ରାଜ୍ୟ

ବଡ଼ଚଣାରେ ବାଜିମାରିଲା ବିଜେଡି

ଯାଜପୁର ଅଫିସ୍‌, ୨୩।୫- ବଡ଼ଚଣା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅମର ଶତପଥୀ ୧୩୯୧ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଅମର ନାୟକଙ୍କୁ ହରାଇଛନ୍ତି।

ଝରିଗାଁରେ ବିଜେଡିର ପ୍ରକାଶ ମାଝି ବିଜୟୀ

ନବରଙ୍ଗପୁର,୨୩ା୫(ବି.ପ୍ର.): ନବରଙ୍ଗପୁର ଜିଲା ଅଧୀନ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବାଜି ମାରିଛି। ବିଜେଡିର ପ୍ରକାଶ ଚନ୍ଦ୍ର ମାଝି ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଉଲଧର ମାଝିଙ୍କୁ ୩୧,୨୭୫ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ଗଣତିରେ ମୋଟ ୧,୭୪,୩୬୨ ଭୋଟ୍‌ରୁ କଂଗ୍ରେସର…

କବିସୂର୍ଯ୍ୟନଗରରେ ଲତିକା ଆଗୁଆ

ବେଗୁନିଆପଡ଼ା,୨୩।୫(ଡି.ଏନ୍‌.ଏ.)-ଦଶମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥନୀ ଲତିକା ପ୍ରଧାନ ୨୨,୫୬୯ ଭୋଟ ପାଇ ଆଗରେ ଥିବା ବେଳେ ଭାଜପା ପ୍ରାର୍ଥୀ ରଞ୍ଜନ ପଲାଇ ୧୨,୭୪୯ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି…

ଲୋଇସିଂହା ବିଧାନସଭାରେ ଭାଜପା ଆଗୁଆ

ଲୋଇସିଂହା,୨୩।୫: ଲୋଇସିଂହା ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ମୁକେଶ ମହାଲିଙ୍ଗ ଆଗରେ ଅଛନ୍ତି। ମୁକେଶ ୧୯୪୧୦ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପ୍ରଦୀପ କୁମାର ବେହେରା ୧୪୩୦୮ ଭୋଟ ପାଇଛନ୍ତି।

ଅତାବିରା ବିଧାନସଭାରେ ସ୍ନେହାଙ୍ଗିନୀ ଛୁରିଆ ଆଗୁଆ

ଅତାବିରା,୨୩।୫: ଅତାବିରା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଗରେ ଅଛନ୍ତି। ସ୍ନେହାଙ୍ଗିନୀ ୧୭୮୧୪ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ଭାଜପା ପ୍ରତିଦ୍ୱନ୍ଦ୍ୱୀ ୧୩୧୦୯ ଭୋଟ ପାଇଛନ୍ତି।

ରଘୁନାଥପାଲି ବିଧାନସଭାରେ ବିଜେଡି ଆଗୁଆ

ରାଉରକେଲା,୨୩।୫: ରଘୁନାଥପାଲି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କିଶୋର ତରାଇ ଆଗରେ ଅଛନ୍ତି। କିଶୋର ୧୧୪୬୨ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଜଗବନ୍ଧୁ ବେହେରା ୯୮୦୨ ଭୋଟ ପାଇଛନ୍ତି।

ଉମରକୋଟରେ ଭାଜପାର ନିତ୍ୟାନନ୍ଦ ଗଣ୍ଡ ବିଜୟୀ

ନବରଙ୍ଗପୁର, ୨୩।୫(ବି.ପ୍ର.)-ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ବିଜୟୀ ହୋଇଛି। ଭାଜପାର ନିତ୍ୟନନ୍ଦ ଗଣ୍ଡ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ସୁବାସ ଗଣ୍ଡଙ୍କୁ ୯,୭୬୩ ଭୋଟରେ ହରାଇଛନ୍ତି। ଗଣତିରେ ମୋଟ ୧,୫୨,୭୪୬ ଭୋଟିଂ ମଧ୍ୟରୁ ନିତ୍ୟାନନ୍ଦ ଗଣ୍ଡଙ୍କୁ ୫୯,୬୬୩, କଂଗ୍ରେସର ଯଶୋଦା ଗଣ୍ଡଙ୍କୁ…

ସାନଖେମୁଣ୍ଡିରେ ନନ୍ଦିନୀ ଦେବୀ ଆଗରେ

ବ୍ରହ୍ମପୁର ଅଫିସ,୨୩।୫- ସାନଖେମୁଣ୍ଡି ବିଧାନସଭା ର୍ନିବାଚନ ମଣ୍ଡଳୀରେ ବିଜେଡି ଆଗୁଆ ରହିଛି। ପଞ୍ଚମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ନନ୍ଦିନୀ ଦେବୀଙ୍କୁ ୧୦ହଜାର ୪୮୯ ଖଣ୍ଡ ଭୋଟ ମିଳିଛି। କଂଗ୍ରେସର ରମେଶ ଚନ୍ଦ୍ର ଜେନା ପ୍ରଥମ ତିନି ରାଉଣ୍ଡରେ ଆଗୁଆ ଥିଲେ।…

ଜି.ଉଦୟଗିରି, ବାଲିଗୁଡା, ଫୁଲବାଣୀରେ ବିଜେଡି ଆଗରେ

ଫୁଲବାଣୀ ଅଫିସ,୨୩।୫(ଡି.ଏନ୍‌.ଏ.)- ଜି.ଉଦୟଗିରି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଆଗୁଆ ଅଛନ୍ତି। ସାଲୁଗାଙ୍କୁ ୯୧୩୪ ଭୋଟ ମିଳିଥିବାବେଳେ ଭାଜପାର ଅର୍ଚ୍ଚନା ପ୍ରଧାନଙ୍କୁ ୬୩୨୨ ଭୋଟ ମିଳିଛି। ସେହିପରି ବାଲିଗୁଡାରେ ବିଜେଡି ପ୍ରାର୍ଥୀ ଚକ୍ରମଣୀ କହଁର ୧୨୯୪୩ ଭୋଟ ପାଇଥିବା…

ମୋହନାରେ ବିଜେଡି ପ୍ରାର୍ଥୀ ଆଗୁଆ

ମୋହନା,୨୩।୫(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀରେ ୮ମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ପୂର୍ଣ୍ଣବାସୀ ନାୟକ ୧୪,୬୨୭ ଭୋଟ ପାଇ ଆଗୁଆ ଅଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ୧୪,୦୦୬ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ…

ଆଗୁଆ ଅଛନ୍ତି ଉଷା ଦେବୀ

ବ୍ରହ୍ମପୁର ଅଫିସ,୨୩।୫- ଚିକିଟି ବିଧାନସଭା ର୍ନିବାଚନ ମଣ୍ଡଳୀର ଭୋଟ ଗଣତିକୁ ନେଇ ଉତ୍କଣ୍ଠା ବଢୁଛି। ବିଜେଡିର ଉଷା ଦେବୀ ଏବଂ ଭାଜପାର ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ ମଧ୍ୟରେ କଡା ମୁକାବିଲା ଚାଲିଛି। ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ଉଷା ଦେବୀ ୧୪ହଜାର…

ବରଗଡ଼ ଲୋକ ସଭା: ସୁରେଶ-ପ୍ରସନ୍ନଙ୍କ ମଧ୍ୟରେ କଡ଼ା ଟକ୍କର

ବରଗଡ଼ ଅଫିସ,୨୩।୫: ବରଗଡ଼ ଲୋକ ସଭା ଆସନରେ ଭାଜପାର ସୁରେଶ ପୂଜାରୀ ଓ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ୧୫ଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସୁରେଶ ୨୬୦୫୮ ଭୋଟ ପାଇଥିବାବେଳେ ୨୫୭୨୪ ଭୋଟ ପାଇଛନ୍ତି।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?