ଅଜଣା ରୋଗରେ ଗୋରୁ ଆକ୍ରାନ୍ତ, ଚିନ୍ତାରେ ଗୋପାଳକ

ନିଶ୍ଚିନ୍ତକୋଇଲି,୩।୪(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ବ୍ଲକରେ ଗୋରୁଙ୍କୁ ଅଜଣା ରୋଗ ପିଛା ଛାଡ଼ୁନାହିଁ। କେତେବେଳେ ଚର୍ମରୋଗ ତ କେତେବେଳେ ଫାଟୁଆ ବ୍ୟାପିବାରେ ଲାଗିଛି। ଏବେ ଋତୁ ପରିବର୍ତ୍ତନ ହୋଇଥିତ୍ବାବେଳେ ହଠାତ ଗୋରୁ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କୁ ଦୁର୍ଗନ୍ଧଯୁକ୍ତ ଝାଡ଼ା ହେଉଛି। ଏଥିଯୋଗୁ ଗୋରୁମାନେ ଦୁର୍ବଳ ହେବା ସହ କ୍ଷୀର କମାଇ ଦେଉଛନ୍ତି। ଏପରିକି ବାଛୁରୀମାନେ କ୍ରମାଗତ ଝାଡ଼ାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ୁଛନ୍ତି। କେତେକାଂଶରେ ମଳରେ ରକ୍ତ ପଡ଼ୁଥିବାରୁ ଗୋପାଳକମାନେ ଭୟଭୀତ ହୋଇପଡ଼ିଛନ୍ତି। ନିଶ୍ଚିନ୍ତକୋଇଲି ପ୍ରାଣୀ ଚିକିତ୍ସାଳୟ ଡାକ୍ତର ଓ ଗୋ ଚାଷୀଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହାର ସୁଯୋଗ ନେଇ କିଛି ସ୍ଥାନରେ ଗାଁର କ୍ୱାକ୍‌ମାନେ ମୋଟା ଅଙ୍କର ଅର୍ଥ ଶୋଷଣ କରି ଚିକିତ୍ସା କରୁଥିବା ବେଳେ ଆଉକିଛି ସ୍ଥାନରେ ଗୋଚାଷୀ ଜଡ଼ିବୁଟି ଦେଇ ଚିକିସତ୍ା କରୁଛନ୍ତି। ତେବେ ଉପଯୁକ୍ତ ଔଷଧ ମିଳୁ ନ ଥିବାରୁ ବହୁ ସ୍ଥାନରେ ଆକ୍ରାନ୍ତ ଗୋରୁଗୁଡ଼ିକ ମରଣ ସହ ସଂଗ୍ରାମ କରୁଛନ୍ତି।
ସୂଚନାଯୋଗ୍ୟ, ନିଶ୍ଚିନ୍ତକୋଇଲି ବ୍ଲକର ୪୧ ପଞ୍ଚାୟତରେ ମାତ୍ର ୧୨ ଜଣ ଏଲଆଇ କାର୍ଯ୍ୟ କରୁଥିଲାବେଳେ ଦୀର୍ଘ ଦୁଇମାସ ହେଲା ଏଠାରେ କୌଣସି ସ୍ଥାୟୀ ପ୍ରାଣୀ ଚିକିତ୍ସାଧିକାରୀ ନାହାନ୍ତି। ନିକଟରେ ନିଶ୍ଚିନ୍ତକୋଇଲି ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ତନ୍ମୟ କୁମାର ମହାନ୍ତି କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ମାତ୍ର ଜଣେ ଅତିରିକ୍ତ ମହିଳା ପ୍ରାଣୀ ଚିକିତ୍ସାଧିକାରୀ ୪୧ ପଞ୍ଚାୟତର ଦାୟିତ୍ୱରେ ଥିବା କାରଣରୁ ଗୋରୁଙ୍କୁ ଆବଶ୍ୟକ ଚିକିତ୍ସା ସେବା ମିଳିପାରୁନାହିଁ। ଅପରପକ୍ଷରେ ସାଲେପୁର ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ନିଶ୍ଚିନ୍ତକୋଇଲି ବ୍ଲକର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରୀ କାର୍ଯ୍ୟବ୍ୟସ୍ତ ହେତୁ ନିଶ୍ଚିନ୍ତକୋଇଲି ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦେଇପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ପ୍ରଶାସନ ତରଫରୁ ତୁରନ୍ତ ଏହି ବ୍ଲକକୁ ଆବଶ୍ୟକ କର୍ମଚାରୀ,ଡାକ୍ତର ଓ ଗୋରୁଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ଔଷଧ ସାମଗ୍ରୀ ଯୋଗାଇ ଦେବାକୁ ଗୋପାଳକମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଗୋ-ଚାଷୀ ବଲ୍ଲଭ ପଲେଇ କୁହନ୍ତି, ଏହି ରୋଗରେ ଆକ୍ରାନ୍ତ ଗୋରୁଙ୍କୁ ପ୍ରଥମେ ପତାଳା ଝାଡ଼ା ହେଉଛି ଓ ପରେ ରକ୍ତ ଝାଡ଼ା ହେବାରୁ ଗାଈ ଦୁର୍ବଳ ହୋଇ କ୍ଷୀର ଦେଉହାନ୍ତି। ବାଛୁରୀ ଗୁରୁତର ହୋଇଯାଉଛନ୍ତି। ସରକାରୀ ଡାକ୍ତରଖାନାରେ ଏଭଳି ସ୍ଥିତିରେ ଡାକ୍ତର ନାହାନ୍ତି କି ଔଷଧ ମିଳୁନାର୍ହି। ବେସରକାରୀ ଚିକିତ୍ସକଙ୍କ ସହାୟତାରେ ଗୋ- ଚିକିତ୍ସା କରି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି।
ଏ ସମ୍ପର୍କରେ ବିଭିଓଙ୍କ ଦାୟିତ୍ୱରେ ଥିବା ଅଧିକାରୀ ଦୀପକ ସେନାପତି କୁହନ୍ତି, ଏହା ଏକ ଖରାଦିନିଆ ଭୂତାଣୁଜନିତ ରୋଗ। ଏହି ରୋଗ ହେଲେ ଦୁଇ ଚାରିଦିନ ଭିତରେ ଭଲ ହୋଇଯାଏ। ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ପ୍ରତିଶେଧକ ନାହିଁ। ରୋଗର ଲକ୍ଷଣ ଆଧାରରେ ଔଷଧ ଦିଆଯାଏ। ଗୋ ଚାଷୀମାନେ ଡାକ୍ତରଖାନାକୁ ଆସି ମହଜୁଦ୍‌ ଥିବା ଔଷଧ ନେଇପାରିବେ। ଅପରପକ୍ଷେ ସେ ଦୁଇଟି ସ୍ଥାନର ଦାୟିତ୍ୱ ଥିବାରୁ ସବୁବେଳେ ନିଶ୍ଚିନ୍ତକୋଇଲିରେ ରହିପାରୁନାହାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri