ଗ୍ରୀଷ୍ମ ବଳୟରେ ସାରା ଓଡ଼ିଶା
ଭୁବନେଶ୍ୱର, ୨୬ା୫(ବ୍ୟୁରୋ): ପ୍ରଚଣ୍ଡ ତାତି। ଆକାଶରୁ ସତେ ଯେମିତି ଅଗ୍ନି ବର୍ଷୁଛି। ଗ୍ରୀଷ୍ମ ବଳୟ ସାରା ଓଡ଼ିଶାକୁ ଘେରିରହିଛି। ପାରଦ ୪୬ ଡିଗ୍ରୀ ଉପରକୁ ଟପି ଯାଇଛି। ଆସନ୍ତା ୩୧ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ପଶ୍ଚିମ ଓ…
ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲାନି ଏକାଦଶ: ହାଇକୋର୍ଟ ଯିବାକୁ ଅଭିଭାବକଙ୍କ ଚେତାବନୀ
ନୟାଗଡ଼ ଅଫିସ,୨୬।୫-ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ବର୍ଷ ଏକାଦଶ ଶ୍ରେଣୀ ନ ଖୋଲିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଅଭିଭାବକ ସଂଘ ଏ ନେଇ ହାଇକୋର୍ଟ ଯିବେ ବୋଲି ଏକ ବୈଠକ କରି ନିଷ୍ପତ୍ତି ନେଇଛନ୍ତି। ଜିଲାରେ ସିବିଏସଇ ସିଲାବସ୍ ଅନୁଯାୟୀ…
କଣ୍ଟିଲୋ: ପରିବେଶକୁ ଅଧିକ ଉତ୍ତପ୍ତ କରୁଛି ଇଟାଭାଟି, ଜନଜୀବନ ଅସ୍ତବ୍ୟସ୍ତ
ଖଣ୍ଡପଡ଼ା,୨୬ା୫(ସ୍ବ.ପ୍ର.)-ସମ୍ପ୍ରତି ଟାଣ ଖରା ସମୟରେ ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ ଅଞ୍ଚଳରେ ଇଟାଭାଟି ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଭାଟିରୁ ନିର୍ଗତ ଧୂଆଁ ପରିବେଶକୁ ଅଧିକ ଉତ୍ତପ୍ତ କରୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନିର୍ମାଣ…
ବାଉଁଶ ଉପକରଣର ସ୍ଥାନ ନେଉଛି ପ୍ଲାଷ୍ଟିକ୍: ବୃତ୍ତି ହରାଇବେ ବାଉଁଶ କାରିଗର
ଗଣିଆ,୨୬ା୫(ଡି.ଏନ.ଏ.)- ପରିବର୍ତ୍ତନ ସହ ତାଳଦେଇ ଉଭୟ ଗ୍ରାମ ଓ ସହରାଞ୍ଚଳରେ ଦିନକୁ ଦିନ ବାଉଁଶ ତିଆରି ଉପକରଣର ଚାହିଦା କମିବାରେ ଲାଗିଛି। ବଜାରରେ ବାଉଁଶ ଉପକରଣ ବଦଳରେ ଆଲୁମିନିୟମ, ଷ୍ଟିଲ, ପ୍ଲାଷ୍ଟିକ ଓ ପଲିଥିନ୍ ତିଆରି ସାମଗ୍ରୀ ସ୍ଥାନ ନେଉଥିବା ଦେଖାଯାଉଛି।…
ଦୁଗ୍ଧ ଲିଟର ପିଛା ୩୦ଟଙ୍କା ଦାବି କଲା ଦୁଗ୍ଧ ଚାଷୀ ମହାସଂଘ
ଭୁବନେଶ୍ୱର,୨୬।୫(ବ୍ୟୁରୋ)- ଚାଷୀଙ୍କୁ ଦୁଗ୍ଧ ଲିଟର ପିଛା ୩୦ଟଙ୍କା ଦେବାକୁ ଦାବି କରିଛି ଦୁଗ୍ଧ ଚାଷୀ ମହାସଂଘ। ଗତ ୪ ଦିନ ତଳେ ଅମୁଲ୍ କମ୍ପାନୀ ଲିଟର ପିଛା ୨ଟଙ୍କା ବୃଦ୍ଧି କରିଥିବା ବେଳେ ଶନିବାରଠାରୁ ମଦର୍ସ ଡାଏରୀ ଦୁଗ୍ଧ ଲିଟର ପିଛା…
ସ୍ବାସ୍ଥ୍ୟ ବିଭାଗର କ୍ଷୟକ୍ଷତି ଆକଳନ କରିବେ ଅନ୍ତର୍ଜାତୀୟ ପ୍ରତିନିଧି ଦଳ: ଜୁନ୍ ୩ରେ ରିପୋର୍ଟ ପ୍ରଦାନ
ଭୁବନେଶ୍ୱର,୨୬।୫(ବ୍ୟୁରୋ)- ଫନୀ କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ଓଡ଼ିଶା ଗସ୍ତରେ ଆସିଥିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ, ବିଶ୍ୱବ୍ୟାଙ୍କ ଏବଂ ୟୁନିସେଫ୍ ପ୍ରତିନିଧି ଦଳ ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ…
ଇଏମ୍ସିଏଲ୍+ ସ୍କଲାରଶିପ୍ ପାଇଲେ ଓଡ଼ିଶା ଛାତ୍ରୀ ସ୍ବସ୍ତିକା
ଭୁବନେଶ୍ୱର,୨୬।୫(ବ୍ୟୁରୋ)- ୟୁନିଭର୍ସିଟି ଅଫ୍ ଗ୍ରନିଙ୍ଗ୍ଜେନ୍ ତରଫରୁ ପ୍ରଦାନ କରାଯାଉଥିବା ୟୁରୋପିଆନ୍ ମାଷ୍ଟର୍ସ ଇନ୍ କ୍ଲିନିକାଲ୍ ଲିଙ୍ଗୁଇଷ୍ଟିକ୍(ଇଏମ୍ସିଏଲ୍+) ପ୍ରୋଗ୍ରାମ ସ୍କଲାରଶିପ୍ ପାଇବାକୁ ମନୋନୀତ ହୋଇଛନ୍ତି ଓଡ଼ିଶାର ସ୍ବସ୍ତିକା ଭଟ୍ଟାଚାର୍ଯ୍ୟ। କ୍ଲିନିକାଲ ଲିଙ୍ଗୁଇଷ୍ଟିକ୍ କ୍ଷେତ୍ରରେ ଦିଆଯାଉଥିବା ଏହି ଦୁଇବର୍ଷିଆ ଇଣ୍ଟରନ୍ୟାଶନାଲ ରିସର୍ଚ୍ଚ ସ୍କଲାରଶିପ୍ ପାଇବା…
ଆକାଶରେ ଯାତ୍ରୀ ଅସୁସ୍ଥ: ଭୁବନେଶ୍ୱରରେ ବିମାନର ଜରୁରୀ ଅବତରଣ, ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ
ଭୁବନେଶ୍ୱର,୨୬।୫(ବ୍ୟୁରୋ)- ଏମିତି ବି ଆସିପାରେ ମୃତ୍ୟୁ। ଘରକୁ ଫେରିବା ସମୟରେ ଆକାଶରେ ଅସୁସ୍ଥତା ଓ ପରେ ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଶନିବାର ଭୁବନେଶ୍ୱରରେ। ଚେନ୍ନାଇରୁ କୋଲକାତା ଯାତ୍ରା କରୁଥିବା ବେଳେ ବାଂଲାଦେଶର ନୁର୍ ଶେଖ୍ଙ୍କ ମୃତ୍ୟୁ ଘଟିଛି।…
ଜୁନ୍ ୧ରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁର ଉଡ଼ିବ ବିମାନ
ଭୁବନେଶ୍ୱର,୨୫।୫(ବ୍ୟୁରୋ)- ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଭୁବନେଶ୍ୱର ଓ ଛତିଶଗଡ଼ ରାଜଧାନୀ ରାୟପୁରକୁ ବିମାନ ଉଡ଼ିବ। ଆସନ୍ତା ଜୁନ୍ ୧ରୁ ଏହି ସେବା ଆରମ୍ଭ ହେବ। ଆଲିଏନ୍ସ ଏୟାର ଏହି ସେବା ପ୍ରଦାନ କରିବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ…
ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ପାଇବେ କଳ୍ପନା
ଭୁବନେଶ୍ୱର,୨୫।୫(ବ୍ୟୁରୋ): ଦ୍ୱିତୀୟ ଥର ପାଇଁ ଏଭେରେଷ୍ଟ ଶୃଙ୍ଗ ଆରୋହଣ କରି ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ଜୀବନ ହାରିଛନ୍ତି ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସ। ରାଜ୍ୟର ପ୍ରଥମ ମହିଳା ଭାବେ ୨୦୦୮ରେ ସଫଳତାର ସହ ଏଭେରେଷ୍ଟ ଆରୋହଣ କରିଥିବା କଳ୍ପନା ଏଭେରେଷ୍ଟର ବାଲ୍କୋନୀ…
ରାସ୍ତାରେ ଛିଡ଼ା ହୋଇଥିବା ଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍: ୨ ମୃତ, ୧ ଗୁରୁତର
ଭୁବନେଶ୍ୱର,୨୫।୫(ବ୍ୟୁରୋ): ନୟାପଲ୍ଲୀ ଥାନା ଫାୟାର ଷ୍ଟେଶନ ଛକରେ ଶନିବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ ରାସ୍ତାରେ ଛିଡ଼ା ହୋଇଯାଇଥିବା ତିନିଜଣ ଯାତ୍ରୀଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ କ୍ୟାପିଟାଲ…
ଆସନ୍ତା ୩୧ ପର୍ଯ୍ୟନ୍ତ କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନ୍ ବାତିଲ
କେନ୍ଦୁଝର,୨୫।୫(ସ୍ବ.ପ୍ର.): ରେଳପଥ ଦୋହରିକରଣ ଲାଗି କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନ୍କୁ ଶନିବାରଠାରୁ ବାତିଲ କରାଯାଇଛି। ଏଥିସହ ଭୁବନେଶ୍ୱରରୁ କେନ୍ଦୁଝର ଫାଷ୍ଟ ପାସେଞ୍ଜର ଟ୍ରେନ୍ ମଧ୍ୟ ବାତିଲ ହୋଇଥିବା ଜଣାପଡ଼ିଛି। ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ ବୋଲି ପୂର୍ବତଟ…
Archives


