IPS ସ୍ତରରେ ବଡ଼ ଅଦଳବଦଳ, ସୁଶାନ୍ତ ନାଥଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଭୁବନେଶ୍ୱର,୨।୫: ରାଜ୍ୟରେ IPS ସ୍ତରରେ ବଡ଼ ଅଦଳବଦଳ। ସୁଶାନ୍ତ କୁମାର ନାଥଙ୍କୁ ମିଳିଲା ବଡ଼ ଦାୟିତ୍ୱ। ନୂଆ ଜେଲ ଡିଜି ହେଲେ ସୁଶାନ୍ତ ନାଥ। କେନ୍ଦ୍ର ଡେପୁଟେଶନରୁ ଫେରିବା ପରେ ମିଳିଲା ନୂଆ ନିଯୁକ୍ତି। ୧୯୯୩ ବ୍ୟାଚର ବରିଷ୍ଠ ଭାରତୀୟ ପୋଲିସ…
ଗଜପତିରେ ପାସ୍ ହାର ୯୯.୩୫%: ରାଜ୍ୟରେ ସର୍ବାଧିକ, କେକ୍ କାଟି ଉତ୍ସବ ମନାଇଲେ ଜିଲା ଶିକ୍ଷାଧିକାରୀ
ପାରଳାଖେମୁଣ୍ଡି,୨।୫(ଗିରିଧାରୀ ପରିଚ୍ଛା): ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି। ରାଜ୍ୟରେ ପାସ ହାର ପ୍ରାୟ ୯୫ ପ୍ରତିଶତ ଥିବା ବେଳେ ଗଜପତି ଜିଲ୍ଲାରେ ସର୍ବାଧିକ ୯୯.୩୫ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯାହାକି ଚଳିତ ବର୍ଷ ଓଡିଶାରେ ସର୍ବାଧିକ…
POKରେ ହାଇ ଆଲର୍ଟ: ସ୍କାନରରେ ଓଡ଼ିଶାର ୭ଜିଲା, କିଛି ବି ହୋଇପାରେ…
ଭୁବନେଶ୍ୱର, ୨।୫: ଭାରତ-ପାକ ଯୁଦ୍ଧ ଆଶଙ୍କା ବୁଛି । ଯେକୌଣସି ପରିସ୍ଥିତିରେ କିଛି ବି ହୋଇପାରେ । ଏହାରି ଭିତରେ ଓ ୭ଟି ସମ୍ବେଦନଶୀଳ ଅଞ୍ଚଳକୁ ଚିହ୍ନଟ କରିଛି ଗୁଇନ୍ଦା ବିଭାଗ । ଶତ୍ରୁର ନଜର ଏସବୁ ଅଞ୍ଚଳ ଉପରେ ପଡିଥିବା…
ସୁରଟରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ,ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର
ପୋଲସରା,୨ା୫(ସୁବ୍ରତ ବେହେରା): ସୁରଟରେ ଗତ ୨୯ ତାରିଖରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମ କୁମ୍ଭାର ସାହିର କାହ୍ନୁ ବେହେରା (୪୨)। ସ୍ତ୍ରୀ, ଦୁଇଟି ଝିଅ ଏବଂ ଗୋଟିଏ…
ମାଟ୍ରିକ୍ ପରୀକ୍ଷାରେ ଚମକିଲେ ଝିଅ: ପାଟଣା ବ୍ଲକରେ ଏ-୧ ଗ୍ରେଡ୍ ରଖିଲେ ଅନନ୍ୟା-ସାଇସ୍ମିତା
ପାଟଣା,୨।୫(ବୀର କିଶୋର ଦାଶ): ବୋର୍ଡ ଅଫ ସେକେଣ୍ଡାରୀ କଟକ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲା ପାଟଣା ବ୍ଲକର୨ ଜଣ ଛାତ୍ରୀ ଏ -୧ରେ ପାସ ହୋଇଛନ୍ତି। ତୁରୁମୁଙ୍ଗା ଶିଶୁ ମନ୍ଦିର ଛାତ୍ରୀ ସାଇସ୍ମିତା…
ଗଜପତିରେ ପୁଣି ଲଜ୍ଜା: ଦଶମ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ, ଗିରଫ ଭୟରେ ଫେରାର
ଗଜପତି,୨।୫(ଗିରିଧାରୀ ପରିଛା): ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ। ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ବିରୋଧରେ ଥାନାରେ ରୁଜୁ ହୋଇଛି ମାମଲା। ପରିବାରଲୋକଙ୍କ ଅଭିଯୋଗ କ୍ରମେ ଗାରାବନ୍ଧ ଥାନାରେ ମାମଲା ରୁଜୁ କାଯାଇଛି। ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ ଜି…
ଲୋଡର ବକେୟା ପାଉଣା ଦାବି କଲେ ଆଦିବାସୀ
କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଗନ୍ଧମାର୍ଦ୍ଦନ ଲୋଡିଂ ଏବଂ କୋଅପରେଟିଭ ସୋସାଇଟି ଉପରେ ନିର୍ଭରଶୀଳ ଆଦିବାସୀମାନଙ୍କୁ ଅଣଦେଖା ଓ ହତାଦର କରାଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି। ଗନ୍ଧମାର୍ଦ୍ଦନ ଖଣି ପରିବେଷ୍ଟିତ କ୍ଷତିଗ୍ରସ୍ତ ଦଅଁଳା, ଶୁଆକାଠି,…
ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ
କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ କୋ-ଅପରେଟିଭ ସୋସାଇଟିରେ ଆର୍ଥିକ ଘୋଟାଲା ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ (ଅର୍ଥନୈତିକ ଶାଖା) ପକ୍ଷରୁ ଚାଲିଛି। ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ର ସମେତ ୪ଜଣଙ୍କୁ…
୧୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ: ଜାଣନ୍ତୁ କେବେ ମିଳିବ
ଭୁବନେଶ୍ୱର,୨।୫: ଚଳିତ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ମନ୍ତ୍ରୀସ୍ତରୀୟ ବୈଠକ ପରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସାଟେଲାଇଟ ସର୍ଭେ ଚାଲିଛି, ଫିଜିକାଲ ସର୍ଭେ ମଧ୍ୟ ହେବ। ଜଗତସିଂହପୁର,…
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ
ଭୁବନେଶ୍ୱର,୨।୫: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସେ ଆସନ୍ତା ୧୦ରେ ଦୁଇଦିନିଆ ଗସ୍ତରେ ଆସିବେ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଶାହା ୧୦ରେ ଭୁବନେଶ୍ୱରରେ ପହଞ୍ଚି ଜଟଣୀ…
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ଏମିତି କରନ୍ତୁ ଚେକ୍
କଟକ,୨ା୫: ଶୁକ୍ରବାର ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। କଟକସ୍ଥିତ ବିଏସ୍ଇ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ରେଜଲ୍ଟ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଚଳିତବର୍ଷ ପାସ୍ ହାର ରହିଛି ୯୪.୯୩%। …
ସାଇକେଲ-ବାଇକ୍ ମୁହାଁମୁହିଁ, ୨ ଗୁରୁତର, ଚିକିତ୍ସା ବ୍ୟବସ୍ଥା କରାଇଲେ ବିଧାୟକ
ଭଞ୍ଜନଗର,୨ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର କୋଟିବିରାଡ଼ି ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ବାଇକ୍ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ କୋଟିବିରାଡ଼ିର ଉଦୟ ନାୟକ ଓ ବାଲିସାହିର…
Archives


