ ଗାଈଆଳ ପିଲାର ଡାକ ଗାଈଗଲେ ହୋ…କୁହାଟ ବା ଡାକ ସେଭଳି ଶୁଭୁନାହିଁ। ଆଜିକାଲି ଗାଁରୁ ଗୋରୁ ପଲ ସହ ଗୋଧୂଳି ବି ଏକ ପ୍ରକାର ନିରୁଦ୍ଦିଷ୍ଟ ହେଲାଣି। ଏମିତି କି ଗୋ ସମ୍ପଦ ଏବେ ସଙ୍କଟରେ ପଡ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏମିତି ପରିସ୍ଥିତରେ ଆମ ଗାଁର କେତେଜଣ ଗୋ ସେବକ ଏକ ଗୋଶାଳାରେ ଗୋରୁଙ୍କ ଯତ୍ନ ନେଉଛନ୍ତି ।
ପିପୁଲ୍‌ସ ଫର ଆନିମଲ ସର୍ଭେ- ପିପୁଲ୍‌ସ ଫର ଆନିମଲ ନାମକ ସଂସ୍ଥା ତରଫରୁ କିଛି ବର୍ଷତଳେ ଏକ ସର୍ବେକ୍ଷଣ ହୋଇଥିଲା। ଉକ୍ତ ସର୍ବେକ୍ଷଣ ଅନୁଯାୟୀ ଭଦ୍ରକରୁ କଲିକତାକୁ ୪୦ହଜାର, ଯାଜପୁରରୁ କଲିକତାକୁ ୨୦ହଜାର, କେନ୍ଦ୍ରାପଡ଼ାରୁ କଲିକତାକୁ ୨୪ହଜାର, ବଲାଙ୍ଗୀରରୁ କଲିକତାକୁ ଓ ବୌଦ୍ଧରୁ ଆନ୍ଧ୍ରପ୍ରଦେଶକୁ ୨୦ହଜାର, ଜଗତ୍‌ସିଂହ ପୁରରୁ କଲିକତାକୁ ୨୦ହଜାର, ବାଲେଶ୍ୱରରୁ କଲିକତାକୁ ୫୦ହଜାର ଗୋରୁ ଚାଲାଣ ହେଉଛି। ପିପୁଲ୍‌ସ ଫର ଆନିମଲ ସଂସ୍ଥାର ସମ୍ପାଦକ ଜୀବନ ଦାସ କୁହନ୍ତି, ପଶ୍ଚିମ ବଙ୍ଗର ଉଲବେରିଆରୁ ଅଧିକ ଗୋରୁ ଚାଲାଣ ହେଉଛି। ଏଥିରୁ ୭୫ପ୍ରତିଶତ ହେଉଛି ଓଡ଼ିଶାରୁ ଚାଲାଣ ହେଉଥିବା ଗୋରୁ। ଆମ ରାଜ୍ୟର ଖୋର୍ଦ୍ଧା ଜିଲାର ବେଗୁନିଆ, ଟାଙ୍ଗୀ, କୁହୁଡ଼ି, କୋରାପୁଟର -ସେମିଲିଗୁଡ଼ା, ଭଦ୍ରକର-ଚରମ୍ପା, ଗଞ୍ଜାମର-ଖଲ୍ଲିକୋଟ, ହିଞ୍ଜୁଳିକାଟୁ, କଟକର ଗଙ୍ଗାହାଟ, ଯାଜପୁରର ନାନପୁର, ପୁରୀ ଜିଲାର ଗୋପ, ନୟାଗଡ଼ ଜିଲାର ଖଣ୍ଡପଡ଼ା, ଭାପୁର, ଜଗତ୍‌ସିଂପୁର, ସମ୍ବଲପୁର, ବଲାଙ୍ଗୀର ଆଦି କେତେକ ସ୍ଥାନରୁ ସର୍ବାଧିକ ଗୋଚାଲଣ ହୋଇଥାଏ। ଏପରି କି ରାଜ୍ୟରୁ ମାସିକ ପ୍ରାୟ ୮୮ହଜାରରୁ ଅଧିକସଂଖ୍ୟକ ଗୋରୁ ଚାଲାଣ ହେଉଛି। ଗୋ-ସୁରକ୍ଷା ନେଇ ବିଭିନ୍ନ ସମୟରେ ବହୁ ଅଘଟଣ ଘଟୁଛି। ଗୋସମ୍ପଦ ସୁରକ୍ଷା ନେଇ ଜନସଚେତନତାର ଆବଶ୍ୟକତା ରହିଛି। ଏଥିପ୍ରତି ଆଇନର କଡ଼ା ପଦକ୍ଷେପ ଜରୁରୀ ହୋଇପଡ଼ିଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri