ବଦଳିଲା ସାବିତ୍ରୀ ଅମାବାସ୍ୟା ଛୁଟି: ୨୭ ପରିବର୍ତ୍ତେ ୨୬ରେ ସରକାରୀ ଅଫିସ୍ ବନ୍ଦ
ଭୁବନେଶ୍ୱର,୨୩।୫: ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ୨୭ ପରିବର୍ତ୍ତେ ମେ ୨୬ରେ କରିବା ପାଇଁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସାବିତ୍ରୀ…
ଭିଜିଲାନ୍ସ ଜାଲରେ R&B ଡିଭିଜନ୍ JE: ଆୟ ବହିର୍ଭୂତସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ରେଡ୍
ନୂଆପଡ଼ା, ୨୩।୫(ମକାରୁ ବେମାଲୁ): ଭିଜିଲାନ୍ସ ଶୁକ୍ରବାର ନୂଆପଡ଼ା ଆର ଆଣ୍ଡ ବି ଡିଭିଜନ ଅଧୀନରେ ଖରିଆରରେ କାର୍ଯ୍ୟରତ ଜୁନିଅର ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ ଅଭିଯୋଗରେ ତଦନ୍ତ ଆରମ୍ଭ କରିଛି। ଭୁବନେଶ୍ୱର, ପିପିଲି…
ମାଲ୍ଖାନାରୁ କଫ୍ ସିରପ ଚୋରି କରି ASI ନିଲମ୍ବିତ
ସମ୍ବଲପୁର,୨୩ା୫: ମାଲ୍ଖାନାରୁ କଫ୍ ସିରପ୍ ଚୋରି କରି ଜଣେ ASI ନିଲମ୍ବିତ ହୋଇଛନ୍ତି। ତେବେ ଟାଉନ ଥାନାରେ କାର୍ଯ୍ୟରତ ଏଏସ୍ଆଇ ବିଦ୍ୟୁତ୍ ପଣ୍ଡାଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଏସ୍ପି। ସେ ମାଲଖାନାରୁ ଜବତ ୨ ପେଟି କଫ୍ ସିରପ ଚୋରି କରିଥିଲେ।…
ଡିଜିଟାଲ ଲାଇବ୍ରେରୀ ସ୍ଥାପନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କଠାରେ ଦାବି ଜଣାଇଲେ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ
ଦେବଗଡ଼,୨୩ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳରେ ଏକ ଡିଜିଟାଲ ଲାଇବ୍ରେରୀ ସ୍ଥାପନ ପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର ନିମନ୍ତେ ଦେବଗଡ଼ ପୌରପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଦାବି ଜଣାଇଛନ୍ତି। ଭାରପ୍ରାପ୍ତ…
ରେଙ୍ଗାଲି ଜଳଭଣ୍ଡାରରେ ବୁଡ଼ି ଦୁଇ ପୁଅଙ୍କ ସହ ଚାଲିଗଲା ମା’ଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲେ ବାପା
ଦେବଗଡ଼,୨୩ା୫(ଶଶାଙ୍କ ଶେଖର ଝାଙ୍କର): ରେଙ୍ଗାଲି ଜଳ ଭଣ୍ଡାରରେ ଅଘଟଣ। ଦେଶୀ ଡଙ୍ଗା ଓଲଟି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ବିଳମ୍ବିତ ରାତିରେ ମାଛ ମାରିବାକୁ ଯାଇଥିବା ବେଳେ ହଠାତ ଝଟ୍କା ପବନ ହେବାରୁ ଦେଶୀ ଡଙ୍ଗା ଓଲଟି ପଡ଼ିଥିଲା।…
ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଦେବେ ପ୍ରଥମ ବର୍ଷର କାର୍ଯ୍ୟଦକ୍ଷତା ରିପୋର୍ଟ
ଭୁବନେଶ୍ୱର, ୨୩।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାରଠାରୁ ନୂଆଦିଲ୍ଲୀରେ ଚାରିଦିନିଆ ଗସ୍ତ ଆରମ୍ଭ କରିବେ। ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କ ସରକାରର ପ୍ରଥମ ବର୍ଷର କାର୍ଯ୍ୟଦକ୍ଷତା ରିପୋର୍ଟ ଉପସ୍ଥାପନ କରିବେ ଏବଂ ଭବିଷ୍ୟତ…
ମୁଖ୍ୟ ପ୍ରବେଶପଥ ଜଗିଛି ପ୍ରଶାସନ, ହେଲେ ଗଳାବାଟ ଦେଇ ପଶୁଛି ଛତିଶଗଡ଼ ଧାନ
ବରଗଡ,୨୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ୭ଦିନ ବିତିଛି। ଜିଲାରେ ଚାଷୀଙ୍କ ଅମଳ ଧାନ ବିକ୍ରି ସରି ନାହିଁ। ଜିଲାର ଧାନ ବିକ୍ରି ସରିବାକୁ ଆହୁରି ପ୍ରାୟ ୨ମାସ ଲାଗିଯିବ। ଅନ୍ୟପଟେ…
ଆସୁଛି ବଡ଼ ବର୍ଷା: ଜୁନ ପହିଲାରେ ଖୋଲିବ ହୀରାକୁଦ ଡ୍ୟାମ୍, ଆଲର୍ଟରେ ୧୫ ଜିଲା
ସମ୍ବଲପୁର, ୨୩।୫: ସମ୍ଭାବ୍ୟ ଆଗକୁ ଆସୁଥିବା ବଡ ବର୍ଷା ମଧ୍ୟରେ ହୀରାକୁଦ ଜଳଭଣ୍ଡାରରୁ ଜୁନ ୧ ତାରିଖରୁ ଯେ କୌଣସି ସମୟରେ ବନ୍ୟା ଜଳ ନିଷ୍କାସନ କରାଯାଇପାରେ। ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଏକ ଚେତାବନୀ ଜାରି କରିଛନ୍ତି, ଯେଉଁଥିରେ…
ଓଲଟିଲା ବ୍ୟାଣ୍ଡପାର୍ଟି ଗାଡ଼ି: ଚାଲିଗଲା ୨ ଜଣଙ୍କ ଜୀବନ, ୮ ଗୁରୁତର
ସୋନପୁର,୨୩ା୫: ୫୭ ନମ୍ବର ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ଛକ ନିକଟରେ ବ୍ୟାଣ୍ଡ୍ପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିଯୋଗୁ ଗାଡ଼ି ଉପରେ ବସିଥିବା ବରଗଡ଼ ଜିଲାର ୨ ଦୁଲଦୁଲି ବାଦ୍ୟ କଳାକାରଙ୍କ ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ବୌଦ୍ଧ ଜିଲା ମନମୁଣ୍ଡାରେ କାର୍ଯ୍ୟକ୍ରମ…
ବଙ୍ଗୋପସାଗରରେ ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା, ଏସବୁ ଜିଲା ହେବ ସବୁଠାରୁ ଅଧିକ ପ୍ରଭାବିତ
ଭୁବନେଶ୍ୱର,୨୩।୫: ଦୀର୍ଘ ଦିନର ଗରମ ଓ ଗୁଳୁଗୁଳି ପରେ, ମେ ୨୭ ଓ ୨୮ ତାରିଖରେ ଓଡ଼ିଶାର ଅନେକ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁସାରେ, ବଙ୍ଗୋପସାଗରରେ ଏକ ନିମ୍ନଚାପ ରେଖା ପ୍ରଭାବରେ…
କୋଟିଆ ପାଇଁ ୧୬ ଜଣିଆ କମିଟି
ଭୁବନେଶ୍ୱର,୨୩ା୫(ସୁନିତ୍ ମିଶ୍ର): କୋଟିଆ ବିବାଦ ପ୍ରସଙ୍ଗକୁ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଏଥିରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅଧ୍ୟକ୍ଷ ଥିବାବେଳେ ମୋଟ ୧୬ ଜଣ କମିଟିରେ ରହିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…
ଓଡ଼ିଶା ହାଇକୋର୍ଟର ଅଭିନବ ରାୟ: ବ୍ୟାଙ୍କରେ ଠକେଇ କରିଥିବା ମହିଳାଙ୍କୁ ସେହି ବ୍ୟାଙ୍କରେ ସଫେଇ କାମ କରିବାକୁ ନିର୍ଦ୍ଦେଶ
କଟକ, ୨୨।୫: ଓଡ଼ିଶା ହାଇକୋର୍ଟ ଏକ ଅଭିନବ ରାୟ କରି ବ୍ୟାଙ୍କ ଠକେଇ ମାମଲାରେ ଅଭିଯୁକ୍ତ ମହିଳା ମନୋଜ୍ଞାନ ପଟ୍ଟନାୟକଙ୍କୁ ଏକ ଅସାଧାରଣ ସର୍ତ୍ତରେ ଜାମିନ ମଞ୍ଜୁର କରିଛନ୍ତି। ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କୁ ସମ୍ପୃକ୍ତ ବ୍ୟାଙ୍କରେ ପ୍ରତିଦିନ ସଫେଇ କାମ କରିବାକୁ…
Archives


