ଆଜି ୭ ଜିଲାକୁ କାଳବୈଶାଖୀ: ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର
ଭୁବନେଶ୍ୱର,୨୪।୫(ବ୍ୟୁରୋ)-ଅସହ୍ୟ ତାତିରୁ ମୁକ୍ତି ପାଇଛନ୍ତି ରାଜ୍ୟବାସୀ। ଗତ କିଛିଦିନ ହେବ ରାଜ୍ୟରେ ପ୍ରବଳ ଗରମ ଯୋଗୁ ଲୋକେ ଛଟପଟ ହେଉଥିଲେ। କିନ୍ତୁ ଗୁରୁବାର ପାଗରେ ପରିବର୍ତ୍ତନ ହୋଇଛି। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସହରରେ ବର୍ଷା ହୋଇଥିଲା। କୋହଲା ପାଗକୁ ବର୍ଷା…
ହିଞ୍ଜିଳିରେ ନବୀନଙ୍କ ଦମ୍ଦାର ବିଜୟ
ହିଞ୍ଜିଳିକାଟୁ,୨୩।୫(ଡି.ଏନ୍.ଏ.): ୨୦୧୯ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଲଗାତାର ପଞ୍ଚମ ଥର ପାଇଁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ବିଧାନସଭାରୁ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ଠାରୁ…
ମୋହନାରେ ଜିତିଲା କଂଗ୍ରେସ
ମୋହନା,୨୪।୫(ଡି.ଏନ୍.ଏ.)- ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ୫୩,୭୦୫ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥିନୀ ପୂର୍ଣ୍ଣବାସୀ ନାୟକ ୫୧,୩୫୧ ଭୋଟ ପାଇଛନ୍ତି। ସେହିପରି ତୃତୀୟ ସ୍ଥାନରେ ଭାଜପା ପ୍ରାର୍ଥୀ…
ରାଜନଗରରେ ବିଜେଡିର ବାଜିମାତ, ଧ୍ରୁବ ବିଜୟୀ
ରାଜନଗର, ୨୩।୫(ଡି.ଏନ୍.ଏ.)- ରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଧ୍ରୁବ ଚରଣ ସାହୁ କଂଗ୍ରେସର ଅଂଶୁମାନ ମହାନ୍ତିଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଧ୍ରୁବ ପ୍ରାୟ ୧୬,୭୨୫ ଭୋଟରେ ଜିତିଥିବା ଜଣାପଡ଼ିଛି।
ପଟ୍ଟାଙ୍ଗୀରେ ପୁଣି ବାଜି ମାରିଲା ବିଜେଡି
କୋରାପୁଟ, ୨୩।୫(ସ୍ବ.ପ୍ର.)- କୋରାପୁଟ ଜିଲା ଅଧୀନ ପଟ୍ଟାଙ୍ଗୀ ବିଧାନସଭା ଆସନକୁ ପୁଣିଥରେ ହାତେଇଛି ବିଜେଡି। ଏହି ଆସନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରିତମ ପାଢୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ରାମଚନ୍ଦ୍ର କାଡାମ୍ଙ୍କୁ ୪,୧୯୯ ଭୋଟରେ ହରାଇ ବିଜୟ ମୁକୁଟ ପିନ୍ଧିଛନ୍ତି।…
କୋରାପୁଟରେ ବାଜି ମାରିଲେ ବିଜେଡିର ରଘୁରାମ ପଡାଲ
କୋରାପୁଟ, ୨୩।୫(ସ୍ବ.ପ୍ର.)-କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ବାଜି ମାରିଛି ବିଜେଡି। କଂଗ୍ରେସର କୃଷ୍ଣ କୁଲ୍ଦୀପଙ୍କୁ ୬,୨୨୪ ଭୋଟରେ ହରାଇ ବିଜେଡିର ରଘୁରାମ ପଡାଲ ବିଜୟୀ ହୋଇଛନ୍ତି। ରଘୁରାମ ପଡାଲ ୪୭,୯୧୪ ଭୋଟ ପାଇଥିବାବେଳେ କୃଷ୍ଣ କୁଲଦୀପ ୪୧,୬୯୦ ଭୋଟ ପାଇଛନ୍ତି। ସେହିପରି ଭାଜପାର…
ଡାବୁଗାଁରେ ବିଜେଡିର ମନୋହର ରନ୍ଧାରୀ ବିଜୟୀ
ନବରଙ୍ଗପୁର, ୨୩।୫(ବି.ପ୍ର.)-ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଜୟୀ ହୋଇଛି। ବିଜେଡିର ମନୋହର ରନ୍ଧାରୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଭୁଜବଳ ମାଝିଙ୍କଠାରୁ ୭,୩୯୨ ଭୋଟରେ ଜିତିଛନ୍ତି।ମନୋହର ରନ୍ଧାରୀଙ୍କୁ ୭୩,୨୦୦ ଓ ଭୁଜବଳ ମାଝିଙ୍କ ୬୫,୮୦୮ ଖଣ୍ଡ ଭୋଟ ମିଳିଛି।
ନୟାଗଡ଼ର ୪ ବିଧାନସଭାରେ ବିଜେଡି ଆଗୁଆ
ନୟାଗଡ ଅଫିସ,୨୩ା୫- ନୟାଗଡ଼ ଜିଲାର ୪ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀମାନେ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ଅଛନ୍ତି। ୧୦ ରାଉଣ୍ଡ ଗଣତି ପରେ ନୟାଗଡ଼ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅରୁଣ କୁମାର ସାହୁ ୫୬୯୯ ଭୋଟରେ ଆଗୁଆ ଅଛନ୍ତି। ସେହିପରି ରଣପୁର ନିର୍ବାଚନମଣ୍ଡଳୀର…
ଝାରସୁଗୁଡ଼ାରେ ନବ, ବ୍ରଜରାଜନଗରରେ କିଶୋର ଆଗୁଆ
ଲଖନପୁର,୨୩।୫: ୧୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନବ ଦାସ ଆଗରେ ଅଛନ୍ତି। ନବ ୪୧୫୨୫ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଦୀନେଶ ଜୈନ ୨୪୩୫୮ ଭୋଟ ପାଇଛନ୍ତି। ସେହିପରି ବ୍ରଜରାଜନଗର…
ବିପୁଳ ବିଜୟ ପଥରେ ବିଜେଡି : ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ବର୍ତ୍ତମାନ ଟ୍ରେଣ୍ଡ୍ ଅନୁଯାୟୀ, ଭାଜପା ଓ କଂଗ୍ରେସକୁ ବହୁ ପଛରେ ପକାଇ ବିଜେଡି ଆଗରେ ରହିଛି। ଟ୍ରେଣ୍ଡରୁ ଯାହା ଜଣାପଡୁଛି, ୫ମ ଥର…
ନୂଆପଡ଼ାରେ ଢୋଲକିଆ, ଖଡ଼ିଆଳରେ ଅଧିରାଜ ଆଗୁଆ
ନୂଆପଡ଼ା ଅଫିସ,୨୩।୫: ୧୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନୂଆପଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଆଗରେ ଅଛନ୍ତି। ଢୋଲକିଆ ୨୬୪୮୮ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଘାସିରାମ ମାଝି ୧୯୦୬୦ ଭୋଟ ପାଇଛନ୍ତି। ସେହିପରି…
କଣ୍ଟାମାଳରେ ଭାଜପା, ବୌଦ୍ଧରେ ବିଜେଡି ଆଗୁଆ
ବୌଦ୍ଧ,୨୩।୫: ୧୦ ରାଉଣ୍ଡ ଗଣତି ସୁଦ୍ଧା କଣ୍ଟାମାଳ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଚରଣ ଡାଙ୍ଗ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ମହୀଧର ରଣାଙ୍କଠାରୁ ୫୩୨୦ ଭୋଟରେ ଆଗୁଆ ରହିଛନ୍ତି। ସେହିପରି ୧୧ ରାଉଣ୍ଡ ଗଣତି ସୁଦ୍ଧା ବୌଦ୍ଧ ବିଧାନସଭା ଆସନରୁ…

