ରାଜ୍ୟ

ଯାଜପୁର ସଂସଦୀୟ କ୍ଷେତ୍ର: ୯ ବୁଥ୍‌ରେ ହେଉଛି ସାନି ମତଦାନ, ଭୋଟକେନ୍ଦ୍ରରେ ମତଦାତାଙ୍କ ଭିଡ଼

ଯାଜପୁର ଅଫିସ,୧୯।୫-ଯାଜପୁର ସଂସଦୀୟ କ୍ଷେତ୍ରର ୯ ଟି ବୁଥ୍‌ରେ ରବିବାର ସାନି ମତଦାନ ଚାଲିଛି। ଏଥିରେ ମୋଟ ୯୯୩୧ ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ବିଞ୍ଝାରପୁର ବିଧାନସଭା ଆସନର ୧୩୫ ଓ ୧୯୧ ନଂ ବୁଥ୍‌, ବରୀର ୮୨, ୧୫୮,…

ବାତ୍ୟାରେ ଭାଙ୍ଗିଛି ଶହ ଶହ ନଡ଼ିଆ ଗଛ: ଶ୍ରୀମନ୍ଦିର ଲାଗି ଅଭାବ ପଡ଼ିପାରେ ପଇଡ଼

ପୁରୀ ଅଫିସ, ୧୯ା୫: ବାତ୍ୟାରେ ପୁରୀ ଜିଲାରେ ଲକ୍ଷାଧିକ ନଡ଼ିଆ ଗଛ ଭାଙ୍ଗିପଡ଼ିଛି। ଫଳରେ ଆଗାମୀ ଦିନରେ ନଡ଼ିଆ ଓ ପଇଡ଼ ଅଭାବ ପଡ଼ିପାରେ। ଶ୍ରୀମନ୍ଦିରରେ ଦୈନିକ ନୀତି ଲାଗି ଫୁଲ ଓ ତୁଳସୀ ପତ୍ର ପରେ ଏବେ ପଇଡ଼ ଅଭାବ…

ପୁରୀ ଜିଲାର ୩ ବୁଥ୍‌ରେ ଆଜି ସାନି ମତଦାନ

ପୁରୀ ଅଫିସ,୧୯ା୫: ପୁରୀ ଜିଲାର ୩ଟି ବୁଥ୍‌ରେ ରବିବାର ସାନି ମତଦାନ ଅନୁଷ୍ଠିତ ହେବ। ଏହି ବୁଥ୍‌ଗୁଡ଼ିକ ହେଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ୨୨୨ନଂ. କମାଶାସନ ପ୍ରୋଜେକ୍ଟ ୟୁପି ସ୍କୁଲ, କମାଶାସନ, ୬୨ନଂ. ଗାଦିବ୍ରହ୍ମ ପ୍ରାଇମେରୀ ସ୍କୁଲ, ବାଘମୁଣ୍ଡା ଏବଂ ସତ୍ୟବାଦୀ ନିର୍ବାଚନମଣ୍ଡଳୀ…

ଚକାଫାଟିବାରୁ ଦୁର୍ଘଟଣା: ଡିଭାଇଡର ଡେଇଁ ଅନ୍ୟ କାର ସହ ପିଟିହେଲା ଓ୍ବାଗ୍‌ନର, ୩ ଗୁରୁତର

ଭୁବନେଶ୍ୱର,୧୯।୫(ବ୍ୟୁରୋ)- ଶହୀଦନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟବିହାର ଓଭରବ୍ରିଜ୍‌ ଉପରେ ଶନିବାର ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଚକା ଫାଟିଯିବାରୁ ଏକ ଓ୍ବାଗନର କାର (ଓଆର୦୨ବିଭି୯୦୦୮) ଭାରସ୍ୟାମ ହରାଇ ଡିଭାଇଡର ଡେଇଁ ଅନ୍ୟ ଏକ ଜୁପିଟର କାର (ଓଆର୦୨ବିଏ୬୩୯୯)କୁ…

ଓଜେଇଇ ଦେଲେ ୩୦ହଜାର ଛାତ୍ରୀଛାତ୍ର

ଭୁବନେଶ୍ୱର, ୧ ୯।୫(ବ୍ୟୁରୋ)- ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ୨୦ ସହରର ୫୩ଟି କେନ୍ଦ୍ରରେ ପ୍ରାୟ ୩୦ହଜାର ଛାତ୍ରୀଛାତ୍ର ଅଫ୍‌ଲାଇନ୍‌ରେ ଏହି ପରୀକ୍ଷା ଦେଇଛନ୍ତି। ଦୁଇଟି ସିଟିଂରେ ପରୀକ୍ଷା ହୋଇଥିଲା। ପ୍ରଥମ ସିଟିଂ ସକାଳ ୯ଟାରୁ…

ରାଜଧାନୀ ଓଭରବ୍ରିଜ୍‌ରେ ମାତିଲେ ଲୁଟେରା: ଅଧଘଣ୍ଟାରେ ସିରିଜ୍‌ ଲୁଟ୍‌; ଚେନ୍‌, ଭ୍ୟାନିଟି ଝାମ୍ପିନେଲେ;ଦୁଇ ମହିଳାଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ୱର, ୧୯।୫(ବ୍ୟୁରୋ)- ରାଜଧାନୀରେ ପୁଣି ସକ୍ରିୟ ହୋଇଉଠିଛି ଲୁଟେରା ଗ୍ୟାଙ୍ଗ୍‌। ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ ହୋଇଥିବା ସିରିଜ ଲୁଟ୍‌ ମାମଲାରେ ପୋଲିସ ଏଯାଏ ଲୁଟେରାଙ୍କୁ ଠାବ କରିପାରି ନ ଥିବାବେଳେ ଶନିବାର ଅଧଘଣ୍ଟା ଭିତରେ ଜାତୀୟ ରାଜପଥରେ ଏକାଧିକ ଲୁଟ୍‌ ହୋଇଛି। ରସୁଲଗଡ ଓ…

ପୁନରୁଦ୍ଧାର ହେବ ଉପକୂଳ ସବୁଜିମା: ୫ବର୍ଷରେ ଖର୍ଚ୍ଚ ହେବ ୨୦୦ କୋଟି, ୮ ହଜାର ହେକ୍ଟର ଅଞ୍ଚଳରେ ହେବ ବୃକ୍ଷରୋପଣ

ଭୁବନେଶ୍ୱର, ୧୯।୫(ବ୍ୟୁରୋ)- ବାତ୍ୟା ‘ ଫନୀ’ରେ ଉପକୂଳ ଅଞ୍ଚଳରେ ଜଙ୍ଗଲ ଓ ବୃକ୍ଷ ସମ୍ପଦ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ସବୁଜିମା ଉଜୁଡି ଯାଇଛି। ତେଣୁ ଉପକୂଳ ସବୁଜିମାର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ଶନିବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ…

ଆଣ୍ଡାମାନ ଛୁଇଁଲା ମୌସୁମୀ, ଜୁନ୍‌ରେ ଓଡ଼ିଶା ଆସିବ; ଜଳୁଛି ସାରା ଓଡ଼ିଶା, ୪୫.୮ ଡିଗ୍ରୀରେ ଟିଟିଲାଗଡ଼

ଭୁବନେଶ୍ୱର, ୧୯।୫(ବ୍ୟୁରୋ)/ରଣପୁର (ସ୍ବ.ପ୍ର.)- ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାତିରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ। ରାଜ୍ୟର ଅଧିକାଂଶ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ପ୍ରବଳ ଗରମକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ପୂର୍ବାହ୍ନ ୧୦ଟାପରେ…

ଶେଷ କ୍ୟାବିନେଟ୍‌ରେ ଫନୀ ଚିନ୍ତା

ଭୁବନେଶ୍ୱର,୧୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରଙ୍କ ଶେଷ କ୍ୟାବିନେଟ୍‌ ବୈଠକ ଶନିବାର ସଚିବାଳୟରେ ଅନୁଷ୍ଠିତ ହୋଇଛି। ସାମୁଦ୍ରିକ ଝଡ ଫନୀ ଦ୍ୱାରା ପ୍ରଭାବିତ ପୁରୀ ଏବଂ ଅନ୍ୟାନ୍ୟ ଅଞ୍ଚଳ ପାଇଁ ବ୍ୟବସ୍ଥାର ସମୀକ୍ଷା ସହ ବିଭିନ୍ନ ନିୟମରେ କୋହଳ କରାଯାଇଛି।…

ଖଣ୍ଡପଡ଼ା ବ୍ଲକର ସାଧୁଆପଲ୍ଲୀ ଗାଁ: ସରକାରୀ ଯୋଜନା ଏଠି ଅପହଞ୍ଚ

ଖଣ୍ଡପଡ଼ା,୧୯ା୫(ସ୍ବ.ପ୍ର.)-ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଗଡିଆସାହି ପଞ୍ଚାୟତର ସାଧୁଆପଲ୍ଲୀ ଗାଁ। ସ୍ବାଧୀନତାର ଦୀର୍ଘ ୭୨ବର୍ଷ ପରେ ବି ଗାଁଟି ଯେପରି ଅନ୍ଧାରୀ ମୂଲକରେ ରହିଯାଇଛି। ଜିଲା କିମ୍ବା ବ୍ଲକ ପ୍ରଶାସନ କାହାରି ବି ନଜର ନାହିଁ । ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ…

ବର୍ଷା ଆଗମନର ସୂଚନା ଦିଏ ବାଇଚଢ଼େଇ

ଗଣିଆ,୧୯ା୫(ଡି.ଏନ.ଏ.)- ଆଜିର ବିଜ୍ଞାନ ଯୁଗରେ ଲୋକମାନେ ପୂର୍ବରୁ ପ୍ରାକୃତିକ ଜଳବାୟୁ ସମ୍ପର୍କରେ ଜାଣିପାରୁଛନ୍ତି। ହେଲେ ଅତୀତରେ ପ୍ରାକୃତିକ ଜଳବାୟୁ ଓ ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ବିପର୍ଯ୍ୟୟ ସମ୍ପର୍କରେ ପଶୁପକ୍ଷୀଙ୍କଠାରୁ ସୂଚନା ମିଳୁଥିଲା। ଯେପରିକି ଭୂମିକମ୍ପ ପୂର୍ବରୁ ମୂଷାମାନେ ଗାତରୁ ବାହାରି…

ପୁରୀରେ ମୁଖ୍ୟମନ୍ତ୍ରୀ : ଶ୍ରୀମନ୍ଦିର କ୍ଷୟକ୍ଷତିର କଲେ ଅନୁଧ୍ୟାନ

ପୁରୀ ଅଫିସ,୧୮ା୫: ବାତ୍ୟାରେ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସିଂହଦ୍ୱାରଠାରେ ପହଞ୍ଚିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ ପୂର୍ବକ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri