ରାଜ୍ୟ

ଖଡ଼ିଆଳ ବିଧାନସଭା: ଆଗେଇଲା ବିଜେଡି

ନୂଆପଡ଼ା ଅଫିସ,୨୩।୫: ଖଡ଼ିଆଳ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ଆଗୁଆ ଅଛନ୍ତି। ଚତୁର୍ତ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଲମ୍ବୋଦର ୬୮୨୯ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଅଧିରାଜ ପାଣିଗ୍ରାହୀ ୬୮୦୮ ଭୋଟ ପାଇଛନ୍ତି।

ବୀରମହାରାଜପୁରରୁ ପଦ୍ମନାଭ ବେହେରା ପଛୁଆ

ବୀରମହାରାଜପୁର,୨୩।୫: ବୀରମହାରାଜପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ପଛରେ ପଡ଼ିଛନ୍ତି। ୫ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ପଦ୍ମନାଭ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ରଘୁନାଥ ଜଗଦେବଙ୍କଠାରୁ ୨୫୦୦ ଖଣ୍ଡ ଭୋଟରେ ପଛୁଆ ଥିବା ସୂଚନା ମିଳିଛି।

ସୋନପୁରରୁ ନିରଞ୍ଜନ ପୂଜାରୀ ଆଗୁଆ

ସୋନପୁର,୨୩।୫: ସୋନପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଆଗୁଆ ରହିଛନ୍ତି। ୭ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନିରଞ୍ଜନ ୪୭୧୮ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଅଶୋକ ପୂଜାରୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

କେନ୍ଦ୍ରାପଡ଼ା ଲୋକ ସଭାରେ ଅନୁଭବ ଆଗୁଆ

କେନ୍ଦ୍ରାପଡା ଅଫିସ,୨୩ା୫- ଦ୍ୱିତୀୟ ରାଉଣ୍ଡରେ କେନ୍ଦ୍ରାପଡା ଲୋକ ସଭା ଆସନର ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୨୨୧୧ଖଣ୍ଡ ଭୋଟରେ ଆଗୁଆ ଥିଲେ। ସେହିପରି ତୃତୀୟ ରାଉଣ୍ଡ ସୁଦ୍ଧା ମହାନ୍ତି ୩୪୨୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

ପଟ୍ଟାଙ୍ଗିରେ ବିଜେଡିର ପ୍ରୀତମ ପାଢ଼ୀ ଆଗୁଆ

କୋରାପୁଟ,୨୩ା୫(ସ୍ବ.ପ୍ର.): ପଟ୍ଟାଙ୍ଗି ବିଧାନସଭା ଆସନରେ ୩ଟି ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ପ୍ରୀତମ ପାଢ଼ୀ ପ୍ରଥମ ରାଉଣ୍ଡରେ ୨୦୯୭, ଦ୍ୱିତୀୟ ରାଉଣ୍ଡରେ ୪୫୬୩ ଓ ତୃତୀୟ ରାଉଣ୍ଡରେ ୭୨୪୬ ଭୋଟ୍‌ ପାଇଛନ୍ତି। ସେହିପରି ଭାଜପାର ରାମଚନ୍ଦ୍ର ପାଙ୍ଗି ୩ଟି…

ଚିକିଟି ବିଧାନସଭାରେ କଡା ଟକ୍କର

ବ୍ରହ୍ମପୁର ଅଫିସ,୨୩।୫- ଚିକିଟି ବିଧାନସଭା ର୍ନିବାଚନ ମଣ୍ଡଳୀରେ ଭାଜପା ଏବଂ ବିଜେଡି ମଧ୍ୟରେ କଡା ଟକ୍କର ଚାଲିଛି। ପ୍ରଥମ ରାଉଣ୍ଡରେ ବିଜେଡିର ଉଷା ଦେବୀ ୨୩୩୩ ଭୋଟ ପାଇଥିବା ବେଳେ ଭାଜପାର ମନୋରଞ୍ଜନ ଦ୍ୟାନସାମନ୍ତରା ୨୪୬୩ ଖଣ୍ଡ ଭୋଟ ପାଇ ଆଗୁଆ…

ତୃତୀୟ ରାଉଣ୍ଡ ସୁଦ୍ଧା ଜୁନାଗଡ଼ରେ ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଜୁନାଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର ଆଗୁଆ ଅଛନ୍ତି। ଦିବ୍ୟଶଙ୍କର ୪୫୫୬ ଭୋଟ ପାଇଥିବାବେଳେ ଭାଜପାର ମନୋଜ କୁମାର ମେହେର ୨୪୧୨ ଭୋଟ ପାଇଛନ୍ତି।

ରାୟଗଡ଼ାରେ ବିଜେଡିର ହିମିରିକା ଆଗୁଆ

ରାୟଗଡ଼ା ଅଫିସ୍‌, ୨୩।୫: ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତିରେ ବିଜେଡି ଆଗୁଆ ରହିଛି। ବିଜେଡିର ପ୍ରାର୍ଥୀ ଲାଲ୍‌ ବିହାରୀ ହିମିରିକା ୩୫୯ ଭୋଟରେ ଆଗୁଆ ରହିଛନ୍ତି। ହିମିରିକାଙ୍କୁ ୧୫୪୬ ଭୋଟ ମିଳିଥିବାବେଳେ କଂଗ୍ରେସର ଆପ୍ପଲୁ ସ୍ବାମୀ କାଡ୍ରାକାଙ୍କୁ…

ସୁନ୍ଦରଗଡ଼ ବିଧାନସଭା: ଯୋଗେଶ ସିଂ ପଛୁଆ

ସୁନ୍ଦରଗଡ଼,୨୩।୫: ସୁନ୍ଦରଗଡ଼ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ କୁସୁମ ଟେଟେ ଆଗୁଆ ଅଛନ୍ତି। ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା କୁସୁମ ୭୮୧୭ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଯୋଗେଶ ସିଂ ୬୮୫୦ ଭୋଟ ପାଇଛନ୍ତି। କଂଗ୍ରେସର ଅନୀତା…

୭ମ ରାଉଣ୍ଡ ସୁଦ୍ଧା ନୂଆପଡ଼ାରେ ବିଜେଡି ଆଗୁଆ

ନୂଆପଡ଼ା,୨୩।୫: ୭ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନୂଆପଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଆଗୁଆ ଅଛନ୍ତି। ରାଜେନ୍ଦ୍ର ୧୪୫୯୩ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଘାସିରାମ ମାଝି ୧୧୮୮୫ ଭୋଟ ପାଇଛନ୍ତି।

ଖଡ଼ିଆଳରେ କଂଗ୍ରେସ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୯ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଖଡ଼ିଆଳ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଆଗରେ ରହିଛନ୍ତି। ଅଧିରାଜ ୧୮୩୦୭ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ୧୫୪୨୧ ଭୋଟ ପାଇଛନ୍ତି।

ମାଲକାନଗିରି: ତୃତୀୟ ରାଉଣ୍ଡରେ ଭାଜପାର ଆଦିତ୍ୟ ମାଢ଼ି ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତୃତୀୟ ରାଉଣ୍ଡ ଗଣତିରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡ ସୁଦ୍ଧା ଆଦିତ୍ୟ ମାଢ଼ି ୪୦୯୬ ଭୋଟ୍‌ ପାଇଥିବା ବେଳେ ବିଜେଡିର ମୁକୁନ୍ଦ ସୋଢ଼ି ୩୧୨୧ ଏବଂ କଂଗ୍ରେସର ମାଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri